ସାହିତ୍ୟରେ ନୋବେଲ ପୁରସ୍କାର ପାଇବେ ଫରାସି ଲେଖିକା ଆନ୍ନି ଏର୍ନକ୍ସ

ଷ୍ଟକହୋମ: ୨୦୨୨ର ସାହିତ୍ୟ ପାଇଁ ନୋବେଲ ଘୋଷଣା କରାଯାଇଛି। ଏହି ବର୍ଷର ମର୍ଯ୍ୟାଦାଜନକ ନୋବେଲ ପୁରସ୍କାର ପାଇବେ ଫରାସୀ ଲେଖିକା ଆନି ଏର୍ନକ୍ସ । ସେ ତାଙ୍କ ଜୀବନର ଅନୁଭବକୁ ସାହିତ୍ୟ ର ଶବ୍ଦ ଆକାରରେ ନିଖୁଣ ଭାବରେ ବର୍ଣ୍ଣନା କରିଛନ୍ତି I ଏଥିରେ ସେ ଯୌନ ସମ୍ବନ୍ଧ ,ଗର୍ଭପାତ,ପିତା-ମାତାଙ୍କ ବିଚ୍ଛେଦ ଭଳି ବ୍ୟକ୍ତିଗତ ସମସ୍ୟା କୁ ସାହିତ୍ୟର ଆକାର ଦେଇଛନ୍ତି I ଆନିଙ୍କୁ ପୁରସ୍କାର ପାଇଁ ମନୋନୀତ କରିଥିବା ନୋବେଲ କମିଟି କହିଛି ଯେ ସାହସ […]

Samaya Live Picture
Published On

ଷ୍ଟକହୋମ: ୨୦୨୨ର ସାହିତ୍ୟ ପାଇଁ ନୋବେଲ ଘୋଷଣା କରାଯାଇଛି। ଏହି ବର୍ଷର ମର୍ଯ୍ୟାଦାଜନକ ନୋବେଲ ପୁରସ୍କାର ପାଇବେ ଫରାସୀ ଲେଖିକା ଆନି ଏର୍ନକ୍ସ । ସେ ତାଙ୍କ ଜୀବନର ଅନୁଭବକୁ ସାହିତ୍ୟ ର ଶବ୍ଦ ଆକାରରେ ନିଖୁଣ ଭାବରେ ବର୍ଣ୍ଣନା କରିଛନ୍ତି I ଏଥିରେ ସେ ଯୌନ ସମ୍ବନ୍ଧ ,ଗର୍ଭପାତ,ପିତା-ମାତାଙ୍କ ବିଚ୍ଛେଦ ଭଳି ବ୍ୟକ୍ତିଗତ ସମସ୍ୟା କୁ ସାହିତ୍ୟର ଆକାର ଦେଇଛନ୍ତି I

ଆନିଙ୍କୁ ପୁରସ୍କାର ପାଇଁ ମନୋନୀତ କରିଥିବା ନୋବେଲ କମିଟି କହିଛି ଯେ ସାହସ ଏବଂ ତୀକ୍ଷ୍ଣତା ସହିତ ଆନି ତାଙ୍କ ସ୍ମୃତି, ବିଚ୍ଛିନ୍ନତା ଏବଂ ସଂଗଠନର ମୂଳ ଚିହ୍ନଟ କରିବାରେ ସକ୍ଷମ ହୋଇଛନ୍ତି।ସାହିତ୍ୟ ପାଇଁ ଚଳିତ ବର୍ଷ ନୋବେଲ ପାଇବେ ଫରାସୀ ଲେଖିକା ଆନ୍ନି ଏର୍ନକ୍ସ। କୋରେଜ୍‌ ଆଣ୍ଟ କ୍ଲିନିକାଲ୍ ଆକ୍ୟୁଟି (courage and clinical acuity) ଶୈଳୀର ରଚନା ପାଇଁ ନୋବେଲ ପୁରସ୍କାର ଦିଆଯିବାକୁ ଚୟନ କରାଯାଇଛି । ଏହି ପୁସ୍ତକରେ ବ୍ୟକ୍ତିଗତ ମତ ରଖି ର ଓ ବିଭିନ୍ନ ଭାଷା ଓ ବର୍ଗ ଆଧାରରେ ରହିଥିବା ଅସମାନତାକୁ ଦର୍ଶାଇଛନ୍ତି । ନିଜ ଲେଖାରେ ସେ ସ୍ବାଧୀନତାକୁ ପ୍ରାଧାନ୍ୟ ଦେଇଛନ୍ତି । ତାଙ୍କ ସରଳ ଲେଖା ପାଇଁ ସେ ଏହି ପୁରସ୍କାର ଦାବିଦାର ଥିଲେ ।

ଷ୍ଟକହୋମରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆନ୍ନି ଏର୍ନକ୍ସ ସାହିତ୍ୟରେ ନୋବେଲ ପାଇବେ ବୋଲି ଘୋଷଣା କରାଯାଇଛି। ଆନ୍ନି ଏର୍ନକ୍ସଙ୍କର ଲେଖାଲେଖିରେ ୫୦ ବର୍ଷର ଅନୁଭବ, ଅଭିଜ୍ଞତା ରହିଛି । ୧୯୭୪ ମସିହାରୁ ସେ ସାହିତ୍ୟ କ୍ଷେତ୍ରରେ ନିଜର ଲେଖାଲେଖି ପାଇଁ ସମୟ ଦେଇଆସୁଛନ୍ତି ।

ଆନ୍ନି ଏର୍ନକ୍ସ ୧୯୪୦ ମସିହାରେ ଫ୍ରାନସର ନିର୍ମାଣ୍ଡିର ଏକ ଛୋଟ ସହର ୟଭେଟେରେ ଜନ୍ମଗ୍ରହଣ କରିଥିଲେ। ସେ ପିଲାଦିନରୁ ଲେଖିକା ହେବା ପାଇଁ ସ୍ବପ୍ନ ଦେଖୁଥିଲେ । ଏବେ ତାଙ୍କ ସ୍ବପ୍ନ ସଫଳ ହୋଇଛି । ତାଙ୍କୁ ନୋବେଲ ପୁରସ୍କାର ମିଳିବାକୁ ଯାଉଛି।