ୟୁକ୍ରେନରେ ହେଲିକପ୍ଟର ଦୁର୍ଘଟଣା : ଗୃହମନ୍ତ୍ରୀଙ୍କ ସହ ୧୬ମୃତ

କିଭ : ୟୁକ୍ରେନରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଘଟିଛି ହେଲିକପ୍ଟର ଦୁର୍ଘଟଣା I ଏକ ବିଲଡିଂରେ ଧକ୍କା ହେବା ଯୋଗୁଁ ୟୁକ୍ରେନର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରଣାଳୟର ମୁଖ୍ୟଙ୍କ ସମେତ ୧୬ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ଆସୋସିଏଟେଡ୍ ପ୍ରେସ ୟୁକ୍ରେନ ପୋଲିସର ସୂଚନା ଦେଇଛି। ଏହି ଦୁର୍ଘଟଣାରେ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ଡେନିସ୍ ମୋନାଷ୍ଟାରସ୍କିଙ୍କର ମୃତ୍ୟୁ ଘଟିଛି। ରିପୋର୍ଟ ମୁତାବକ, ଦୁର୍ଘଟଣାରେ ମନ୍ତ୍ରୀଙ୍କ ସମେତ ଅନ୍ୟ ଜଣେ ଅଧିକାରୀଙ୍କର ମୃତ୍ୟୁ ହୋଇଛି । କିଭ୍ ଠାରୁ ୨୦ […]

Samaya Live Picture
Published On

କିଭ : ୟୁକ୍ରେନରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଘଟିଛି ହେଲିକପ୍ଟର ଦୁର୍ଘଟଣା I ଏକ ବିଲଡିଂରେ ଧକ୍କା ହେବା ଯୋଗୁଁ ୟୁକ୍ରେନର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରଣାଳୟର ମୁଖ୍ୟଙ୍କ ସମେତ ୧୬ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ଆସୋସିଏଟେଡ୍ ପ୍ରେସ ୟୁକ୍ରେନ ପୋଲିସର ସୂଚନା ଦେଇଛି। ଏହି ଦୁର୍ଘଟଣାରେ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ଡେନିସ୍ ମୋନାଷ୍ଟାରସ୍କିଙ୍କର ମୃତ୍ୟୁ ଘଟିଛି। ରିପୋର୍ଟ ମୁତାବକ, ଦୁର୍ଘଟଣାରେ ମନ୍ତ୍ରୀଙ୍କ ସମେତ ଅନ୍ୟ ଜଣେ ଅଧିକାରୀଙ୍କର ମୃତ୍ୟୁ ହୋଇଛି । କିଭ୍ ଠାରୁ ୨୦ କିଲୋମିଟର ଦୂର ଉତ୍ତର ପୂର୍ବରେ ୟୁକ୍ରେନର ବ୍ରେଭରୀ ସହର ନିକଟସ୍ଥ କିଣ୍ଡରଗାର୍ଟନ ରେ ଏହି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଏଥିରେ ୨ ଜଣ ଶିଶୁଙ୍କର ମଧ୍ୟ ମୃତ୍ୟୁ ଘଟିଛି I

Tags: