୬୩ ବର୍ଷ ବୟସରେ ବି ଫିଟ୍‌

କୁହାଯାଏ ବୟସ କେବଳ ଏକ ସଂଖ୍ୟା କିନ୍ତୁ ବାସ୍ତବରେ ବୟସ ଯେତେ ଯେତେ ବୃଦ୍ଧି ପାଏ ଶରୀର ସେତେ ସେତେ ଦୂର୍ବଳ ହୋଇଯାଏ । ଯାହା ଫଳରେ କମ୍‌ ବୟସରେ ଲୋକମାନେ ଯେତିକି ପରିଶ୍ରମ କରିଥାନ୍ତି ବୟସ ବଢିଲେ ଆଉ ସେତିକି ପରିଶ୍ରମ କରି ପାରି ନ ଥାନ୍ତି । ଏହା ସହିତ ଚେହେରାରେ ମଧ୍ୟ ବୟସର ଛାପ ସ୍ପଷ୍ଟ ବାରି ହୋଇ ପଡେ । କିନ୍ତୁ ଅଷ୍ଟ୍ରେଲିଆର ଜଣେ ମହିଳା ୬୩ ବର୍ଷରେ ପହଞ୍ଚିଥିଲେ ମଧ୍ୟ […]

Samaya Live Picture
Published On

କୁହାଯାଏ ବୟସ କେବଳ ଏକ ସଂଖ୍ୟା କିନ୍ତୁ ବାସ୍ତବରେ ବୟସ ଯେତେ ଯେତେ ବୃଦ୍ଧି ପାଏ ଶରୀର ସେତେ ସେତେ ଦୂର୍ବଳ ହୋଇଯାଏ । ଯାହା ଫଳରେ କମ୍‌ ବୟସରେ ଲୋକମାନେ ଯେତିକି ପରିଶ୍ରମ କରିଥାନ୍ତି ବୟସ ବଢିଲେ ଆଉ ସେତିକି ପରିଶ୍ରମ କରି ପାରି ନ ଥାନ୍ତି । ଏହା ସହିତ ଚେହେରାରେ ମଧ୍ୟ ବୟସର ଛାପ ସ୍ପଷ୍ଟ ବାରି ହୋଇ ପଡେ । କିନ୍ତୁ ଅଷ୍ଟ୍ରେଲିଆର ଜଣେ ମହିଳା ୬୩ ବର୍ଷରେ ପହଞ୍ଚିଥିଲେ ମଧ୍ୟ ଯୁବତୀ ପରି ଦେଖାଯାଉଛନ୍ତି ।

୬୩ ବର୍ଷ ବୟସରେ ବି ଫିଟ୍‌

ଏହାର ସଂପୂର୍ଣ୍ଣ ଶ୍ରେୟ ତାଙ୍କ ଫିଟନେସ୍‌ ରୁଟିନକୁ ଯାଇଥାଏ । ଯେତେବେଳେ ତାଙ୍କୁ ଲୋକମାନେ ତାଙ୍କ ଝିଅ ସହ ଦେଖିଥାନ୍ତି ମାଆ କିଏ ଝିଅ କିଏ ଚିହ୍ନି ନ ପାରି ଦ୍ୱନ୍ଦରେ ପଡିଯାଆନ୍ତି । ଲେସଲୀ ମାକ୍ସେୱଲ ନାମକ ଏହି ମହିଳା ଜେଜେମା ହୋଇସାରିଲେଣି କିନ୍ତୁ ତାଙ୍କୁ ଦେଖି କେହି ବି କହିପାରିବେନି ଯେ, ତାଙ୍କ ବୟସ ୬୩ ବୋଲି । ଦେଖିବାକୁ ସେ ୪୦ ବର୍ଷରୁ ଅଧିକ ମନେ ହେଉନାହାନ୍ତି ।
୬୩ ବର୍ଷ ବୟସରେ ବି ଫିଟ୍‌

ଯେତେବେଳେ ବି ସେ ନିଜ ପୁଅ କି ଝିଅ ସହ ଫଟୋ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଥାନ୍ତି ଲୋକମାନେ ସେମାନଙ୍କୁ ଭାଇ ଭଉଣୀ ବୋଲି ଭାବିଥାନ୍ତି । ନିକଟରେ ସେ ଇନଷ୍ଟାଗ୍ରାମରେ ଏକ ପାର୍ଟିର ଫଟୋ ସେୟାର କରିଥିଲେ ଯେଉଁଥିରେ ସେ ବ୍ଲାକ ରଙ୍ଗର ଶର୍ଟ ଡ୍ରେସ୍‌ ପିନ୍ଧିଥିଲେ । ଫଟୋକୁ ଦେଖି ସମସ୍ତେ ଦ୍ୱନ୍ଦରେ ପଡି ଯାଇଛନ୍ତି । ଏହି ବୟସରେ ଲେସଲୀ ନିୟମିତ ଜିମ୍‌ ଯାଉଛନ୍ତି ଓ ତାଙ୍କ ଫିଟନେସ୍‌ କୌଣସି ଯୁବତୀଙ୍କ ଠାରୁ ମଧ୍ୟ ଅଧିକ ରହିଛି ।