କୁକୁଡା ନାଁରେ କେସ୍‌

ଜର୍ମାନ : ଭଲ ପଡୋଶୀଟିଏ ମିଳିଗଲେ ଜୀବନ ବେଶ୍‌ ଖୁସିରେ ଖୁସିରେ କଟିଯାଏ । କିନ୍ତୁ ପଡୋଶୀ ଭଲ ହୋଇ ନ ଥିଲେ ଜୀବନ ଦୁର୍ବିସହ ହୋଇପଡେ । ଜର୍ମାନୀରେ ଏକ ବୟସ୍କ ଦମ୍ପତିଙ୍କ କ୍ଷେତ୍ରରେ ଏପରି କିଛି ନଜର ଆସିଛି । ଏଠି ପଡୋଶୀଙ୍କ ପାଇଁ ନୁହେଁ ବରଂ ପଡୋଶୀ ରଖିଥିବା କୁକୁଡା ପାଇଁ ସେମାନଙ୍କ ଆଖିରୁ ନିଦ ହଜିଯାଇଛି । ଆମେ ଜାଣୁ ପଡୋଶୀଙ୍କ ଘରେ କୌଣସି ବି ପୋଷା ଜୀବ ଥିଲେ ତାହାର […]

Samaya Live Picture
Published On

ଜର୍ମାନ : ଭଲ ପଡୋଶୀଟିଏ ମିଳିଗଲେ ଜୀବନ ବେଶ୍‌ ଖୁସିରେ ଖୁସିରେ କଟିଯାଏ । କିନ୍ତୁ ପଡୋଶୀ ଭଲ ହୋଇ ନ ଥିଲେ ଜୀବନ ଦୁର୍ବିସହ ହୋଇପଡେ । ଜର୍ମାନୀରେ ଏକ ବୟସ୍କ ଦମ୍ପତିଙ୍କ କ୍ଷେତ୍ରରେ ଏପରି କିଛି ନଜର ଆସିଛି । ଏଠି ପଡୋଶୀଙ୍କ ପାଇଁ ନୁହେଁ ବରଂ ପଡୋଶୀ ରଖିଥିବା କୁକୁଡା ପାଇଁ ସେମାନଙ୍କ ଆଖିରୁ ନିଦ ହଜିଯାଇଛି । ଆମେ ଜାଣୁ ପଡୋଶୀଙ୍କ ଘରେ କୌଣସି ବି ପୋଷା ଜୀବ ଥିଲେ ତାହାର ପ୍ରଭାବ ପଡିଥାଏ ।

କୁକୁଡା ନାଁରେ କେସ୍‌

ଜର୍ମାନୀର ବ୍ୟାଡ୍‌ ସାଲଜୁଫ୍ଲେନ୍‌ରେ ରହୁଥିବା ଏକ ବୟସ୍କ ଦମ୍ପତି ଏବେ ପଡୋଶୀଙ୍କ କୁକୁଡାକୁ ନେଇ ଚିନ୍ତାରେ । କୁକୁଡାଟି ସକାଳୁ ସକାଳୁ ବଡ ପାଟିରେ ରାବିବା ସହ ସେମାନଙ୍କୁ ସବୁଦିନେ ନିଦରୁ ଉଠାଇ ଦେଉଛି । ପଶ୍ଚିମ ଜର୍ମାନୀରେ ରହୁଥିବା ୭୬ ବର୍ଷୀୟ ଫ୍ରେଡରିଚ୍‌ ଉଇଲହେମ୍‌ ଓ ତାଙ୍କ ପତ୍ନୀ ଜୁତାଙ୍କ ଅଭିଯୋଗ ହେଉଛି ଦୀର୍ଘଦିନ ଧରି ସେ ନିଜ ଘରେ ବି ଶାନ୍ତିରେ ରହି ପାରୁ ନାହାନ୍ତି । କାରଣ ହେଉଛି ପଡୋଶୀଙ୍କ ପାଳିତ ଗଞ୍ଜା ।

କୁକୁଡା ନାଁରେ କେସ୍‌

ଏହି ଗଞ୍ଜାଟି ପ୍ରତିଦିନ ସକାଳ ୮ଟାରୁ ରାବିବା ଆରମ୍ଭ କରିଦିଏ ଆଉ ପୁରା ସୂର୍ଯ୍ୟ ଅସ୍ତ ହେବା ଯାଏ ରାବୁଥାଏ । ଦମ୍ପତି ଏ ନେଇ ବହୁବାର ପଡୋଶୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କିଛି ସମାଧାନର ବାଟ ବାହାରି ନ ଥିଲା । ଫଳରେ ଏମାନେ ବାଧ୍ୟ ହୋଇ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଦମ୍ପତି ଅଭିଯୋଗ କରିଛନ୍ତି କୁକୁଡା ପାଇଁ ସେମାନେ ନିଜ ଘରର ଝରକା ବି ଖୋଲି ପାରୁ ନାହାନ୍ତି । ଦମ୍ପତିଙ୍କ ଓକିଲ କହିଛନ୍ତି କୁକୁଡାର ରାବ ୮୦ ଡେସିବଲରୁ ବି ଅଧିକ ରହିଛି । ଏହି କାରଣରୁ ବହୁ ପଡୋଶୀ ସେଠୁ ଘର ଛାଡି ମଧ୍ୟ ଅନ୍ୟତ୍ର ଚାଲି ଯାଇଛନ୍ତି ।