ମାଳଦ୍ୱୀପରେ ଗୋଟାବାୟାଙ୍କୁ ବିରୋଧ
ମାଲେ: ସଂପ୍ରତି ନିଜ ଦେଶ ଶ୍ରୀଲଙ୍କାରେ ପ୍ରବଳ ଜନ ଅସନ୍ତୋଷ ଓ ଜନ ଆନ୍ଦୋଳନକୁ ସାମନା କରିବାରେ ଅସମର୍ଥ ହୋଇ ନିଜ ଦେଶ ଶ୍ରୀଲଙ୍କା ଛାଡ଼ି ପଳାତକ ସାଜିଛନ୍ତି ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ । ମାଳଦ୍ୱୀପର ରାଜଧାନୀ ମାଲେରେ ସପରିବାରେ ଆତ୍ମଗୋପନ କରିଥିବା ଶ୍ରୀଲଙ୍କାର ପଳାତକ ରାଷ୍ଟ୍ରପତି ଗୋଟାବାୟା ମାଳଦ୍ୱୀପରୁ ସିଙ୍ଗାପୁର ପଳାଇ ଯିବେ । ମାଲେରେ ମଧ୍ୟ ତାଙ୍କୁ ବିରୋଧ କରାଯାଇଥିବା ଖବର ଆସିଛି । ସୂଚନା ଅନୁସାରେ, ମାଳଦ୍ୱୀପରେ ଥିବା ଶ୍ରୀଲଙ୍କା ନାଗରିକ ସେଠାରେ […]
ମାଲେ: ସଂପ୍ରତି ନିଜ ଦେଶ ଶ୍ରୀଲଙ୍କାରେ ପ୍ରବଳ ଜନ ଅସନ୍ତୋଷ ଓ ଜନ ଆନ୍ଦୋଳନକୁ ସାମନା କରିବାରେ ଅସମର୍ଥ ହୋଇ ନିଜ ଦେଶ ଶ୍ରୀଲଙ୍କା ଛାଡ଼ି ପଳାତକ ସାଜିଛନ୍ତି ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ । ମାଳଦ୍ୱୀପର ରାଜଧାନୀ ମାଲେରେ ସପରିବାରେ ଆତ୍ମଗୋପନ କରିଥିବା ଶ୍ରୀଲଙ୍କାର ପଳାତକ ରାଷ୍ଟ୍ରପତି ଗୋଟାବାୟା ମାଳଦ୍ୱୀପରୁ ସିଙ୍ଗାପୁର ପଳାଇ ଯିବେ । ମାଲେରେ ମଧ୍ୟ ତାଙ୍କୁ ବିରୋଧ କରାଯାଇଥିବା ଖବର ଆସିଛି । ସୂଚନା ଅନୁସାରେ, ମାଳଦ୍ୱୀପରେ ଥିବା ଶ୍ରୀଲଙ୍କା ନାଗରିକ ସେଠାରେ ଗୋଟାବାୟାଙ୍କ ବିରୋଧରେ ପ୍ରଦର୍ଶନ କରିଛନ୍ତି ।

ଅନ୍ୟପକ୍ଷରେ ମାଲଦିଭ ନ୍ୟାସନାଲ୍ ପାର୍ଟି ଗୋଟାବାୟାଙ୍କୁ ଦେଶକୁ ଆସିବାକୁ ଅନୁମତି ଦେଇଥିବାରୁ ସେଠାକାର ସରକାରଙ୍କ ବିରୋଧରେ ଅସନ୍ତୋଷ ପ୍ରକାଶ କରିଛି ।
ଉଲ୍ଲେଖଯୋଗ୍ୟ, ଶ୍ରୀଲଙ୍କା ବାୟୁସେନାର ବିମାନରେ ମାଳଦ୍ୱୀପ ରାଜଧାନୀ ମାଲେରେ ବୁଧବାର ସକାଳେ ଅବତରଣ କରିଥିବା ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ ବୁଧବାର ମାଳଦ୍ୱୀପ ଛାଡ଼ି ସିଙ୍ଗାପୁର ଅଭିମୁଖେ ଯାତ୍ରା କରିବେ ।




