ଶ୍ରୀଲଙ୍କାର ରାଷ୍ଟ୍ରପତି ଭାବେ ଶପଥ ନେଲେ ରାନିଲ ବିକ୍ରମସିଂଘେ
କଲମ୍ବୋ: ସାଂସଦଙ୍କ ୧୩୪ ଭୋଟ୍ ପାଇ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ରାନିଲ ବିକ୍ରମସିଂଘେ ଆଜି ଶପଥପାଠ ଗ୍ରହଣ କରିଛନ୍ତି । ସଂସଦ ପରିସରରେ ମୁଖ୍ୟ ବିଚାରପତି ଜୟନ୍ତ ଜୟଯୂର୍ଯ୍ୟା ୭୩ ବର୍ଷିୟ ବିକ୍ରମସିଂଘେଙ୍କୁ ଶପଥପାଠ କରାଇଥିଲେ । ଶପଥପାଠ କାର୍ଯ୍ୟକ୍ରମ ପରେ ସେ ପ୍ରତିବାଦ କରୁଥିବା ଜନତା ଉଦ୍ଦେଶ୍ୟରେ କହିଛନ୍ତି ଯେ, ମୁଁ ରାଜପକ୍ଷେମାନଙ୍କର ବନ୍ଧୁ ନୁହେଁ, ଜନସାଧାରଣଙ୍କ ବନ୍ଧୁ । ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଥିଲେ ବିକ୍ରମସିଂଘେଙ୍କ ପତ୍ନୀ […]
କଲମ୍ବୋ: ସାଂସଦଙ୍କ ୧୩୪ ଭୋଟ୍ ପାଇ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ରାନିଲ ବିକ୍ରମସିଂଘେ ଆଜି ଶପଥପାଠ ଗ୍ରହଣ କରିଛନ୍ତି । ସଂସଦ ପରିସରରେ ମୁଖ୍ୟ ବିଚାରପତି ଜୟନ୍ତ ଜୟଯୂର୍ଯ୍ୟା ୭୩ ବର୍ଷିୟ ବିକ୍ରମସିଂଘେଙ୍କୁ ଶପଥପାଠ କରାଇଥିଲେ ।
ଶପଥପାଠ କାର୍ଯ୍ୟକ୍ରମ ପରେ ସେ ପ୍ରତିବାଦ କରୁଥିବା ଜନତା ଉଦ୍ଦେଶ୍ୟରେ କହିଛନ୍ତି ଯେ, ମୁଁ ରାଜପକ୍ଷେମାନଙ୍କର ବନ୍ଧୁ ନୁହେଁ, ଜନସାଧାରଣଙ୍କ ବନ୍ଧୁ । ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଥିଲେ ବିକ୍ରମସିଂଘେଙ୍କ ପତ୍ନୀ ମେତ୍ରୀ ବିକ୍ରମସିଂଘେ ଉପସ୍ଥିତ ରହିଥିଲେ । ୫୭ ବର୍ଷୀୟ ମେତ୍ରୀ ସମ୍ପ୍ରତି ଶ୍ରୀଲଙ୍କାର କେଲାନିୟା ବିଶ୍ୱବିଦ୍ୟାଳୟରେ ଇଂରାଜୀ ପ୍ରଧ୍ୟାପିକା ।

ଅନ୍ୟପକ୍ଷରେ, ରାଷ୍ଟ୍ରପତି ରାନିଲ, ରାଜପକ୍ଷେ ପରିବାରଙ୍କ ଘନିଷ୍ଠ ବନ୍ଧୁ ବୋଲି ଅଭିଯୋଗ କରି ପ୍ରତିବାଦକାରୀମାନେ ରାଷ୍ଟ୍ରପତିଙ୍କ ବାସଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେମାନଙ୍କ ଅଭିଯୋଗକୁ ଖଣ୍ଡନ କରି ବିକ୍ରମସିଂଘେ କହିଛନ୍ତି, ମୁଁ ରାଜପକ୍ଷେମାନଙ୍କର ବନ୍ଧୁ ନୁହେଁ, ଜନସାଧାରଣଙ୍କ ବନ୍ଧୁ । ଜନସାଧାରଣଙ୍କ ସୁବିଧା ପାଇଁ ସେ ଶାସନ ବ୍ୟବସ୍ଥାରେ ଆବଶ୍ୟକ ପରିବର୍ତ୍ତନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ଏହାସହିତ ସେ ଆହୁରୀ କହିଛନ୍ତି ଯେ , ଆଗରୁ ମୁଁ ପୂର୍ବତନ ରାଷ୍ଟ୍ରପତି ଚନ୍ଦ୍ରିକା କୁମାରତୁଙ୍ଗେଙ୍କ ସହିତ କାର୍ଯ୍ୟ କରିଛି । ସେ ଅନ୍ୟ ଦଳର ମୁଁ ଅନ୍ୟ ଦଳର । ଅନ୍ୟ ଦଳର ରାଷ୍ଟ୍ରପତିଙ୍କ ସହିତ କାମ କରିବା ଅର୍ଥ ନୁହେଁ ଯେ, ମୁଁ ତାଙ୍କର ବନ୍ଧୁ ହୋଇଗଲି ।




