ସୁଦାନର ସୁନାଖଣି ଭୁଶୁଡ଼ି ୩୮ ମୃତ

ଖାର୍ତୁମ:ଡିସେମ୍ବର ୨୯: ରାଜଧାନୀ ଖାର୍ତୁମଠାରୁ ୭୦୦ କିଲୋମିଟର ଦୂରରେ ଥିବା ଫୁଜା ନିକଟରେ ଥିବା ଦାରସାୟା ସୁନାଖଣି ଭୁଶୁଡ଼ି ପଡ଼ିଛି । ମାଟି ଅତଡ଼ା ତଳେ ଚାପି ହୋଇ ୩୮ ଜଣଙ୍କ ଶ୍ରମିକଙ୍କ ମୃତୁ୍ୟ ହୋଇଥିବା ସୂଚନା ସୁଦାନ ସରକାର ଦେଇଛି । ମଙ୍ଗଳବାର ଦିନ ଏହି ଘଟଣା ଘଟିଥିବା ନେଇ ସୁଦାନ ସରକାରଙ୍କ ପକ୍ଷରୁ କୁହାଯାଇଛି । ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି । ତେବେ ଆହତଙ୍କ ସଂଖ୍ୟା କେତେ ରହିଛି ସେ ନେଇ […]

Samaya Live Picture
Published On

ଖାର୍ତୁମ:ଡିସେମ୍ବର ୨୯: ରାଜଧାନୀ ଖାର୍ତୁମଠାରୁ ୭୦୦ କିଲୋମିଟର ଦୂରରେ ଥିବା ଫୁଜା ନିକଟରେ ଥିବା ଦାରସାୟା ସୁନାଖଣି ଭୁଶୁଡ଼ି ପଡ଼ିଛି । ମାଟି ଅତଡ଼ା ତଳେ ଚାପି ହୋଇ ୩୮ ଜଣଙ୍କ ଶ୍ରମିକଙ୍କ ମୃତୁ୍ୟ ହୋଇଥିବା ସୂଚନା ସୁଦାନ ସରକାର ଦେଇଛି । ମଙ୍ଗଳବାର ଦିନ ଏହି ଘଟଣା ଘଟିଥିବା ନେଇ ସୁଦାନ ସରକାରଙ୍କ ପକ୍ଷରୁ କୁହାଯାଇଛି । ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି । ତେବେ ଆହତଙ୍କ ସଂଖ୍ୟା କେତେ ରହିଛି ସେ ନେଇ ସମୂର୍ଣ୍ଣ ସୂଚନା ମିଳିନି ।
ସୁଦାନର ସୁନାଖଣି ଭୁଶୁଡ଼ି ୩୮ ମୃତ
ହେଲେ ଅନ୍ୟ ଏକ ରିପୋର୍ଟ ଅନୁସାରେ, ଏହି ଘଟଣାରେ ୮ଜଣ ଆହତ ହୋଇଛନ୍ତି ।

ସୂଚନା ଅନୁସାରେ, ଗ୍ରାମ ନିକଟରେ ଥିବା ଦାରସାୟା ସୁନାଖଣି ବହୁ ବର୍ଷର ଏବଂ ସରକାର ପକ୍ଷରୁ ଏହା କାର୍ଯ୍ୟକରୀ ହେଉଥିଲା । ହେଲେ ବର୍ତ୍ତମାନ ସେହି ଖଣି କର୍ଯ୍ୟକ୍ଷମ ନୁହେଁ । ସରକାରୀ ସୁରକ୍ଷାକର୍ମୀମାନେ ସେଠାର ହଟିଯିବା ପରେ କିଛି ସ୍ଥାନୀୟ ଖଣି ମାଲିକ ସେଠାରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ।