ଉତ୍ତର କୋରିଆରେ ଗେମିଂ କାଫେ
By: Ipsita
ଉତ୍ତର କୋରିଆ ନିଜର ଭିନ୍ନ ନିୟମ ପାଇଁ ବିଶ୍ୱରେ ପରିଚିତ । ଏଠାରେ ଲୋକମାନଙ୍କର ଚଳଣି ଉପରେ ଅନେକ ପ୍ରକାର ପ୍ରତିବନ୍ଧକ ରହିଛି । ଏଠାର କଣ ଘଟୁଛି ବିଶ୍ୱର ଅନ୍ୟ ଦେଶ ଜାଣିବା ଖୁବ କଷ୍ଟକର ହୋଇଥାଏ । ହେଲେ ନିକଟରେ ମିଳିଥିବା ସୂଚନା ଅନୁସାରେ ଉତ୍ତର କୋରିଆରେ ପ୍ରଥମ ଥର ପାଇଁ କମ୍ପ୍ୟୁଟର ଗେମିଂର କାଫେ ଖୋଲାଯିବ । ଏହି କାଫେଟି ଉତ୍ତର କୋରିଆର ରାଜଧାନୀରେ ହିଁ ଖୋଲାଯିବ । ଏହି କାଫେ ସାହାଯ୍ୟରେ ଉତ୍ତର କୋରିଆର ଯୁବପିଢିଙ୍କ ପାଇଁ ଇଣ୍ଟରନେଟର ବ୍ୟବହାର ଓ ଟେକ୍ନୋଲୋଜିର ଉପଲବ୍ଧତାକୁ ଆହୁରି ସହଜ କରିବ । ଏହି ଗେମିଂ କାଫେର ନାଁ ପିସି ବ୍ୟାଙ୍ଗ ରଖାଯାଇଛି । ଯାହାର ଅର୍ଥ ଇଣ୍ଟରନେଟ କାଫେ । ତେବେ ଏହାକୁ ନିର୍ମାଣ କରିବା ପାଇଁ ଉନ୍ନତମାନର ଜ୍ଞାନକୌଶଳ ସହିତ ଖୁବ ସତର୍କତା ଅବଲମ୍ବନ କରାଯାଇଛି । ଏହି କାଫେରେ କେବଳ ଦେଶୀଖେଳ ନୁହେଁ ଏହାସହିତ ଫିଫା, କଲ ଅଫ ଡ୍ୟୁଟି, ଫାର କ୍ରାଏ ଓ ରେନ୍ବୋ ସିକ୍ସ ଭଳି ଖେଳ ମଧ୍ୟ ଖେଳାଯାଇ ପାରିବ ।
Tags:


