୫୯୮ ଜଣ ଡିସ୍କୋ କରି କଲେ ଗିନିଜ୍ ରେକର୍ଡ
ଇଂଲଣ୍ଡରେ ଏକ ସଙ୍ଗେ ପ୍ରାୟ ୬୦୦ ଲୋକ ଡିସ୍କୋ ଡ୍ୟାନ୍ସ କରି ଗିନିଜ୍ ରେକର୍ଡ କରିଛନ୍ତି । ଏକ ଫେଷ୍ଟିଭାଲ୍ ଅବସରରେ ୫୯୮ ଜଣ ବ୍ୟକ୍ତି ସିଷ୍ଟର୍ସ ସ୍ଲେଜ୍ର ବି. ଆର୍ ଫ୍ୟାମିଲି ଠାରେ ଡ୍ୟାନ୍ସ କରି ଗିନିଜ୍ ୱାଲïର୍ ରେକର୍ଡ ଭାଙ୍ଗିଛନ୍ତି । ଏହା ପୂର୍ବରୁ ୨୭୪ ଜଣ ଡ୍ୟାନ୍ସର ଏକତ୍ର ଏହି ନୃତ୍ୟ କରିଥିଲେ । ଆପଣ ପୂର୍ବରୁ ଅନେକ ଗ୍ରୁପ୍ ଡ୍ୟାନ୍ସ ତ ଦେଖିଥିବେ କିନ୍ତୁ ଏଠି ଆମେ ଆପଣଙ୍କୁ ଏପରି ଏକ […]
ଇଂଲଣ୍ଡରେ ଏକ ସଙ୍ଗେ ପ୍ରାୟ ୬୦୦ ଲୋକ ଡିସ୍କୋ ଡ୍ୟାନ୍ସ କରି ଗିନିଜ୍ ରେକର୍ଡ କରିଛନ୍ତି । ଏକ ଫେଷ୍ଟିଭାଲ୍ ଅବସରରେ ୫୯୮ ଜଣ ବ୍ୟକ୍ତି ସିଷ୍ଟର୍ସ ସ୍ଲେଜ୍ର ବି. ଆର୍ ଫ୍ୟାମିଲି ଠାରେ ଡ୍ୟାନ୍ସ କରି ଗିନିଜ୍ ୱାଲïର୍ ରେକର୍ଡ ଭାଙ୍ଗିଛନ୍ତି । ଏହା ପୂର୍ବରୁ ୨୭୪ ଜଣ ଡ୍ୟାନ୍ସର ଏକତ୍ର ଏହି ନୃତ୍ୟ କରିଥିଲେ । ଆପଣ ପୂର୍ବରୁ ଅନେକ ଗ୍ରୁପ୍ ଡ୍ୟାନ୍ସ ତ ଦେଖିଥିବେ କିନ୍ତୁ ଏଠି ଆମେ ଆପଣଙ୍କୁ ଏପରି ଏକ ଡ୍ୟାନ୍ସ ପରଫର୍ମାନ୍ସ ବିଷୟରେ କହିବାକୁ ଯାଉଛୁ ଯାହା ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଛି ।

ଏଥିରେ ୬୦୦ ଲୋକ ଏକତ୍ର ଡିସ୍କୋ ଡ୍ୟାନ୍ସ ପ୍ରଦର୍ଶନ କରିଛନ୍ତି ଓ ପୂର୍ବର ସମସ୍ତ ରେକର୍ଡକୁ ଭାଙ୍ଗି ଦେଇଛନ୍ତି । ପୂର୍ବର ଏହି ରେକର୍ଡ ମଧ୍ୟ ଲଣ୍ଡନ ନାମରେ ଥିଲା ଓ ସେତେବେଳେ ୨୭୪ ଜଣ ଲୋକ ଏକତ୍ର ଡିସ୍କୋ ଡ୍ୟାନ୍ସ କରି ଗିନିଜ୍ ରେକର୍ଡ କରିଥିଲେ । ଏହି ଡ୍ୟାନ୍ସରେ ସବୁ ବୟସର ଲୋକମାନେ ଭାଗ ନେଇଛନ୍ତି ଅର୍ଥାତ୍ ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଏଥିରେ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି । ଲୋକମାନେ ନିଜ କୋଳରେ ଛୋଟ ପିଲାଙ୍କୁ ଧରି ନାଚୁଥିବାର ନଜର ଆସୁଛନ୍ତି ।

ଏହି କ୍ୟାମ୍ପ ଫେଷ୍ଟିଭାଲ୍ ଡିସ୍କୋ ଡ୍ୟାନ୍ସର ନେତୃତ୍ୱ ନେଇଥିବା କ୍ଲିୟର ହାସନ ଏଥିପାଇଁ ଏକ ଅନଲାଇନ୍ ପ୍ରାକଫିସ ସେସନ୍ ମଧ୍ୟ ଚଳାଇଥିଲେ । ତେବେ ଏହି ରେକର୍ଡ ପ୍ରଚେଷ୍ଟା ପଛରେ ଏକ ମହତ୍ ଉଦ୍ଦେଶ୍ୟ ରହିଛି । ଏଥିରୁ ଆଦାୟ ଅର୍ଥ ଏଲେନ ମ୍ୟାକଆର୍ଥର କ୍ୟାନସର ଟ୍ରଷ୍ଟକୁ ପ୍ରଦାନ କରାଯିବ ।




