ଜନଜାତି ର ଶେଷ ସଦସ୍ୟଙ୍କ ମୃତ୍ୟୁ : ୨୬ ବର୍ଷ ଧରି ଜଙ୍ଗଲରେ ଏକୁଟିଆ ରହୁଥିଲେ

ବ୍ରାଜିଲ : ବ୍ରାଜିଲର ମ୍ୟାନ୍ ଅଫ୍ ହୋଲ୍ ଭାବରେ ପରିଚିତ ଜନଜାତି ର ଶେଷ ସଦସ୍ୟଙ୍କର ମୃତ୍ୟୁ ଘଟିଛି I ଏହି ଜନଜାତିର ଶେଷ ବ୍ୟକ୍ତି କେବେ ମଧ୍ୟ ବାହାର ଦୁନିଆର କୌଣସି ଲୋକଙ୍କୁ ଭେଟି ନଥିଲେ । ସେ ଦୀର୍ଘ ୨୬ ବର୍ଷ ଧରି ଜନଜାତି ର ଶେଷ ସଦସ୍ୟ ଭାବରେ ଆମIଜନ ଜଙ୍ଗଲରେ ଏକୁଟିଆ ରହିଆସୁଥିଲେ I ଆମାଜନରେ ତାଙ୍କ ଜନଜାତିର ଶେଷ ସଦସ୍ୟଙ୍କର ଦେହାନ୍ତ ହେବା ବିଷୟରେ ବ୍ରାଜିଲର ଇଣ୍ଡିଜିନିୟସ ପ୍ରୋଟେକ୍ସନ ଏଜେନ୍ସି […]

Samaya Live Picture
Published On

ବ୍ରାଜିଲ : ବ୍ରାଜିଲର ମ୍ୟାନ୍ ଅଫ୍ ହୋଲ୍ ଭାବରେ ପରିଚିତ ଜନଜାତି ର ଶେଷ ସଦସ୍ୟଙ୍କର ମୃତ୍ୟୁ ଘଟିଛି I ଏହି ଜନଜାତିର ଶେଷ ବ୍ୟକ୍ତି କେବେ ମଧ୍ୟ ବାହାର ଦୁନିଆର କୌଣସି ଲୋକଙ୍କୁ ଭେଟି ନଥିଲେ । ସେ ଦୀର୍ଘ ୨୬ ବର୍ଷ ଧରି ଜନଜାତି ର ଶେଷ ସଦସ୍ୟ ଭାବରେ ଆମIଜନ ଜଙ୍ଗଲରେ ଏକୁଟିଆ ରହିଆସୁଥିଲେ I ଆମାଜନରେ ତାଙ୍କ ଜନଜାତିର ଶେଷ ସଦସ୍ୟଙ୍କର ଦେହାନ୍ତ ହେବା ବିଷୟରେ ବ୍ରାଜିଲର ଇଣ୍ଡିଜିନିୟସ ପ୍ରୋଟେକ୍ସନ ଏଜେନ୍ସି ଫୁନାଇ ସୂଚନା ଦେଇଛନ୍ତି I ବ୍ରାଜିଲରେ ତାଙ୍କ ମୃତ୍ୟୁକୁ ନେଇ ଅନେକ ସ୍ଥାନ ରେ ଶୋକ ପାଳନ କରାଯାଉଛି । ଏହି କ୍ଷତି ସମଗ୍ର ମଣିଷ ସଂସ୍କୃତି ଉପରେ କି ପ୍ରଭାବ ପକାଇବ ତାହା ବିଚାର କରାଯାଉଛି I

ଦି ଗାର୍ଡିଆନ୍ ଅନୁଯାୟୀ, ଏହି ଆଦିବାସୀ ଜଣକ ଆଣ୍ଡିଓ ଡୋ ବୁରାକୋ ବା “ମ୍ୟାନ୍ ଅଫ୍ ହୋଲ୍” ଭାବରେ ଜଣାଶୁଣା। ତାଙ୍କର ବାହ୍ୟ ଜଗତ ସହିତ କୌଣସି ସମ୍ପର୍କ ନଥିଲା I ସେ ୨୬ ବର୍ଷ ଧରି ଜଙ୍ଗଲରେ ଏକୁଟିଆ ରହୁଥିଲେ। ସ୍ଥାନୀୟ ଅଧିକାରୀ ଏହି ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିବାକୁ ପ୍ରସାୟ କରିଥିଲେ, କିନ୍ତୁ ସେ ସମସ୍ତଙ୍କୁ ବିରୋଧ କରିଥିଲେ । ଅନେକ ଥର ମନିଟରିଂ କରିବାକୁ ପ୍ରୟାସ କରାଯାଇଥିଲା । ଏହାସହ ବିଭିନ୍ନ ସମୟରେ ଆବଶ୍ୟକୀୟ ସାମଗ୍ରୀ ମଧ୍ୟ ଉପଲବ୍ଧ କରାଯାଉଥିଲା। କିନ୍ତୁ ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କଲେ ସେ ତୀରରେ ତାଙ୍କୁ ଆକ୍ରମଣ କରୁଥିଲେ I

ଗତ ବର୍ଷରୁ ବ୍ୟକ୍ତି ଜଣଙ୍କ ତନାରୁରେ ରହି ଆସୁଥିଲା । ଏହି ଅଞ୍ଚଳଟି ବ୍ରାଜିଲର ରୋଣ୍ଡୋନିଆ ରାଜ୍ୟରେ ଥିବା ଆମାଜନ ଜଙ୍ଗଲର ଆଭ୍ୟନ୍ତରୀଣ ଅଞ୍ଚଳରେ ରହିଛି । କିଛି ପୁରୁଣା ମିଡିଆ ରିପୋର୍ଟ ଅନୁସାରେ ଏହି ବ୍ୟକ୍ତି ଆୱା ଜନଜାତିର ଥିଲେ, ଯାହା ବ୍ରାଜିଲର ମୂଳ ନିବାସୀ ବୋଲି କୁହାଯାଉଛି ଏବଂ ଆମାଜନ ଜଙ୍ଗଲରେ ରହି ଆସୁଥିଲେ ।ଏକ ଏନଜିଓ ସର୍ଭାଇଭଲ ଇଣ୍ଟରନ୍ୟାଶନାଲ ର ସଦସ୍ୟ ସାରା ସ୍କେଙ୍କର ଙ୍କ ରିପୋର୍ଟ ଅନୁସାରେ ସେ ତାଙ୍କ ଜନଜାତିର ଶେଷ ଥିଲେ ତେଣୁ ଅନ୍ୟ ଏକ ଜନଜାତି ବିଲୁପ୍ତ ହୋଇଗଲେ ବୋଲି ଜଣାପଡିଛି । ଏହି ବ୍ୟକ୍ତି ଗାତ ଭିତରେ ରହୁଥିବାରୁ ଏହା ଙ୍କୁ ମ୍ୟାନ ଅଫ୍ ଦ ହୋଲ ବୋଲି କୁହାଯାଉଥିଲା I ଏହି ବ୍ୟକ୍ତି ଙ୍କ ଉପରେ ସ୍ଥାନୀୟ ଗଣମାଧ୍ୟମ ବହୁ ଡକ୍ୟୁମେଣ୍ଟାରୀ କରିଥିଲେ I

ଏହି ବ୍ୟକ୍ତିଙ୍କର ପ୍ରକୃତ ନାଁ କାହାକୁ ଜଣା ନାହିଁ I ଏହା ସହିତ ସେ ପଶୁ ପକ୍ଷୀ ଶିକାର କରି ଖାଉଥିଲେ I ଅଗଷ୍ଟ ୨୩ ରେ ସେ ରହୁଥିବା ସ୍ଥାନରେ ଏକ ଝୁଲାରେ ତାଙ୍କ ମୃତ ଶରୀର ମିଳିଥିଲା Iଫୁନାଇର ଅଧିକାରୀ ବ୍ୟକ୍ତିର ମୃତ ଶରୀରକୁ ସେ ରହୁଥିବା ସ୍ଥାନକୁ ପାଇଥିଲେ। ମୃତ୍ୟୁ ପୂର୍ବରୁ ବ୍ୟକ୍ତିର ଅନ୍ୟ କୌଣସି ସହ ସଂଘର୍ଷ ହୋଇ ନଥିଲା। କୌଣସି ପ୍ରକାର ହିଂସା ଏବଂ ଅନ୍ୟ ବ୍ୟକ୍ତିଙ୍କ ଉପସ୍ଥିତିକୁ ମଧ୍ୟ ଅଧିକାରୀମାନେ ଖଣ୍ଡନ କରିଛନ୍ତି। ବ୍ୟକ୍ତିର ମୃତ୍ୟୁ ପ୍ରାକୃତିକ ବୋଲି ଅଧିକାରୀମାନେ କହିଛନ୍ତି।

ଏହି ବ୍ୟକ୍ତିଙ୍କ ପରିବାର ବ୍ରାଜିଲର ମୂଳ ଜନଜାତି ର ଥିଲେ, ୧୯୯୫ ମସିହାରେ ଏହାଙ୍କ ପରିବାରର ୬ ସଦସ୍ୟ ଙ୍କର ମୃତ୍ୟୁ ଘଟିଥିଲା I ଏହି ଗୋଷ୍ଠୀ ବୋଲିଭିଆ ସୀମାବର୍ତ୍ତୀ ରୋଣ୍ଡନିଆ ରାଜ୍ୟର ତାନାରୁ ଆଦିବାସୀ ଅଞ୍ଚଳରେ ରହୁଥିଲେ। ସେ ଅଂଚଳ ରେ ସ୍ଥାନୀୟ କୃଷକ ମାନେ ନିଜ ଜମି ସମ୍ପ୍ରସାରଣ ନିମନ୍ତେ ୧୯୭୦ ଦଶକ ପୂର୍ବରୁ ଏହି ଜନଜାତିଙ୍କୁ ହତ୍ୟା କରିଥିଲେ ବୋଲି ଜଣାପଡିଛି। ବ୍ରାଜିଲରେ ବର୍ତ୍ତମାନ ୩୦୦ ରୁ କମ୍ ଆଦିବାସୀ ଅଛନ୍ତି ଏବଂ ଏହି ସଂଖ୍ୟା ଧୀରେ ଧୀରେ ହ୍ରାସ ପାଇ ବର୍ତ୍ତମାନ ୩୦ ଟି ଜନଜାତି ଗୋଷ୍ଠୀ ରହିଛନ୍ତି I

Tags: