ଇରାନର ପାଲଟା ଆକ୍ରମଣ

ଇରାନର ପାଲଟା ଆକ୍ରମଣ
Ipsita Picture
By: Ipsita
Published On

 

ଇରାନ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣକୁ ବେଆଇନ ଏବଂ ଅବୈଧ ବୋଲି ଘୋଷଣା କରିଛି । ଏହା ଘୋଷଣା କରିବା ସହିତ ସେ ଏହାର ଜବାବରେ ବ୍ୟାପକ ମିସାଇଲ୍ ଓ ଡ୍ରୋନ୍ ଆକ୍ରମଣ ଜାରି ରଖିଛି । ଇରାନର ରିଭୋଲ୍ୟୁସନାରୀ ଗାର୍ଡ  ପକ୍ଷରୁ କୁହାଯାଇଛି ଯେ, ସେମାନେ ତେଲ୍ ଆଭିଭ୍ ସମେତ ଇସ୍ରାଏଲର ବିଭିନ୍ନ ସରକାରୀ ଏବଂ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରିଛନ୍ତି। ଏହା ସହିତ ଆମେରିକା ଘାଟି ଥିବା କାତାର, ବାହାରିନ, ଜର୍ଡାନ, ସଂଯୁକ୍ତ ଆରବ ଏମିରେଟ୍ସ ଓ କୁଏତ ସମେତ ଆମେରିକାର ସହଯୋଗୀ ଦେଶ ଓମାନ ଏବଂ ସୌଦି ଆରବରେ ମଧ୍ୟ ଆକ୍ରମଣ ହୋଇଥିବାନେଇ ସୂଚନା ରହିଛି । ସୌଦି ଆରବର ରାଜଧାନୀ ରିୟାଦ୍ରେ ଥିବା ଆମେରିକୀୟ ଦୂତାବାସ ଏବଂ ଦୁବାଇରେ ଥିବା ଆମେରିକୀୟ କନସୁଲେଟ୍ ନିକଟସ୍ଥ ପାର୍କିଂ ଅଞ୍ଚଳରେ ଅନେକ ଡ୍ରୋନ୍ ମାଡ଼ ହୋଇଥିବାର ସୂଚନା ରହିଛି । ଗତ କିଛି ଦିନ ହେବ ଇରାନ ସାମୁଦ୍ରିକ ଜାହାଜ ଏବଂ ସାଧାରଣ ନାଗରିକଙ୍କ ସ୍ଥଳ, ଯେପରିକି ଦୁବାଇର ହୋଟେଲଗୁଡ଼ିକୁ ଟାର୍ଗେଟ କରୁଥିବା ଅଭିଯୋଗ ଆସୁଛି । ଏହି ଘଟଣାକୁ ନେଇ ଆମେରିକା ଓ ତାର ଆରବ ସହଯୋଗୀମାନେ ଏକ ଯୁଗ୍ମ ବିବୃତି ଜାରି କରି ଇରାନର ଏହି ଆଚରଣକୁ "ବେପରୁଆ ଏବଂ ଅସ୍ଥିରତା ସୃଷ୍ଟିକାରୀ" ବୋଲି ନିନ୍ଦା କରିଛନ୍ତି। ଅନ୍ୟପଟେ ସାଇପ୍ରସରେ ଥିବା ବ୍ରିଟିଶ ସାମରିକ ଘାଟି ଉପରେ ମଧ୍ୟ ଡ୍ରୋନ୍ ଆକ୍ରମଣ ହୋଇଛି ଏବଂ ଯେଉଥିରେ ଏକାଧୀକ ଆମେରିକୀୟ ସୈନ୍ୟ ପ୍ରାଣ ହରାଇଥିବା ବେଳେ ଅନେକ ଜଣ ଆହତ ହୋଇଥିବା ସୂଚନା ରହିଛି ।

Tags: