ବରଫରେ ୩ ଘଣ୍ଟା

ଅନେକ ସମୟରେ ଖଣ୍ଡେ ବରଫକୁ ୨ମିନିଟରୁ ଅଧିକ ସମୟ ଧରିବା କଷ୍ଟକର ହୋଇଥାଏ । ହେଲେ ପୋଲାଣ୍ଡର ଜଣେ ବ୍ୟକ୍ତି ବରଫରେ ୩ଘଣ୍ଟା ବିତାଇ ରେକର୍ଡ ସୃଷ୍ଟି କରିଛନ୍ତି । ପୋଲାଣ୍ଡର ଏହି ବ୍ୟକ୍ତି ଜଣଙ୍କ ଏକ ବରଫ ବକ୍ସରେ ୩ଘଣ୍ଟା ଏକ ମିନିଟ୍‌ ବିତାଇ ଗିନିଜ୍‌ ରେକର୍ଡ ସୃଷ୍ଟି କରିଛନ୍ତି । ବ୍ୟକ୍ତି ଜଣଙ୍କ ବେକ ପର୍ଯ୍ୟନ୍ତ ବରଫରେ ପୋତି ହୋଇଥିଲେ । ଗୋଟିଏ ଗ୍ଲାସ୍‌ କଣ୍ଟେନର୍‌ରେ ବରଫ ଭିତରେ ସେ ବୁଡିକି ରହିଥିଲେ । […]

Samaya Live Picture
Published On

ଅନେକ ସମୟରେ ଖଣ୍ଡେ ବରଫକୁ ୨ମିନିଟରୁ ଅଧିକ ସମୟ ଧରିବା କଷ୍ଟକର ହୋଇଥାଏ । ହେଲେ ପୋଲାଣ୍ଡର ଜଣେ ବ୍ୟକ୍ତି ବରଫରେ ୩ଘଣ୍ଟା ବିତାଇ ରେକର୍ଡ ସୃଷ୍ଟି କରିଛନ୍ତି । ପୋଲାଣ୍ଡର ଏହି ବ୍ୟକ୍ତି ଜଣଙ୍କ ଏକ ବରଫ ବକ୍ସରେ ୩ଘଣ୍ଟା ଏକ ମିନିଟ୍‌ ବିତାଇ ଗିନିଜ୍‌ ରେକର୍ଡ ସୃଷ୍ଟି କରିଛନ୍ତି । ବ୍ୟକ୍ତି ଜଣଙ୍କ ବେକ ପର୍ଯ୍ୟନ୍ତ ବରଫରେ ପୋତି ହୋଇଥିଲେ । ଗୋଟିଏ ଗ୍ଲାସ୍‌ କଣ୍ଟେନର୍‌ରେ ବରଫ ଭିତରେ ସେ ବୁଡିକି ରହିଥିଲେ । ତେବେ ଏଥିପାଇଁ ଉକ୍ତ ବ୍ୟକ୍ତିଙ୍କୁ ଅନେକ ପରିଶ୍ରମ କରିବାକୁ ପଡିଛି । ପ୍ରାୟ ୬ମାସରୁ ଅଧିକ ସମୟ ସେ ଏହି କାମ ପାଇଁ ପ୍ରଶିକ୍ଷଣ ନେଇଛନ୍ତି । ସେ ନିଜର ପ୍ରସ୍ତୁତି ଅନେକ ଦିନରୁ ଆରମ୍ଭ କରିଥିଲେ । ସେ ନିଜର ଦୈନନ୍ଦିନ ଜୀବନରେ ଥଣ୍ଡା ପାଣି ହେଉ କିମ୍ବା ବରଫରେ ଅଧିକ ସମୟ କାଟୁଥିଲେ, ଯାହା ତାଙ୍କୁ ଏହି ରେକର୍ଡ କରିବାରେ ଅନେକ ସାହାଯ୍ୟ କରିଛି । ସେ ପ୍ରତିଦିନ ପ୍ରାୟ ୯୦ ମିନିଟ୍‌ ବରଫରେ କାଟୁଥିଲେ ।