ଏଣିକି ବାଇକ୍ ପଛରେ ବସିଲେ ବି ହେଲମେଟ୍ ପିନ୍ଧିବା ବାଧ୍ୟ
ଭୁବନେଶ୍ୱର,୧୮/୧: ସାରା ରାଜ୍ୟରେ ଟ୍ରାଫିକ ନିୟମ କଡାକଡି ଭାବେ ଲାଗୁ କରାଯାଇଛି। ତେବେ ଏବେ ବାଇକ୍ ପଛରେ ବସିଲେ ବି ହେଲମେଟ୍ ପିନ୍ଧିବାକୁ ପଡିବ। ପୂର୍ବରୁ ଦୁଇ ଚକିଆ ଯାନ ଚାଳକଙ୍କ ପାଇଁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ଥିଲା। ମାତ୍ର ଏବେ ପଛରେ ବସିବା ଲୋକ ବି ହେଲମେଟ୍ ପିନ୍ଧିବାକୁ ବାଧ୍ୟତା ମୂଳକ ଅଟେ। ଏଥିସହ ଆଇନ୍ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଖାଲି ସେତିକି ନୁହେଁ କାର ଚାଳକଙ୍କ ସହ […]
ଭୁବନେଶ୍ୱର,୧୮/୧: ସାରା ରାଜ୍ୟରେ ଟ୍ରାଫିକ ନିୟମ କଡାକଡି ଭାବେ ଲାଗୁ କରାଯାଇଛି। ତେବେ ଏବେ ବାଇକ୍ ପଛରେ ବସିଲେ ବି ହେଲମେଟ୍ ପିନ୍ଧିବାକୁ ପଡିବ। ପୂର୍ବରୁ ଦୁଇ ଚକିଆ ଯାନ ଚାଳକଙ୍କ ପାଇଁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ଥିଲା। ମାତ୍ର ଏବେ ପଛରେ ବସିବା ଲୋକ ବି ହେଲମେଟ୍ ପିନ୍ଧିବାକୁ ବାଧ୍ୟତା ମୂଳକ ଅଟେ। ଏଥିସହ ଆଇନ୍ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଖାଲି ସେତିକି ନୁହେଁ କାର ଚାଳକଙ୍କ ସହ ଗାଡିରେ ବସିଥିବା ଅନ୍ୟ ସମସ୍ତ ଯାତ୍ରୀମାନଙ୍କୁ ବି ସିଟ୍ ବେଲ୍ଟ ପିନ୍ଧିବା ପାଇଁ ବାଧ୍ୟତାମୂଳକ ହୋଇଛି। ତେବେ ନୂଆ ମୋଟର ଯାନ ଆଇନର ସମୟ ସୀମା ସରିବା ପରେ ଏହାକୁ ରାଜ୍ୟବ୍ୟାପି କଡାକଡି ଭାବରେ ଲାଗୁ କରାଯିବା ନେଇ ପୁଣି ଥରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।




