ଆପଣ ଜାଣିଛନ୍ତି କି ପୃଥିବୀରେ ଗଛ ଅଧିକ ଅଛି କି ଛାୟାପଥରେ ତାରା ? ଜାଣ;ୁ ଏହାର ଉତ୍ତର

ଗତ କିଛି ବର୍ଷ ହେବ ପୃଥିବୀର ତାପମାତ୍ରା ବଢିବାରେ ଲାଗିଛି । ପ୍ରଦୂଷଣ କାରଣରୁ ଗରମ ହେଉଥିବା ଗ୍ରହକୁ ନେଇ ସାରା ଦେଶର ସରକାର, ପରିବେଷବିତ୍‌ ଏବଂ ପାଣିପାଗ ବିଭାଗ ଚିନ୍ତାରେ ଅଛନ୍ତି । ବିଶ୍ୱ ତାପନକୁ ରୋକିବା ଲାଗି ଭିନ୍ନ ଭିନ୍ନ ପ୍ରୟାସ ଜାରି ରହିଛି । ଏହାପରେ ମଧ୍ୟ ଏହି ପ୍ରୟାସକୁ ବିଫଳ କୁହାଯାଉଛି । ବିଶ୍ୱ ତାପନ ଲାଗି ମୁଖ୍ୟ କାରଣ ଯଦି ଆମେ କହିବା ସେଥିରେ କାର୍ବନଡାଇ ଅକ୍ସାଇଡର ବଢୁଥିବା, ଗଛ […]

Samaya Live Picture
Published On

ଗତ କିଛି ବର୍ଷ ହେବ ପୃଥିବୀର ତାପମାତ୍ରା ବଢିବାରେ ଲାଗିଛି । ପ୍ରଦୂଷଣ କାରଣରୁ ଗରମ ହେଉଥିବା ଗ୍ରହକୁ ନେଇ ସାରା ଦେଶର ସରକାର, ପରିବେଷବିତ୍‌ ଏବଂ ପାଣିପାଗ ବିଭାଗ ଚିନ୍ତାରେ ଅଛନ୍ତି । ବିଶ୍ୱ ତାପନକୁ ରୋକିବା ଲାଗି ଭିନ୍ନ ଭିନ୍ନ ପ୍ରୟାସ ଜାରି ରହିଛି । ଏହାପରେ ମଧ୍ୟ ଏହି ପ୍ରୟାସକୁ ବିଫଳ କୁହାଯାଉଛି । ବିଶ୍ୱ ତାପନ ଲାଗି ମୁଖ୍ୟ କାରଣ ଯଦି ଆମେ କହିବା ସେଥିରେ କାର୍ବନଡାଇ ଅକ୍ସାଇଡର ବଢୁଥିବା, ଗଛ କାଟିବା ପ୍ରମୁଖ କାରଣ । ଏହାପରେ ବି ପୃଥିବୀରେ ବାରମ୍ବାର ଜଙ୍ଗଲ କଟାଯାଇଥାଏ । ଏହା ବାଦ୍‌ ଜଙ୍ଗଲରେ ଲାଗୁଥିବା ନିଆଁ ବି ବଡ଼ କ୍ଷତି କରିଥାଏ ।

ଆପଣ ଜାଣିଛନ୍ତି କି ପୃଥିବୀରେ ଗଛ ଅଧିକ ଅଛି କି ଛାୟାପଥରେ ତାରା ? ଜାଣ;ୁ ଏହାର ଉତ୍ତର

ପୃଥିବୀରେ କେତେ ଗଛ ଅଛି, ଏହାର ଗଣନା କେବେ କୌଣସି ଦେଶ କିମ୍ବା ସଂଗଠନ କରିନାହାନ୍ତି । ଆରଡିକାମର ରିପୋର୍ଟ ଅନୁସାରେ କିଛି ବର୍ଷ ପୂର୍ବରୁ ଆମେରିକାର ୟେଲ ୟୁନିଭର୍ସିଟି ବିଶ୍ୱରେ ଲଗାଯାଇଥିବା ଗଛର ପ୍ରକୃତ ସଂଖ୍ୟା କହିବାର ଦାବି କରିଥିଲା । ଏହି ୟୂନିଭର୍ସିଟିର ରିସର୍ଚ ରିପୋର୍ଟ ‘ନେଚର ମାଗାଜିନ’ରେ ପ୍ରକାଶ ପାଇଥିଲା ଏବଂ ଏହା ଅନୁସାରେ ବିଶ୍ୱରେ ୩.୦୪ଟ୍ରିଲିୟନ ଗଛ ରହିଛି । ଗବେଷଣାରେ ଏହା ବି କୁହାଯାଇଛି କି, ବିଶ୍ୱରେ ଗଛର ସଂଖ୍ୟା ଏବେ ପ୍ରାୟ ଅଧା ରହିଛି ।

ଆପଣ ଜାଣିଛନ୍ତି କି ପୃଥିବୀରେ ଗଛ ଅଧିକ ଅଛି କି ଛାୟାପଥରେ ତାରା ? ଜାଣ;ୁ ଏହାର ଉତ୍ତର

କାରଣ ପୂର୍ବରୁ ୟୁରୋପ ଯେଉଁଠି ଜଙ୍ଗଲରେ ଆଚ୍ଛାଦିତ ହୋଇଥିବା ଦେଖାଯାଇଥାଏ, ଏବେ ତା’ର ସ୍ଥାନ କ୍ଷେତ ନେଇଯାଇଛି । ଏପରି ସ୍ଥିତି ଏବେ ବିଶ୍ୱରେ ଅନେକ ଭାଗରେ ଦେଖିବାକୁ ମିଳୁଛି । ଏହି ଗବେଷଣା ଅନୁଯାୟୀ ପ୍ରତ୍ୟେକ ବର୍ଷ ବିଶ୍ୱରେ ୧୫ଅରବ ଗଛ କଟାଯାଉଛି । କି;ୁ ୫ଅରବ ନୂଆ ଗଛ ଲଗାଯାଉଛି । ଏହି ୫ଅରବରୁ ଏକ ବଡ଼ ଭାଗ ମଧ୍ୟ କିଛି ଦିନ ଭିତରେ ନଷ୍ଟ ହୋଇଯାଉଛି ।

ଆପଣ ଜାଣିଛନ୍ତି କି ପୃଥିବୀରେ ଗଛ ଅଧିକ ଅଛି କି ଛାୟାପଥରେ ତାରା ? ଜାଣ;ୁ ଏହାର ଉତ୍ତର

ଏହା ଜାଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ଯେ ହୋଇପାରେ ପୂରା ବିଶ୍ୱରେ ଗଛର କମ ସଂଖ୍ୟାରେ ଆପଣ ଚିନ୍ତିତ । ଏହାସତ୍ତେ୍ୱ ବି ବିଶ୍ୱରେ ଗଛର ସଂଖ୍ୟା ଆମର ଆକାଶ ଗଙ୍ଗାରେ ଥିବା ତାରାଠାରୁ ବି ବହୁ ଗୁଣାରେ ଅଧିକ । ନାସାର ବିଶେଷଜ୍ଞଙ୍କ କହିବା କଥା କି ଆକାଶଗଙ୍ଗାରେ ତାରାର ସଂଖ୍ୟା ୧୦୦ଅରବରୁ ୪୦୦ଅରବ ଭିତରେ ଅଟେ । ଯଦି ଆମେ ନାସାର ସର୍ବାଧିକ ତଥ୍ୟ ମଧ୍ୟ ନେଇଥାଉ, ତେବେ ପୃଥିବୀର ଗଛ ଅପେକ୍ଷା ତାରାଙ୍କ ସଂଖ୍ୟା ବହୁତ କମ୍‌ ଅଟେ ।