ତୈଳ ଓ ଗ୍ୟାସ କ୍ଷେତ୍ରରେ ୧୦୦ ବିଲିୟନ ବିନିଯୋଗ କରିବ ଭାରତ :କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମୟ ଲାଇଭ,୧୨/୧୧:ଆସନ୍ତା ୨୦୨୪ ମସିହା ସୁଦ୍ଧା ଭାରତ ତୈଳ ଓ ଗ୍ୟାସ ବିିନିଯୋଗ କ୍ଷେତ୍ରରେ ୧୦୦ ବିଲିୟନ ବିନିଯୋଗ କରିବ ବୋଲି ୟୁଏଇ ଗସ୍ତରେ ଯାଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏଥିସହ ଉର୍ଜ୍ଜା କ୍ଷେତ୍ରରେ ଭାରତ ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ଦଖଲ କରିଛି ବୋଲି କହିଛନ୍ତି ଶ୍ରୀ ପ୍ରଧାନ। ଆବୁଧଶବୀରେ ଅନ୍ତର୍ଜାତୀୟ ପେଟ୍ରୋଲିୟମ ପ୍ରଦର୍ଶନୀ ଓ ସମ୍ମିଳନୀରେ (ଆଡିପେକ୍‌ -୨୦୧୯) ଯୋଗଦେଇ କହିଛନ୍ତି ଶ୍ରୀ ପ୍ରଧାନ କହିଛନ୍ତି ଭାରତକୁ କମ୍‌ କାର୍ବନ ନିଗର୍ମନ ଅର୍ଥ […]

Samaya Live Picture
Published On

ସମୟ ଲାଇଭ,୧୨/୧୧:ଆସନ୍ତା ୨୦୨୪ ମସିହା ସୁଦ୍ଧା ଭାରତ ତୈଳ ଓ ଗ୍ୟାସ ବିିନିଯୋଗ କ୍ଷେତ୍ରରେ ୧୦୦ ବିଲିୟନ ବିନିଯୋଗ କରିବ ବୋଲି ୟୁଏଇ ଗସ୍ତରେ ଯାଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏଥିସହ ଉର୍ଜ୍ଜା କ୍ଷେତ୍ରରେ ଭାରତ ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ଦଖଲ କରିଛି ବୋଲି କହିଛନ୍ତି ଶ୍ରୀ ପ୍ରଧାନ। ଆବୁଧଶବୀରେ ଅନ୍ତର୍ଜାତୀୟ ପେଟ୍ରୋଲିୟମ ପ୍ରଦର୍ଶନୀ ଓ ସମ୍ମିଳନୀରେ (ଆଡିପେକ୍‌ -୨୦୧୯) ଯୋଗଦେଇ କହିଛନ୍ତି ଶ୍ରୀ ପ୍ରଧାନ କହିଛନ୍ତି ଭାରତକୁ କମ୍‌ କାର୍ବନ ନିଗର୍ମନ ଅର୍ଥ ବ୍ୟବସ୍ଥା କରିବା ପାଇଁ ତଥା ଉର୍ଜାର ନିରନ୍ତର ଆବଶ୍ୟକତା ପୂରଣ ପାଇଁ କେନ୍ଦ୍ର ସରକାର ଭାରତକୁ ଗ୍ୟାସ୍‌ ଆଧାରିତ ଅର୍ଥନୀତି କରିବା ପାଇଁ ଯୋଜନା ବଦ୍ଧ ଉଦ୍ୟମ ଜାରି ରଖିଛନ୍ତି। ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବା ପାଇଁ ତଥା ୨୦୩୦ ସୁଦ୍ଧା ଗ୍ୟାସର ସେୟାରକୁ ୧୫ ପ୍ରତିଶତ ବୃଦ୍ଧି କରିବା ପାଇଁ ସରକାର ବିଭିନ୍ନ କାର୍ୟ୍ୟକ୍ରମ କରୁଛନ୍ତି।ମୁଣ୍ଡପିଛା ଉର୍ଜାର ବ୍ୟବହାର କ୍ଷେତ୍ରରେ ବିଶ୍ବ ହାରାହାରି ଠାରୁ ଭାରତରେ ଉର୍ଜାର ବ୍ୟବହାର କମ୍। ଆଗାମୀ ଦଶକ ଗୁଡିକରେ ଭାରତ ବିଶ୍ବ ଉର୍ଜା ଚାହିବାର କେନ୍ଦ୍ରବିନ୍ଦୁ ହେବା ସହ ତୈଳ ଓ ଗ୍ୟାସ କାମାଗତ ଭାବରେ ସେମାନଙ୍କ ଉର୍ଜାର ଆବଶ୍ୟକତାକୁ ପୂରଣ କରିବାରେ ଗୁରୁ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ସେ କହିଛନ୍ତି।

Tags: