ବ୍ରିଟେନ୍ରେ ଦରଦାମ୍ ବୃଦ୍ଧି ଲୋକଙ୍କୁ ରଖିଛି ଭୋକିଲା
ଲଣ୍ଡନ: ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି ଯୋଗୁଁ ନିୟୁତ ନିୟୁତ ବ୍ରିଟେନବାସୀ ଓଳିଏ ଦୁଇଓଳି ଉପାସ ରହୁଥିବା କିମ୍ବା ଦିନ ସାରା ଆଦୌ ଖାଉ ନ ଥିବା କଥା ଆଜି ଏକ ଖାଉଟି ସଙ୍ଗଠନ କହିଛି । ଏହାଛଡ଼ା, ଇଂଲଣ୍ଡ୍ ଇନ୍ଧନ ଦର ଅପରିବର୍ତ୍ତିତ ରଖିବା ଲାଗି କଟକଣା ଜାରି କରିଥିବାରୁ ଲୋକେ ତାହା ମଧ୍ୟ କିଣି ପାରିବେ ନାହିଁ ବୋଲି ପୂର୍ବାନୁମାନ କରାଯାଇଛି । ଖାଦ୍ୟ ଦର ଦ୍ରୁତ ବୃଦ୍ଧି ଯୋଗୁଁ ଗତ ସେପେଫମ୍ବର ମାସରେ […]
ଲଣ୍ଡନ: ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି ଯୋଗୁଁ ନିୟୁତ ନିୟୁତ ବ୍ରିଟେନବାସୀ ଓଳିଏ ଦୁଇଓଳି ଉପାସ ରହୁଥିବା କିମ୍ବା ଦିନ ସାରା ଆଦୌ ଖାଉ ନ ଥିବା କଥା ଆଜି ଏକ ଖାଉଟି ସଙ୍ଗଠନ କହିଛି । ଏହାଛଡ଼ା, ଇଂଲଣ୍ଡ୍ ଇନ୍ଧନ ଦର ଅପରିବର୍ତ୍ତିତ ରଖିବା ଲାଗି କଟକଣା ଜାରି କରିଥିବାରୁ ଲୋକେ ତାହା ମଧ୍ୟ କିଣି ପାରିବେ ନାହିଁ ବୋଲି ପୂର୍ବାନୁମାନ କରାଯାଇଛି । ଖାଦ୍ୟ ଦର ଦ୍ରୁତ ବୃଦ୍ଧି ଯୋଗୁଁ ଗତ ସେପେଫମ୍ବର ମାସରେ ଇଂଲଣ୍ଡରେ ପୁଣି ମୁଦ୍ରାସ୍ପୀତି ୧୦% ଟପି ଯାଇଥିବା କଥା ଡାଟାରୁ ଜଣାପଡ଼ିବା ପରେ ଉପରୋକ୍ତ ରିପୋର୍ଟ ପ୍ରକାଶ ପାଇଛି । ତେଣୁ, ପ୍ରତି ୫ଟି ସ୍ୱଳ୍ପ ଆୟକାରୀ ପରିବାରରୁ ଗୋଟିଏ ପରିବାର ଆର୍ଥିକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ବୋଲି ‘ଫୁଡ୍ ଫାଉଣ୍ଡେସନ୍’ ନାମରେ ଦାତବ୍ୟ ଅନୁଷ୍ଠାନ କହିଛି ।

୩୦୦୦ ଲୋକଙ୍କ ଉପରେ ହୋଇଥିବା ସର୍ଭେ ତଥ୍ୟାବଳି ଉପସ୍ଥାପନ କରି ଖାଉଟି ସଙ୍ଗଠନ ‘ହ୍ୱିଇଚ୍?’ କହିଛି, ଇଂଲଣ୍ଡର ଅର୍ଦ୍ଧାଧିକ ପରିବାର ଓଳିଏ ଦୁଇଓଳି ଉପବାସ କରୁଛନ୍ତି । ବାକି ଅର୍ଦ୍ଧେକ ପରିବାର ମଧ୍ୟ ସୁଷମ ଆହାର ଖାଇ ପାରୁନାହାନ୍ତି । ଆର୍ଥିକ ଅସୁବିଧା ଯୋଗୁଁ ୮୦% ଜନତାଙ୍କ ଏମିତି ଅବସ୍ଥାରେ ପଡ଼ିଛନ୍ତି ।

‘ହ୍ୱିଇଚ୍?’ ଖାଦ୍ୟନୀତିର ମୁଖ୍ୟ ସୁଇ ଡେଭିସ୍ କହନ୍ତି, ଦରଦାମ୍ ବୃଦ୍ଧିର ପ୍ରତିକୂଳ ପ୍ରଭାବ ଯୋଗୁଁ ନିୟୁତ ନିୟୁତ ଜନତା ଓଳିଏ ଦୁଇଓଳି ଉପାସ ରହୁଛନ୍ତି ଅଥବା ସୁଷମ ଆହାର ଖାଇବାରୁ ବଞ୍ଚିତ ହେଉଛନ୍ତି । ଚଳିତ ବର୍ଷ ଧର୍ମଘଟ ଯୋଗୁଁ ଇଂଲଣ୍ଡର ସ୍ଥିତି ଦୟନୀୟ ହୋଇଯାଇଛି । ମୁଦ୍ରାସ୍ପିତିର ମୁକାବିଲା ପାଇଁ ଉପଯୁକ୍ତ ପାରିଶ୍ରମିକ ଦାବି କରି ଶ୍ରମିକମାନେ ପ୍ରତିବାଦ କରିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି ।




