ବ୍ରିଟେନରେ ଗୃହମନ୍ତ୍ରୀ ହେଲେ ଭାରତୀୟ ବଂଶୋଦ୍ଭବ ସୁଏଲା

ଦିଲ୍ଲୀ:ବ୍ରିଟେନର ୫୬ ତମ ପ୍ରଧାନମନ୍ତ୍ରୀ ଭାବେ ଲିଜ୍‌ ଟ୍ରସ ଶପଥପାଠ ଗ୍ରହଣ କଲା ପରେ ବ୍ରିଟେନ୍‌ କ୍ୟାବିନେଟ୍‌ରେ ମନ୍ତ୍ରୀଙ୍କ ପଦ ପରିବର୍ତ୍ତନ ହୋଇଛି । ଏହି କ୍ରମରେ ମୂଳ ଭାରତୀୟ ସୁଏଲା ବ୍ରେଭରମ୍ୟାନ ଏବେ ବ୍ରିଟେନ ସରକାରରେ ଗୃହମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ବୋରିସ୍‌ ଜନସନଙ୍କ ସରକାରରେ ଭାରତୀୟ ବଂଶୋଦ୍ଭବ ପ୍ରିତୀ ପଟେଲ ଗୃହମନ୍ତ୍ରୀ ଭାର ସମ୍ଭାଳୁଥିଲେ । କିନ୍ତୁ ଲଲିଜ୍‌ ଟ୍ରସ୍‌ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରିତୀ ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । […]

Samaya Live Picture
Published On

ଦିଲ୍ଲୀ:ବ୍ରିଟେନର ୫୬ ତମ ପ୍ରଧାନମନ୍ତ୍ରୀ ଭାବେ ଲିଜ୍‌ ଟ୍ରସ ଶପଥପାଠ ଗ୍ରହଣ କଲା ପରେ ବ୍ରିଟେନ୍‌ କ୍ୟାବିନେଟ୍‌ରେ ମନ୍ତ୍ରୀଙ୍କ ପଦ ପରିବର୍ତ୍ତନ ହୋଇଛି । ଏହି କ୍ରମରେ ମୂଳ ଭାରତୀୟ ସୁଏଲା ବ୍ରେଭରମ୍ୟାନ ଏବେ ବ୍ରିଟେନ ସରକାରରେ ଗୃହମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି ।

ବୋରିସ୍‌ ଜନସନଙ୍କ ସରକାରରେ ଭାରତୀୟ ବଂଶୋଦ୍ଭବ ପ୍ରିତୀ ପଟେଲ ଗୃହମନ୍ତ୍ରୀ ଭାର ସମ୍ଭାଳୁଥିଲେ । କିନ୍ତୁ ଲଲିଜ୍‌ ଟ୍ରସ୍‌ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରିତୀ ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ସୁଏଲାଙ୍କୁ ଗୃହମନ୍ତ୍ରୀ ପଦ ହସ୍ତାନ୍ତର କରାଯାଇଥିଲା । ବୋରିସ ଜନସନଙ୍କ ସରକାରରେ ସୁଏଲା ଅଟର୍ନି ଜେନରାଲ ପଦ ସମ୍ଭାଳିଥିଲେ ।

ସୂଚନା ଅନୁସାରେ, ୪୨ ବର୍ଷୀୟା ସୁଏଲ ପ୍ରଧାନମନ୍ତ୍ରୀ ଦୌଡ଼ରେ ଭାଗ ନେଇଥିଲେ । ସୁଏଲା ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାର ସମୟରେ ଲିଜ୍‌ ଟ୍ରସଙ୍କ ବିରୋଧୀ ଥିଲେ । ହେଲେ ପ୍ରଧାନମନ୍ତ୍ରୀ ପଦ ଦୌଡରୁ ବାଦ ପଡିବା ପରେ ସୁଏଲା, ଋଷି ସୁନକଙ୍କୁ ସମର୍ଥନ କରିବା ପରିବର୍ତ୍ତେ ଲିଜ୍‌ ଟ୍ରସଙ୍କୁ ସମର୍ଥନ କରିଥିଲେ ।

ସୁଏଲା ଜଣେ ହିନ୍ଦୁ ତାମିଲ ମହିଳା । ତାଙ୍କ ପିତା ମାତା ମୋରିସସରୁ ବ୍ରିଟେନ ଆସିଥିଲେ । ସୁଏଲା ବ୍ରିଟେନରେ ଜନ୍ମଗ୍ରହଣ କରିଥିବାରୁ ତାଙ୍କ ପାଖରେ ବ୍ରିଟେନର ନାଗରିକତା ରହିଛି ।