ବିଲେଇ ଯୋଗୁ ଚାକିରି ଗଲା
ଚୀନ୍: କରୋନା ମହାମାରୀ ପରଠାରୁ ଆମମାନଙ୍କ ଜୀବନରେ ଇଣ୍ଟରନେଟ୍, ସୋସିଆଲ୍ ମିଡିଆ ଓ ଅନଲାଇନ୍ ସର୍ଭିସେସ୍ର ଗୁରୁତ୍ୱ ବୃଦ୍ଧି ପାଇଛି । ଅନଲାଇନ୍ ଟିଚିଂ, ଅନଲାଇନ୍ ମିଟିଂ ଓ କଲସ୍ ସବୁକିଛି ବହୁମାତ୍ରାରେ ବୃଦ୍ଧି ପାଇଛି । ଏହାଦ୍ୱାରା ପର୍ସନାଲ୍ ଲାଇଫ୍ ବି ଖୁବ୍ ସହଜରେ ପବ୍ଲିକ୍ ହୋଇ ଯାଉଛି ଓ ବ୍ୟକ୍ତିଙ୍କୁ ବଡ ଧରଣର କ୍ଷତିର ସାମ୍ନା ମଧ୍ୟ କରିବାକୁ ପଡୁଛି । ଏପରି କିଛି ଚୀନ୍ର ଜଣେ ଶିକ୍ଷୟିତ୍ରୀଙ୍କ କ୍ଷେତ୍ରରେ ଘଟିଛି । କରୋନା […]
ଚୀନ୍: କରୋନା ମହାମାରୀ ପରଠାରୁ ଆମମାନଙ୍କ ଜୀବନରେ ଇଣ୍ଟରନେଟ୍, ସୋସିଆଲ୍ ମିଡିଆ ଓ ଅନଲାଇନ୍ ସର୍ଭିସେସ୍ର ଗୁରୁତ୍ୱ ବୃଦ୍ଧି ପାଇଛି । ଅନଲାଇନ୍ ଟିଚିଂ, ଅନଲାଇନ୍ ମିଟିଂ ଓ କଲସ୍ ସବୁକିଛି ବହୁମାତ୍ରାରେ ବୃଦ୍ଧି ପାଇଛି । ଏହାଦ୍ୱାରା ପର୍ସନାଲ୍ ଲାଇଫ୍ ବି ଖୁବ୍ ସହଜରେ ପବ୍ଲିକ୍ ହୋଇ ଯାଉଛି ଓ ବ୍ୟକ୍ତିଙ୍କୁ ବଡ ଧରଣର କ୍ଷତିର ସାମ୍ନା ମଧ୍ୟ କରିବାକୁ ପଡୁଛି । ଏପରି କିଛି ଚୀନ୍ର ଜଣେ ଶିକ୍ଷୟିତ୍ରୀଙ୍କ କ୍ଷେତ୍ରରେ ଘଟିଛି ।

କରୋନା ସମୟରେ ଅନଲାଇନ୍ ଟିଚିଂ ପ୍ରକ୍ରିୟା ବହୁ ମାତ୍ରାରେ ବୃଦ୍ଧି ପାଇଥିଲା ଯାହା ଏବେବି ଜାରି ରହିଛି । କିନ୍ତୁ ଚୀନ୍ରେ ଅନଲାଇନରେ ପଢାଉଥିବା ଜଣେ ଶିକ୍ଷୟିତ୍ରୀଙ୍କ ଚାକିରି ତାଙ୍କ ପୋଷା ବିଲେଇ ପାଇଁ ଚାଲି ଯାଇଛି । କାରଣ ଅନଲାଇନରେ ପଢାଉଥିବା ସମୟରେ ତାଙ୍କ ପୋଷା ବିଲେଇ ସ୍କ୍ରିନ୍ରେ ନଜର ଆସିଥିଲା । ତେବେ ଥରେ ନୁହେଁ ବିଲେଇଟି ୫ ଥର ଏହିପରି କରିଥିଲା ଯାହାଫଳରେ ମାଲିକାଣୀଙ୍କ ଚାକିରି ଚାଲିଗଲା । ଚୀନ୍ର ଗୁଆଂଗଜାଉ ସହରରେ ଏହି ମାମଲା ସାମ୍ନାକୁ ଆସିଛି । ଏଠିକାର ଲୁଓ ନାମକ ଜଣେ ଆର୍ଟ ଟିଚର ଅନଲାଇନରେ କ୍ଲାସ କରୁଥିଲେ । ଲୁଓଙ୍କ ପାଖରେ ଏକ ପୋଷା ବିଲେଇ ରହିଛି ।

ଏକ ଏଜୁକେଶନ ଟେକ୍ କମ୍ପାନୀ ପାଇଁ କାମ କରୁଥିବା ଲୁଓ ଏକଦା କ୍ଲାସ ନେଉଥିବା ବେଳେ ତାଙ୍କ ପୋଷା ବିଲେଇ ୫ ଥର ସ୍କ୍ରିନ୍ ସାମ୍ନାକୁ ଆସିଯାଇଥିଲା । ଏହି ଘଟଣା ପରେ କମ୍ପାନୀ ଲୁଓଙ୍କୁ ଚାକିରୀରୁ କାଢି ଦେଇଛି । ତେବେ କମ୍ପାନୀର ଏହି ନିଷ୍ପତ୍ତିକୁ ନେଇ ଲୁଓ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଉଭୟ ପକ୍ଷର ଅଭିଯୋଗ ଶୁଣିବା ପରେ ଲୁଓଙ୍କୁ ୪.୭ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ କୋର୍ଟ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି ।




