ବିଶ୍ୱର ଭୟାନକ ଜେଲ୍‌

ଗୀତାରମା ଜେଲ୍‌ : ଜେଲ୍‌ କଥା ଶୁଣିଲେ ମନରେ ଏକ ଭୟ ସୃଷ୍ଟି ହୁଏ । ତେବେ ଦୁନିଆରେ ଏପରି ବହୁ ଜେଲ୍‌ ରହିଛି ଯାହା ବିଷୟରେ ଶୁଣିଲେ ଭୟରେ ଆପଣଙ୍କ ଲୋମମୂଳ ଟାଙ୍କୁରି ଉଠିବ । ଏହିସବୁ ଜେଲ୍‌ କୌଣସି ନର୍କ ଠାରୁ ବି କମ୍‌ ନୁହେଁ । ପୂର୍ବ ଆଫ୍ରିକାର ରୁଆଣ୍ଡାରେ ରହିଛି ଗୀତାରମା ଜେଲ୍‌ ଯାହାକୁ ଧରାପୃଷ୍ଠରେ ନରକ ବୋଲି କୁହାଯାଏ । ଡେଲି ଷ୍ଟାର େୱବସାଇଟ୍‌ ରିପୋର୍ଟ ଅନୁଯାୟୀ ଏଠିକାର ସୁରକ୍ଷାକର୍ମୀଙ୍କୁ […]

Samaya Live Picture
Published On

ଗୀତାରମା ଜେଲ୍‌ :
ବିଶ୍ୱର ଭୟାନକ ଜେଲ୍‌

ଜେଲ୍‌ କଥା ଶୁଣିଲେ ମନରେ ଏକ ଭୟ ସୃଷ୍ଟି ହୁଏ । ତେବେ ଦୁନିଆରେ ଏପରି ବହୁ ଜେଲ୍‌ ରହିଛି ଯାହା ବିଷୟରେ ଶୁଣିଲେ ଭୟରେ ଆପଣଙ୍କ ଲୋମମୂଳ ଟାଙ୍କୁରି ଉଠିବ । ଏହିସବୁ ଜେଲ୍‌ କୌଣସି ନର୍କ ଠାରୁ ବି କମ୍‌ ନୁହେଁ । ପୂର୍ବ ଆଫ୍ରିକାର ରୁଆଣ୍ଡାରେ ରହିଛି ଗୀତାରମା ଜେଲ୍‌ ଯାହାକୁ ଧରାପୃଷ୍ଠରେ ନରକ ବୋଲି କୁହାଯାଏ । ଡେଲି ଷ୍ଟାର େୱବସାଇଟ୍‌ ରିପୋର୍ଟ ଅନୁଯାୟୀ ଏଠିକାର ସୁରକ୍ଷାକର୍ମୀଙ୍କୁ ଏହା କୁହାଯାଏ ଯେ କଏଦୀ ମଣିଷ ନୁହେଁ ଗୋଟିଏ ପଶୁ । ତେଣୁ ତା ସହ ପଶୁ ଭଳି ବ୍ୟବହାର କର । ଏଣୁ କଏଦୀଙ୍କୁ ଅମାନବିକ ଭାବରେ ପିଟିବା ଏଠାରେ ଏକ ସାଧାରଣ କଥା । ଏହା ବ୍ୟତିତ ଏଠାରେ କଏଦୀ ବି ପରସ୍ପର ସହ ଲଢେଇ ଝଗଡା କରି ବହୁ ସମୟରେ ମୃତୁ୍ୟମୁଖରେ ପଡିଥାନ୍ତି । ସବୁଠାରୁ ବଡ କଥା ଏଠାରେ କଏଦୀ ନରଭକ୍ଷୀ ବୋଲି ମଧ୍ୟ ଅପବାଦ ରହିଛି ।

ଟାଡମୋର ମିଲିଟାରୀ ଜେଲ୍‌:

