ଆସୁଛି ଚୀନ ଗୁପ୍ତଚର ଜାହାଜ

କଲମ୍ବୋ : ଭାରତର ଉଦବେଗ ଓ ଶ୍ରୀଲଙ୍କାର ଅନୁରୋଧ ସତ୍ତେ୍ୱ ହାମ୍ବନଟୋଟା ବନ୍ଦରକୁ ଆସୁଛି ଚୀନର ଗୁପ୍ତଚର ଜାହାଜ ଉଆନ ୱାଙ୍ଗ୍‌-୫ । ମଙ୍ଗଳବାରଦିନ ୧୦ଟା (ଭାରତୀୟ ସମୟ) ବେଳେ ଏହି ଜାହାଜ ପଶ୍ଚିମ ଇଣ୍ଡୋନେସିଆ ନିକଟରେ ଗତି କରୁଥିଲା । ଏହା ଘଣ୍ଟାପ୍ରତି ୨୬ କିଲୋମିଟର ବେଗରେ ଗତି କରୁଛି । ଏହା ଆସନ୍ତା ଗୁରୁବାର ସକାଳ ସାଢେ ୯ଟା ସୁଦ୍ଧା ଶ୍ରୀଲଙ୍କାର ହାମ୍ବନଟୋଟା ବନ୍ଦରରେ ପହଞ୍ଚିବାର ସମ୍ଭାବନା ରହିଛି । ଏହା ଏକ ମିସାଇଲ […]

Samaya Live Picture
Published On

କଲମ୍ବୋ : ଭାରତର ଉଦବେଗ ଓ ଶ୍ରୀଲଙ୍କାର ଅନୁରୋଧ ସତ୍ତେ୍ୱ ହାମ୍ବନଟୋଟା ବନ୍ଦରକୁ ଆସୁଛି ଚୀନର ଗୁପ୍ତଚର ଜାହାଜ ଉଆନ ୱାଙ୍ଗ୍‌-୫ । ମଙ୍ଗଳବାରଦିନ ୧୦ଟା (ଭାରତୀୟ ସମୟ) ବେଳେ ଏହି ଜାହାଜ ପଶ୍ଚିମ ଇଣ୍ଡୋନେସିଆ ନିକଟରେ ଗତି କରୁଥିଲା । ଏହା ଘଣ୍ଟାପ୍ରତି ୨୬ କିଲୋମିଟର ବେଗରେ ଗତି କରୁଛି । ଏହା ଆସନ୍ତା ଗୁରୁବାର ସକାଳ ସାଢେ ୯ଟା ସୁଦ୍ଧା ଶ୍ରୀଲଙ୍କାର ହାମ୍ବନଟୋଟା ବନ୍ଦରରେ ପହଞ୍ଚିବାର ସମ୍ଭାବନା ରହିଛି ।

ଆସୁଛି ଚୀନ ଗୁପ୍ତଚର ଜାହାଜ

ଏହା ଏକ ମିସାଇଲ ଟ୍ରାକିଂ ସିପ୍‌ ହୋଇଥିବାରୁ ଏହାକୁ ନେଇ ଭାରତ ଚିନ୍ତା ପ୍ରକଟ କରିଥିଲା । ଭାରତ ପକ୍ଷରୁ ଏହି ଚିନ୍ତା ଶ୍ରୀଲଙ୍କାକୁ ଜଣାଇଦିଆଯିବା ପରେ ଏହି ଜାହାଜର ଆଗମନକୁ ବିଳମ୍ବିତ କରିବାକୁ କଲମ୍ବୋ ଚୀନକୁ କହିଥିଲା । କି;ୁ ଏହାକୁ ଖାତିର ନ କରି ଚୀନ ଜାହାଜ ଆସୁଛି । ଗୁଇନ୍ଦା ରିପୋର୍ଟ ଅନୁସାରେ ଏହି ଜାହାଜର ଏରିଆଲ ରେଞ୍ଜ ହେଉଛି ପ୍ରାୟ ୭୫୦ କିଲୋମିଟର । ଏହାର ଅର୍ଥ ହେଉଛି ଶ୍ରୀଲଙ୍କା ବନ୍ଦରରେ ଥାଇ ଏହି ଜାହାଜ ସମଗ୍ର ଦକ୍ଷିଣ ଭାରତ ଉପରେ ନିଜର ରଖିପାରିବ ।

ଆସୁଛି ଚୀନ ଗୁପ୍ତଚର ଜାହାଜ

ଦକ୍ଷିଣ ଭାରତରେ ଭାରତର କେତେକ ଗୁରୁିତ୍ୱପୂର୍ଣ୍ଣ ସାମରିକ ପ୍ରତିଷ୍ଠାନ ରହିଛି । ସେଗୁଡ଼ିକ ମଧ୍ୟରେ ରହିଛି ବିଶାଖାପାଟଣା ଓ କୋଚିରେ ନୌସେନା ଘାଟି, ତାମିଲନାଡ଼ୁର କୁଦାନକୁଲମ ଓ କଳ୍ପକମ ଆଣବିକ କେନ୍ଦ୍ର, ଇସ୍ରୋ ଇତ୍ୟାଦି ପ୍ରତିଷ୍ଠାନ । ଏସବୁ ପ୍ରତିଷ୍ଠାନ ଉପରେ ଚୀନ ନିଜର ଗୁପ୍ତଚର ଜାହାଜ ମାଧ୍ୟମରେ ତଥ୍ୟ ସଂଗ୍ରହ କରିପାରିବ । ଏଣୁ ଏହି ଜାହାଜକୁ ନେଇ ଭାରତ ଚିନ୍ତିତ ହୋଇପଡ଼ିଛି ।