କର୍ମଚାରୀଙ୍କ ଉପରେ ଖୁସି ହୋଇ ୪ ଦିନର ଛୁଟି ଯାତ୍ରା ଦେଲା କମ୍ପାନୀ

ବିଟ୍ରେନ୍‌: କରୋନ ମାହାମାରୀ ସମୟରେ କର୍ମଚାରୀଙ୍କ ଏକତ୍ର କାମ ଏବଂ ପରିଶ୍ରମକୁ ଦେଖି ବି୍ରଟେନ୍‌ର ଏକ କମ୍ପାନୀ ଖୁସି ହୋଇ ୪ଦିନର ଛୁଟି ଯାତ୍ରା ଅଫର୍‌ ଦେଇଛି । କମ୍ପାନୀର ନାମ ‘ୟୋଲ୍‌କ ରିକ୍ରୁମେଣ୍ଟ ଏଜେନ୍‌ସି’ । ବିବିସ ରିପୋର୍ଟ ଅନୁସାରେ, ୫୫ ଜଣ କର୍ମଚାରୀଙ୍କ କାମରେ ଖୁସି ହୋଇ ଏହି କମ୍ପାନୀ ସ୍ପେନ ସ୍ଥିତ କାନାରୀ ଆଇଲ୍ୟାଣ୍ଡରେ ଛୁଟି ବିତାଇବା ପାଇଁ ଟିକେଟ୍‌ ଦେଇଛି । ଏହାସହିତ କର୍ମଚାରୀଙ୍କ ରହଣି ପାଇଁ ସମୁଦ୍ର କୂଳରେ ଥିବା […]

Samaya Live Picture
Published On

ବିଟ୍ରେନ୍‌: କରୋନ ମାହାମାରୀ ସମୟରେ କର୍ମଚାରୀଙ୍କ ଏକତ୍ର କାମ ଏବଂ ପରିଶ୍ରମକୁ ଦେଖି ବି୍ରଟେନ୍‌ର ଏକ କମ୍ପାନୀ ଖୁସି ହୋଇ ୪ଦିନର ଛୁଟି ଯାତ୍ରା ଅଫର୍‌ ଦେଇଛି । କମ୍ପାନୀର ନାମ ‘ୟୋଲ୍‌କ ରିକ୍ରୁମେଣ୍ଟ ଏଜେନ୍‌ସି’ ।

ବିବିସ ରିପୋର୍ଟ ଅନୁସାରେ, ୫୫ ଜଣ କର୍ମଚାରୀଙ୍କ କାମରେ ଖୁସି ହୋଇ ଏହି କମ୍ପାନୀ ସ୍ପେନ ସ୍ଥିତ କାନାରୀ ଆଇଲ୍ୟାଣ୍ଡରେ ଛୁଟି ବିତାଇବା ପାଇଁ ଟିକେଟ୍‌ ଦେଇଛି । ଏହାସହିତ କର୍ମଚାରୀଙ୍କ ରହଣି ପାଇଁ ସମୁଦ୍ର କୂଳରେ ଥିବା ବିଳାସମୟ ହୋଟେଲରେ ରୁମ୍‌ ମଧ୍ୟ କମ୍ପାନୀ ବୁକ୍‌ କରିଛି ।

କର୍ମଚାରୀଙ୍କ ଉପରେ ଖୁସି ହୋଇ ୪ ଦିନର ଛୁଟି ଯାତ୍ରା ଦେଲା କମ୍ପାନୀ
ସ୍ପେନ ସ୍ଥିତ କାନାରୀ ଆଇଲ୍ୟାଣ୍ଡ

ଏହି ସମସ୍ତ ଅଫର୍‌ ପାଇଁ କମ୍ପାପୀ ଏକ ଲକ୍ଷ ପାଉଣ୍ଡ (ଭାରତୀୟ ମୁଦ୍ରାରେ ପ୍ରା ଏକ କୋଟି ଟଙ୍କା) ବ୍ୟୟ କରିଛି । କମ୍ପାନୀ ନିଜ ଅଫିସିଆଲ୍‌ ଟୁଇଟ୍‌ରେ କର୍ମଚାରୀଙ୍କ ଆଭାର ପ୍ରଟକ କରି ଏକ ଟୁଇଟ୍‌ କରିଛି ।