ବିଶ୍ୱର ଭୟାନକ ଜେଲ୍‌

ସିରିଆର ଟେଡମାର ମିଲିଟାରୀ ଜେଲ୍‌ ବିଶ୍ୱର ଅନ୍ୟତମ ଭୟାନକ ଜେଲ୍‌ । କିନ୍ତୁ ଏବେ ଆଇଏସ୍‌ଆଇଏସ୍‌ ପକ୍ଷରୁ ଏହାକୁ ଧ୍ୱଂସ କରି ଦିଆଯାଇଛି । ଜଣେ କଏଦୀ ଆମନେଷ୍ଟି ଇଣ୍ଟରନ୍ୟାସନାଲକୁ ଏକ ସାକ୍ଷାତକାରରେ କହିଥିଲେ ଏଠାରେ ସୁରକ୍ଷାକର୍ମୀ କଏଦୀଙ୍କୁ ବେହିସାବ ପିଟିଥାନ୍ତି । ଏହା ବ୍ୟତିତ କଏଦୀଙ୍କୁ ଓଲଟା ଲଟକାଇ ଦିଆଯାଇ କାଠ ଦଣ୍ଡାରେ ନିର୍ମମ ପିଟାଯାଏ । ଏଠାରେ କଏଦୀଙ୍କୁ ଏପରି ନିର୍ମମ ଯନ୍ତ୍ରଣା ଦିଆଯାଏ ସେ ନିଜେ ମୃତୁ୍ୟ ପାଇଁ ଭିକ୍ଷା ମାଗିଥାଏ । ଏଠାରେ ଏକଦା ମାତ୍ର ଏକ ମିନିଟ୍‌ ସମୟ ମଧ୍ୟରେ ହଜାରେ କଏଦୀଙ୍କୁ ମାରି ଦିଆଯାଇଥିଲା ।

ଲା ସବାନେଟା ଜେଲ୍‌:

ବିଶ୍ୱର ଭୟାନକ ଜେଲ୍‌

ଭେନଜୁଏଲାର ଏହି ଭୟାନକ ଜେଲ୍‌ରେ ବହୁତ ଘୋଟାଲା ହୋଇଥାଏ । ଏଠାରେ ପୋଲିସ କଏଦୀଙ୍କ ଠାରୁ ପଇସା ନେଇ ସେମାନଙ୍କୁ ଶୋଇବା ଲାଗି ବିଛଣା ଓ ଘର ଦେଇଥାନ୍ତି । ଏହି ଜେଲ୍‌ରେ ବହୁ ଅଧିକ କଏଦୀ ରହିଥାନ୍ତି । ୨୦୧୩ରେ ଏହି ଜେଲ୍‌କୁ ବନ୍ଦ କରି ଦିଆଯାଇଛି । ଜେଲ୍‌ରେ ୭୦୦ କଏଦୀ ରହିବା ପାଇଁ ବ୍ୟବସ୍ଥା ଥିବା ବେଳେ ୩୫୦୦ କଏଦୀ ରହିଥାନ୍ତି । ଏଠାରେ କଏଦୀଙ୍କ ସହ ସେମାନଙ୍କ ପିଲାମାନେ ମଧ୍ୟ ରହିଥାନ୍ତି । ଏଠି ଗ୍ୟାଙ୍ଗ ୱାର ମଧ୍ୟ ବହୁତ ହୋଇଥାଏ । ୨୦୧୩ରେ ଏଠି ଯେଉଁ ହିଂସାକାଣ୍ଡ ସଂଘଟିତ ହୋଇଥିଲା ସେଥିରେ ୬୯ କଏଦୀ ମୃତୁ୍ୟମୁଖରେ ପଡିଥିଲେ ।

କନ୍‌ସଟ୍ରେସନ କ୍ୟାମ୍ପ:
ବିଶ୍ୱର ଭୟାନକ ଜେଲ୍‌

ଉତ୍ତର କୋରିଆର କନ୍‌ସଟ୍ରେସନ କ୍ୟାମ୍ପ ବିଷୟରେ ଖୁବ୍‌ କମ୍‌ ଲୋକ ଜାଣନ୍ତି । ଏହି କ୍ୟାମ୍ପରେ ୫୦,୦୦୦ରୁ ଅଧିକ କଏଦୀ ରହନ୍ତି । ଏଠି ସେହିମାନଙ୍କୁ ବନ୍ଦୀ କରି ରଖାଯାଏ ଯେଉଁମାନେ ଶାସକଙ୍କ ବିରୁଦ୍ଧରେ ମୁହଁ ଖୋଲିଥାନ୍ତି । ଅତି ଛୋଟ ଛୋଟ ଭୁଲ୍‌ ପାଇଁ ପୁରା ପରିବାରକୁ ଏଠି ବନ୍ଦ କରି ଦିଆଯାଏ ଓ ବାହାରେ କେହି ଜାଣି ପାରନ୍ତି ନାହିଁ ସେମାନେ ଜୀବିତ କି ମୃତ ।