ଆମେରିକାରେ ଭୟଙ୍କର ଅଗ୍ନିକାଣ୍ଡ
ସମୟ ଲାଇଭ୍,୩୦/୧୦: ଆମେରିକାର ଲସ୍ ଆଞ୍ଜେଲସ୍ରେ ଲାଗିଥିବା ନିଆଁର ପ୍ରକୋପ ବଢ଼ିବାରେ ଲାଗିଛି। ତେବେ ନିଆଁ ୫ଟି ବ୍ୟୟ ବହୁଳ ବଙ୍ଗଳାକୁ ଜାଳିପୋଡ଼ି ପାଉଁଶ କରିଦେଇଥିବା ସୂଚନା ମିଳିଛି। ଅନ୍ୟପଟେ ଅଗ୍ନିକାଣ୍ଡ କାରଣରୁ ସଂପୃକ୍ତ ଅଞ୍ଚଳୁ ଜନଶୂନ୍ୟ କରିବା ପାଇଁ ଆଲର୍ଟ ଜାରି କରାଯାଇଛି। ତେବେ ଅଗ୍ନକାଣ୍ଡର ଶିକାର ହୋଇଥିବା ବଙ୍ଗଳାରେ ଅନେକ ହଲିଉଡ଼ ସେଲିବ୍ରିଟି ଥିଲେ ଏବଂ ସେମାନଙ୍କୁ ରାତାରାତି ସେହି ସ୍ଥାନ ଛାଡ଼ିବାକୁ ପଡ଼ିଥିଲା। ସୂଚନା ଥାଉ କି, ୧୯୯୪ ରେ ଏହି ସ୍ଥାନକୁ […]
ସମୟ ଲାଇଭ୍,୩୦/୧୦: ଆମେରିକାର ଲସ୍ ଆଞ୍ଜେଲସ୍ରେ ଲାଗିଥିବା ନିଆଁର ପ୍ରକୋପ ବଢ଼ିବାରେ ଲାଗିଛି। ତେବେ ନିଆଁ ୫ଟି ବ୍ୟୟ ବହୁଳ ବଙ୍ଗଳାକୁ ଜାଳିପୋଡ଼ି ପାଉଁଶ କରିଦେଇଥିବା ସୂଚନା ମିଳିଛି। ଅନ୍ୟପଟେ ଅଗ୍ନିକାଣ୍ଡ କାରଣରୁ ସଂପୃକ୍ତ ଅଞ୍ଚଳୁ ଜନଶୂନ୍ୟ କରିବା ପାଇଁ ଆଲର୍ଟ ଜାରି କରାଯାଇଛି। ତେବେ ଅଗ୍ନକାଣ୍ଡର ଶିକାର ହୋଇଥିବା ବଙ୍ଗଳାରେ ଅନେକ ହଲିଉଡ଼ ସେଲିବ୍ରିଟି ଥିଲେ ଏବଂ ସେମାନଙ୍କୁ ରାତାରାତି ସେହି ସ୍ଥାନ ଛାଡ଼ିବାକୁ ପଡ଼ିଥିଲା।
ସୂଚନା ଥାଉ କି, ୧୯୯୪ ରେ ଏହି ସ୍ଥାନକୁ ନେଇ ଏକ ଚର୍ଚ୍ଚିତ ହତ୍ୟାଘଟଣା ସାମନାକୁ ଆସିଥିଲା ପୂର୍ବ ଫୁଟବଲ ଖେଳାଳି ଓଜେ ସିମ୍ପସନ୍ଙ୍କ ନାମରେ ତାଙ୍କ ପୂର୍ବତନ ପତ୍ନୀ ଓ ଜଣେ ୱେଟରଙ୍କ ଏଠାରେ ହତ୍ୟା ଆରୋପ ଲାଗିଥିଲା। ବାସ୍କେଟବଲ୍ ଖେଳାଳି ଲିବ୍ରୋନ୍ ଜେମ୍ସଙ୍କ ସମେତ ଅନେକ ହଲିଉଡ଼ କଳାକାର ଚଳଚ୍ଚିତ୍ର ନିର୍ମାତାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ମିଡ଼ିଆ କମ୍ପାନୀର କାର୍ଯ୍ୟକର୍ତ୍ତା ଏଠାରେ ରହିଆସୁଥିଲେ। ତେବେ ଏହି ଅଗ୍ନିକାଣ୍ଡ ଫଳରେ ଏକାଧିକ ଚଳଚ୍ଚିତ୍ରର ପ୍ରିମିୟର ସ୍ଥଗିତ ରଖାଯାଇଛି। ଅନ୍ୟପଟେ ରାତିରେ ପରିବାର ସହ ଘର ଛାଡ଼ିଥିବା ଜେମ୍ସ ଏବେ ତାଙ୍କ ପରିବାର ପାଇଁ ସୁରକ୍ଷିତ ସ୍ଥାନ ଖୋଜୁଥିବା ଟ୍ୱିଟ୍ କରିଛନ୍ତି।
Tags:




