ଆଜି ବିଶ୍ୱ ମହିଳା ଦିବସ
ଆଜି ମଧ୍ୟ ବିଶ୍ୱରେ ମହିଳାଙ୍କୁ ନିଜ ଅଧିକାର ପାଇଁ ଲଢେଇ କରିବାକୁ ପଡୁଛି । ତେବେ ଅଧିକାରର ଲଢେଇ ଜାରି ରହିଲେ ବି ବିଭିନ୍ନ କ୍ଷେତ୍ରରେ ସେମାନେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ମହିଳାଙ୍କର ଏହି ସଫଳତାକୁ ଉତ୍ସବରେ ରୂପାନ୍ତର କରିବା ପାଇଁ ପାଳନ ହୋଇଥାଏ ବିଶ୍ୱ ମହିଳା ଦିବସ । ବିଶ୍ୱରେ ବିଭିନ୍ନ ଦିବସ ରହିଛି, ଯାହା କିଛି ନା କିଛି କାରଣ ପାଇଁ ପାଳିତ ହେଉଛି । […]
ଆଜି ମଧ୍ୟ ବିଶ୍ୱରେ ମହିଳାଙ୍କୁ ନିଜ ଅଧିକାର ପାଇଁ ଲଢେଇ କରିବାକୁ ପଡୁଛି । ତେବେ ଅଧିକାରର ଲଢେଇ ଜାରି ରହିଲେ ବି ବିଭିନ୍ନ କ୍ଷେତ୍ରରେ ସେମାନେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ମହିଳାଙ୍କର ଏହି ସଫଳତାକୁ ଉତ୍ସବରେ ରୂପାନ୍ତର କରିବା ପାଇଁ ପାଳନ ହୋଇଥାଏ ବିଶ୍ୱ ମହିଳା ଦିବସ ।

ବିଶ୍ୱରେ ବିଭିନ୍ନ ଦିବସ ରହିଛି, ଯାହା କିଛି ନା କିଛି କାରଣ ପାଇଁ ପାଳିତ ହେଉଛି । ସେହିକ୍ରମରେ ପ୍ରତିବର୍ଷ ମାର୍ଚ୍ଚ ୮ରେ ପାଳିତ ହୋଇଥାଏ ବିଶ୍ୱ ମହିଳା ଦିବସ । ତେବେ ଏହି ଦିବସର ମଞ୍ଜି ପୋତା ହୋଇଥିଲା ୧୯୦୮ରେ । ୧୯୦୮ରେ ୧୫,୦୦୦ ମହିଳା ନିଜର ଅଧିକାର ପାଇଁ ଲଢେଇ ଆରମ୍ଭ କରିଥିଲେ । ତାଙ୍କର ଏହି ଲଢେଇଥିଲା ମତଦାନ ଅଧିକାର ପାଇଁ । ଏହାପରେ ୧୯୧୦ରେ କମୁ୍ୟନିଷ୍ଟ ଆକଫିଭିଷ୍ଟ କ୍ଲାରା ଜେଟ୍କିନ୍ ମହିଳାଙ୍କ ଅଧିକାର ପାଇଁ ଲଢେଇ ଆରମ୍ଭ କରିଥିଲେ ।

କ୍ଲାରା ଏକ ସମ୍ମିଳନୀରେ ମହିଳାଙ୍କ ପାଇଁ ଗୋଟିଏ ଦିବସ ପାଳନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଯେଉଁ ପ୍ରସ୍ତାବକୁ୧୭ଟି ଦେଶର ମହିଳା ସମର୍ଥନ କରିଥିଲେ । ତେବେ ୧୯୧୧ରେ ଅଷ୍ଟ୍ରିଆ, ଡେନ୍ମାର୍କ, ଜର୍ମାନୀ,ସୁଇଜରଲାଣ୍ଡରେ ପ୍ରଥମ ଥର ପାଇଁ ମହିଳା ଦିବସ ପାଳନ କରାଯାଇଥିଲା । ଏହାପରେ ପ୍ରଥମ ଥର ପାଇଁ ଔପଚାରିକ ଭାବେ ୧୯୭୫ରେ ୟୁନାଇଟେଡ୍ ନେସନ ଏହାକୁ ପାଳନ କରିଥିଲା ।

ତେବେ ୧୯୯୬ରେ ଏହାର ପ୍ରଥମ ଥିମ୍ ଲଞ୍ଚ ହୋଇଥିଲା । ଯାହା ଥିଲା ‘ସେଲିବ୍ରେଟିଙ୍ଗ ଦି ପାଷ୍ଟ, ପ୍ଲାନିଂ ଫର୍ ଫୁ୍ୟଚର୍’ । ଏହି ଦିବସରେ ମହିଳାଙ୍କର ସଫଳତାକୁ ଉତ୍ସବ ଭଳି ପାଳନ କରାଯାଇଥାଏ । ତେବେ ୧୯୧୭ରେ ରସିଆନ୍ ମହିଳାମାନେ ‘ବ୍ରେଡ୍ ଆଣ୍ଡ ପିସ୍’ ଭଳି ଏକ ନାରା ଦେଇ ନିଜର ଦାବି ଆରମ୍ଭ କରିଥିଲେ । ଏହି ବିଦ୍ରୋହ ପରେ ସରକାର ସେମାନଙ୍କୁ ମତଦାନର ଅଧିକାର ପ୍ରଦାନ କରିଥିଲେ । ଏହି ଆନ୍ଦୋଳନ ମାର୍ଚ୍ଚ ୮ରେ ଆରମ୍ଭ ହୋଇଥିଲା, ତେଣୁ ମାର୍ଚ୍ଚ ୮କୁ ହିଁ ବିଶ୍ୱ ମହିଳା ଦିବସ ଭାବେ ପାଳନ କରାଯାଇଥାଏ ।

ସବୁଜ ‘ଆଶା’ର ପ୍ରତୀକ ହୋଇଥିବା ବେଳେ ଧଳା ‘ଶୁଦ୍ଧତା’କୁ ପ୍ରତିପାଦିତ କରିଥାଏ । ସେହିଭଳି ବାଇଗଣୀ ରଙ୍ଗ ‘ନ୍ୟାୟ ଓ ସମ୍ନାନ’କୁ ପ୍ରତିନିଧିତ୍ୱ କରିଥାଏ । ୧୯୦୮ରେ ଏହି ରଙ୍ଗର ଉତ୍ପତି ହୋଇଥିଲା ।
କେଉଁ ଦେଶରେ କିପରି ପାଳନ କରାଯାଏ
ବିଶ୍ୱ ମହିଳା ଦିବସକୁ କେତେକ ଦେଶରେ ରାଷ୍ଟ୍ରୀୟ ଛୁଟି ଭାବେ ପାଳନ କରାଯାଇଥାଏ । ସେହିଭଳି କେତେ ଦେଶରେ ଏହାକୁ ବିଭିନ୍ନ ଉତ୍ସବ ମାଧ୍ୟମରେ ପାଳନ କରାଯାଇଥାଏ । ଏହା ପାଳନର ପ୍ରସ୍ତୁତି ପ୍ରାୟ ତିନି ଚାରିଦନ ଆଗରୁ ଆରମ୍ଭ ହୋଇଯାଏ । ଫୁଲ ଠାରୁ ଆରମ୍ଭ କରି ଉପହାର ସମସ୍ତ ସାମଗ୍ରୀର ବିକ୍ରି ବେଶ୍ ଆଗରୁ ଆରମ୍ଭ ହୋଇଥାଏ ।

ଚୀନ୍ରେ ଏହି ଦିନ ଅଫିସ୍ରେ କାର୍ଯ୍ୟରତ ମହିଳାଙ୍କୁ ଅଧା ଦିନର ଛୁଟି ପ୍ରଦାନ କରାଯାଇଥାଏ । ସେହିଭଳି ଇଟାଲିରେ ଏକ ସ୍ୱତନ୍ତ୍ର ଫୁଲ ‘ମିମୋସା ବ୍ଲୋସମ୍’ ଦିଆଯାଇ ଏହାର ପାଳନ କରାଯାଇଥାଏ ।

ତେବେ ଏହି ପରମ୍ପରା ପଛର କାରଣ ଜଣାନାହିଁ, କିନ୍ତୁ ସମସ୍ତେ ଏହାକୁ ପାଳନ କରନ୍ତି । ସେହିଭଳି ୟୁଏସ୍ରେ ଏହି ଦିନ ଆମେରିକାର ସଫଳ ମହିଳାଙ୍କୁ ସମ୍ବର୍ଦ୍ଧନା କରିବାର ପ୍ରଥା ରହିଛି । ଭାରତରେ ମଧ୍ୟ ଏହି ଦିନ ବିଭିନ୍ନ ପ୍ରକାରର ଉତ୍ସବରେ ମହିଳାଙ୍କୁ ସମ୍ମାନୀତ କରାଯାଇଥାଏ । ହେଲେ କରୋନାର ପ୍ରଭାବରେ ଗତ ୨ ବର୍ଷ ଧରି ଏହି ଉତ୍ସବ ଫିକା ପଡିଛି । ଏହି ପାଳନ ବର୍ତ୍ତମାନ ଭର୍ଚୁଆଲି କରାଯାଉଛି ।




