ବ୍ଲì ହେ୍ୱଲ ପାଇଁ କ୍ଷତି ମାଇକ୍ରୋ ପ୍ଲାଷ୍ଟିକ
ପୃଥିବୀର ସବୁଠାରୁ ବଡ ପଶୁ ହୋଇଥିବାରୁ ବ୍ଲì ହେ୍ୱଲ୍ର ନାମ ସବୁଠାରୁ ଅଧିକ ଖାଉଥିବା ପଶୁରେ ମଧ୍ୟ ସାମିଲ ଅଛି । ସବୁବେଳେ ଟନ୍ଟନ୍ ଖାଦ୍ୟ ଖାଇବାରେ ବ୍ଲì ହେ୍ୱଲର ନାଁ ଆଗରେ ଆସିଥାଏ । ତେବେ କେବଳ ଖାଦ୍ୟ ନୁହେଁ ବ୍ଲì ହେ୍ୱଲ ଖାଦ୍ୟ ସହ ପ୍ଲାଷ୍ଟିକ ମଧ୍ୟ ଗିଳିଥାଏ ବୋଲି ବର୍ତ୍ତମାନ ଜଣାପଡିଛି । ଏକ ରିପୋର୍ଟ ଅନୁସାରେ ଏହି ବ୍ଲì ହେ୍ୱଲ ମାଛମାନେ ଖାଦ୍ୟସହ ସମୁଦ୍ରରେ ଭାସୁଥିବା ଛୋଟଛୋଟ ପ୍ଲାଷ୍ଟିକ କଣିକା ଗିଳୁଛନ୍ତି, […]
ପୃଥିବୀର ସବୁଠାରୁ ବଡ ପଶୁ ହୋଇଥିବାରୁ ବ୍ଲì ହେ୍ୱଲ୍ର ନାମ ସବୁଠାରୁ ଅଧିକ ଖାଉଥିବା ପଶୁରେ ମଧ୍ୟ ସାମିଲ ଅଛି । ସବୁବେଳେ ଟନ୍ଟନ୍ ଖାଦ୍ୟ ଖାଇବାରେ ବ୍ଲì ହେ୍ୱଲର ନାଁ ଆଗରେ ଆସିଥାଏ । ତେବେ କେବଳ ଖାଦ୍ୟ ନୁହେଁ ବ୍ଲì ହେ୍ୱଲ ଖାଦ୍ୟ ସହ ପ୍ଲାଷ୍ଟିକ ମଧ୍ୟ ଗିଳିଥାଏ ବୋଲି ବର୍ତ୍ତମାନ ଜଣାପଡିଛି ।

ଏକ ରିପୋର୍ଟ ଅନୁସାରେ ଏହି ବ୍ଲì ହେ୍ୱଲ ମାଛମାନେ ଖାଦ୍ୟସହ ସମୁଦ୍ରରେ ଭାସୁଥିବା ଛୋଟଛୋଟ ପ୍ଲାଷ୍ଟିକ କଣିକା ଗିଳୁଛନ୍ତି, ଯାହା ସେମାନଙ୍କ ସ୍ୱାସ୍ଥ୍ୟପାଇଁ ଖରାପ । ସମୁଦ୍ରରେ ସାଧାରଣତଃ ବ୍ଲì, ଫିନ୍ ଓ ହମ୍ପବ୍ୟାକ ପ୍ରଜାତିର ହେ୍ୱଲ ରହିଥାଆନ୍ତି । ତେବେ ସେଥିମଧ୍ୟରୁ ବ୍ଲì ହେ୍ୱଲ ନିଜ ଖାଦ୍ୟ ଖାଇବାର ପ୍ରଣାଳୀ କାରଣରୁ ସର୍ବାଧିକ ପ୍ଲାଷ୍ଟିକ ଗିଳୁଥିବା ଏହି ରିପୋର୍ଟରେ ଦର୍ଶାଯାଇଛି । ଏହି ରିପୋର୍ଟର ତଥ୍ୟ ଅନୁସାରେ ପ୍ରତିଦିନ ବ୍ଲì ହେ୍ୱଲ ୧୦ ମିଲିଅନ ମାଇକ୍ରୋ ପ୍ଲାଷ୍ଟିକ ଗିଳିଥାଏ ଯାହାର ଓଜନ ୪୩.୫ କେଜି । ତେବେ ଏହା ଫିନ ହେ୍ୱଲ୍ସ କ୍ଷେତ୍ରରେ ୬ମିଲିଅନ ବୋଲି ଗବେଷଣାରୁ ଜଣାପଡିଛି ।

ସେହିଭଳି ହମ୍ପବ୍ୟାକ ପ୍ରଜାତି କ୍ଷେତ୍ରରେ ଏହା ୪ ମିଲିଅନ ଅଟେ । ତେଣୁ ସବୁଠାରୁ ଅଧିକା ପ୍ଲାଷ୍ଟିକ ବ୍ଲìହେ୍ୱଲ ଗିଳୁଥିବାରୁ ସେହି ପ୍ରଜାତି ପାଇଁ ଏହା ବିଶେଷ ହାନି କାରକ । ଏହାକୁ ରୋକା ନଗଲେ ଆଗକୁ ଏହି ପ୍ରଜାତିକୁ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମ୍ବନ୍ଧିତ ଅସୁବିଧା ଭୋଗିବାକୁ ପଡିବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି । ସମୁଦ୍ରରେ ଭାସୁଥିବା ମାଇକ୍ରୋପ୍ଲାଷ୍ଟିକର ଆକାର ୫ଏମ୍ଏମ୍ରୁ କମ ଯାହା ବିଭିନ୍ନ କାରଣ ଯଥା ଶିଳ୍ପ ଆବର୍ଜନା କିମ୍ବା ଘରୋଇ ଆବର୍ଜନାରୁ ସମୁଦ୍ରକୁ ଆସିଥାଏ । ଏହି ପ୍ଲାଷ୍ଟିକ ଏତେ ମାତ୍ରାରେ ଶରୀରକୁ ଯିବା ସ୍ୱାସ୍ଥ୍ୟକର ନୁହେଁ । ଏହା ଶରୀର ଭିତରେ ବିଭିନ୍ନ କେମିକାଲ ନିର୍ଗତ କରିଥାଏ, ଯାହା କ୍ଷତିକାରକ ।




