ପ୍ରଶାସନିକ ସ୍ତରରେ ଅଦଳବଦଳ

ସମୟ ଲାଇଭ,୨/୧: ଆଇଏଏସ ଓ ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ କରାଯାଇଛି। ପ୍ରଦୀପ୍ତ ମହାପାତ୍ରଙ୍କୁ ରାଜସ୍ୱ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି। ତେବେ ବର୍ତ୍ତମାନ ପ୍ରଦୀପ୍ତ କୃଷି ଉତ୍ପାଦନ କମିସନର ଭାବେ କାର୍ଯ୍ୟରତ ଅଛନ୍ତି। ସେହିପରି ନିକୁଞ୍ଜ ବିହାରୀ ଧଳ ସ୍ୱାସ୍ଥ୍ୟ ସଚିବ ହୋଇଛନ୍ତି। ପ୍ରମୋଦ ମେହେର୍ଦ୍ଦା ବାଣିଜ୍ୟ ଓ ପରିବହନ ସଚିବ ହୋଇଛନ୍ତି। ପ୍ରମୋଦଙ୍କୁ କୃଷି ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି। ଅନ୍ୟପଟେ ଆଇପିଏସ ଅରୁଣ ବୋଥ୍ରାଙ୍କୁ ସଡ଼କ ପରିବହନ […]

Samaya Live Picture
Published On

ସମୟ ଲାଇଭ,୨/୧: ଆଇଏଏସ ଓ ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ କରାଯାଇଛି। ପ୍ରଦୀପ୍ତ ମହାପାତ୍ରଙ୍କୁ ରାଜସ୍ୱ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି। ତେବେ ବର୍ତ୍ତମାନ ପ୍ରଦୀପ୍ତ କୃଷି ଉତ୍ପାଦନ କମିସନର ଭାବେ କାର୍ଯ୍ୟରତ ଅଛନ୍ତି। ସେହିପରି ନିକୁଞ୍ଜ ବିହାରୀ ଧଳ ସ୍ୱାସ୍ଥ୍ୟ ସଚିବ ହୋଇଛନ୍ତି। ପ୍ରମୋଦ ମେହେର୍ଦ୍ଦା ବାଣିଜ୍ୟ ଓ ପରିବହନ ସଚିବ ହୋଇଛନ୍ତି। ପ୍ରମୋଦଙ୍କୁ କୃଷି ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି। ଅନ୍ୟପଟେ ଆଇପିଏସ ଅରୁଣ ବୋଥ୍ରାଙ୍କୁ ସଡ଼କ ପରିବହନ ନିଗମର ସିଏମଡ଼ି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ରାଉରକେଲା ମହାନଗର ନିଗମର କମିସନର ଭାବେ ନିଯୁକ୍ତି ଦିଆଯାଇଛି। ରାଉରକେଲା ସ୍ମାର୍ଟ ସିଟିର ସିଇଓ ଭାବେ ମଧ୍ୟ ତାଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିଛି। ୟେଦୁଲା ବିଜୟ ହୋଇଛନ୍ତି ଯୋଜନା ଓ ସଂଯୋଜନ ବିଭାଗର ଉପସଚିବ।