ପାକ୍‌ ଅର୍ଥମନ୍ତ୍ରୀ ଆମେରିକାରେ ହଟହଟା : ‘ଚୋର-ଚୋର’ ବୋଲି ନାରା ଦେଲେ ବିକ୍ଷୋଭକାରୀ

ନୂଆଦିଲ୍ଲୀ: ଆମେରିକାରେ ହଟହଟା ହେଲେ ପାକିସ୍ତାନ ଅର୍ଥ ମନ୍ତ୍ରୀ ଆମେରିକାର ୱାଶିଂଟନ୍‌ ବିମାନବନ୍ଦରରେ ପାକିସ୍ତାନର ନୂତନ ଅର୍ଥମନ୍ତ୍ରୀ ଇଶାକ୍‌ ଦାର ହଟହଟା ହୋଇଛନ୍ତି । ବାସ୍ତବରେ ବିଶ୍ୱ ବ୍ୟାଙ୍କ ଏବଂ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ବୈଠକରେ ଯୋଗଦେବା ପାଇଁ ଇଶାକ ଦାର ଆମେରିକାରେ ପହଞ୍ଚିଥିଲେ । ଆଉ ୱାଶିଂଟନ୍‌ ବିମାନବନ୍ଦରରେ ସ୍ୱାଗତ ସମ୍ବର୍ଦ୍ଧନା ଦେବା ପରିବର୍ତ୍ତେ କ୍ରୋଧିତ ବିକ୍ଷୋଭକାରୀମାନେ ଚୋର-ଚୋର ନାରା ଦେଇଥିଲେ । ବିକ୍ଷୋଭକାରୀମାନେ ମଧ୍ୟ ଇଶାକ ଦାରଙ୍କୁ ମିଛୁଆ ବୋଲି କହିଥିଲେ । […]

Samaya Live Picture
Published On

ନୂଆଦିଲ୍ଲୀ: ଆମେରିକାରେ ହଟହଟା ହେଲେ ପାକିସ୍ତାନ ଅର୍ଥ ମନ୍ତ୍ରୀ ଆମେରିକାର ୱାଶିଂଟନ୍‌ ବିମାନବନ୍ଦରରେ ପାକିସ୍ତାନର ନୂତନ ଅର୍ଥମନ୍ତ୍ରୀ ଇଶାକ୍‌ ଦାର ହଟହଟା ହୋଇଛନ୍ତି । ବାସ୍ତବରେ ବିଶ୍ୱ ବ୍ୟାଙ୍କ ଏବଂ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ବୈଠକରେ ଯୋଗଦେବା ପାଇଁ ଇଶାକ ଦାର ଆମେରିକାରେ ପହଞ୍ଚିଥିଲେ । ଆଉ ୱାଶିଂଟନ୍‌ ବିମାନବନ୍ଦରରେ ସ୍ୱାଗତ ସମ୍ବର୍ଦ୍ଧନା ଦେବା ପରିବର୍ତ୍ତେ କ୍ରୋଧିତ ବିକ୍ଷୋଭକାରୀମାନେ ଚୋର-ଚୋର ନାରା ଦେଇଥିଲେ । ବିକ୍ଷୋଭକାରୀମାନେ ମଧ୍ୟ ଇଶାକ ଦାରଙ୍କୁ ମିଛୁଆ ବୋଲି କହିଥିଲେ ।

 ପାକ୍‌ ଅର୍ଥମନ୍ତ୍ରୀ ଆମେରିକାରେ ହଟହଟା : ‘ଚୋର-ଚୋର’ ବୋଲି ନାରା ଦେଲେ ବିକ୍ଷୋଭକାରୀ

ରିପୋର୍ଟ ଅନୁଯାୟୀ, ଯେତେବେଳେ ପାକିସ୍ତାନର ଅର୍ଥମନ୍ତ୍ରୀ ୱାଶିଂଟନ୍‌ ବିମାନବନ୍ଦରରେ ପହଞ୍ଚିଥିଲେ, ସେଠାରେ ଉପସ୍ଥିତ ଥିବା କ୍ରୋଧିତ ବିକ୍ଷୋଭକାରୀମାନେ ‘ତୁମେ ମିଛୁଆ, ତୁମେ ଚୋର’ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ । ବିମାନ ବନ୍ଦରରେ ବିକ୍ଷୋଭକାରୀଙ୍କ ଏପରି ଆଚରଣ ଦେଖି ମନ୍ତ୍ରୀ ଏବଂ ତାଙ୍କ ସହକର୍ମୀଙ୍କ ମୁହଁରେ ମଧ୍ୟ ଅସନ୍ତୋଷ ଦେଖିବାକୁ ମିଳିଥିଲା ।

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି । ତେବେ ଏହା ପ୍ରଥମ ଘଟଣା ନୁହେଁ ଯେ ପାକିସ୍ତାନୀ ମନ୍ତ୍ରୀ ବିଦେଶ ଗସ୍ତ ସମୟରେ ସର୍ବସାଧାରଣରେ ଏପରି ଅପମାନର ସମ୍ମୁଖୀନ ହୋଇଛନ୍ତି । ଗତ ମାସରେ ଲଣ୍ଡନରେ ପାକିସ୍ତାନର ସୂଚନା ମନ୍ତ୍ରୀ ମରିୟମ ଆଉରଙ୍ଗଜେବଙ୍କୁ ଲୋକମାନେ ଘେରି ଯାଇଥିଲେ ଏବଂ ତାଙ୍କ ସାମ୍ନାରେ ‘ଚୋର-ଚୋର’ ସ୍ଲୋଗାନ ଦିଆଯାଇଥିଲା । ଏହା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ସାଉଦି ଆରବର ମଦିନାଠାରେ ମସଜିଦ-ଏ-ନବାୱିରେ ପ୍ରବେଶ କରୁଥିବାବେଳେ ‘ଚୋର ଆୟା ଚୋର’ ସ୍ଲୋଗାନ ଶୁଣିବାକୁ ପଡିଥିଲା ।