ଭାରତର ସ୍ୱତନ୍ତ୍ର ବୈଦେଶିକ ନୀତିକୁ ପ୍ରଶଂସା କଲେ ଇମ୍ରାନ

ଲାହୋର: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣିଥରେ ଭାରତର ସ୍ୱତନ୍ତ୍ର ବୈଦେଶିକ ନୀତିକୁ ପ୍ରଶଂସା କରିଛନ୍ତି । ବାସ୍ତବରେ ସେ ଲାହୋରରେ ଆୟୋଜିତ ଏକ ରାଲିରେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଏକ ଭିଡିଓ ଦେଖାଇ ଭାରତକୁ ପ୍ରଶଂସା କରିଥିଲେ । ଆମେରିକାର ଚାପ ସେ‰ ଋଷରୁ ଶସ୍ତା ତେଲ କିଣିବା ନିଷ୍ପତ୍ତିକୁ ନେଇ ସେ ଭାରତକୁ ପ୍ରଶଂସା କରିଛନ୍ତି । ଇମ୍ରାନ ଖାନ କହିଛନ୍ତି ଯେ, ଯଦି ପାକିସ୍ତାନ ସହିତ ସ୍ୱାଧୀନତା […]

Samaya Live Picture
Published On

ଲାହୋର: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣିଥରେ ଭାରତର ସ୍ୱତନ୍ତ୍ର ବୈଦେଶିକ ନୀତିକୁ ପ୍ରଶଂସା କରିଛନ୍ତି । ବାସ୍ତବରେ ସେ ଲାହୋରରେ ଆୟୋଜିତ ଏକ ରାଲିରେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଏକ ଭିଡିଓ ଦେଖାଇ ଭାରତକୁ ପ୍ରଶଂସା କରିଥିଲେ ।

ଭାରତର ସ୍ୱତନ୍ତ୍ର ବୈଦେଶିକ ନୀତିକୁ ପ୍ରଶଂସା କଲେ ଇମ୍ରାନ
ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର

ଆମେରିକାର ଚାପ ସେ‰ ଋଷରୁ ଶସ୍ତା ତେଲ କିଣିବା ନିଷ୍ପତ୍ତିକୁ ନେଇ ସେ ଭାରତକୁ ପ୍ରଶଂସା କରିଛନ୍ତି । ଇମ୍ରାନ ଖାନ କହିଛନ୍ତି ଯେ, ଯଦି ପାକିସ୍ତାନ ସହିତ ସ୍ୱାଧୀନତା ପାଇଥିବା ଭାରତ ତା’ର ଆବଶ୍ୟକତା ଅନୁଯାୟୀ ନିଜର ବୈଦେଶିକ ନୀତି ପ୍ରସ୍ତୁତ କରିପାରିବ, ତେବେ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କ ସରକାର କାହିଁକି ଏଭଳି କରୁନାହାନ୍ତି ?

ଇମ୍ରାନ ଖାନ ସେହି ସଭାରେ ଏହା ହେଉଛି ଏମିତି ଏକ ଭିଡିଓ, ଯାହା ଅନେକ ଗଣମାଧ୍ୟମ ଦ୍ୱାରା ସେୟାର କରାଯାଇଥିଲା । ଏହି ରାଲିରେ ଇମ୍ରାନ, ଭିଡିଓକୁ ସମସ୍ତଙ୍କୁ ଦେଖାଇ କହିଥିଲେ ଯେ, ଋଷରୁ ତେଲ ନ କିଣିବାକୁ ଆମେରିକା ଭାରତକୁ ନିର୍ଦ୍ଦେଶ ଦେଇଥିଲା, କି;ୁ ଆପଣ ଶୁଣ;ୁ ଯେ ଭାରତର ବୈଦେଶିକ ମନ୍ତ୍ରୀ କିପରି ଆମେରିକାକୁ ଜବାବ ଦେଇଥିଲେ । ଏହି ଭିଡିଓରେ ଜୟଶଙ୍କର ସେମାନଙ୍କୁ କହିଥିଲେ ଯେ, ତୁମେମାନେ କିଏ? ଜୟଶଙ୍କର କହିଥିଲେ ଯେ ୟୁରୋପ ଋଷରୁ ଗ୍ୟାସ କିଣୁଛି ଏବଂ ଆମେ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ଏହାକୁ କିଣିବୁ ।