ମହାରାଣୀ ଦ୍ୱିତୀୟ ଏଲିଜାବେଥ୍‌ଙ୍କ ‘ଲାଇଙ୍ଗ୍‌-ଇନ୍‌-ଷ୍ଟେଟ୍‌’ରେ ଚୀନକୁ ମିଳିଲାନି ଅନୁମତି

େୱଷ୍ଟମିନିଷ୍ଟର: ଲଣ୍ଡନର େୱଷ୍ଟମିନିଷ୍ଟର ଆବେରେ ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାର ପୂର୍ବରୁ ସୋମବାର ସଂସଦ କମ୍ପ୍ଲେକ୍ସ ମଧ୍ୟରେ େୱଷ୍ଟମିନିଷ୍ଟର ହଲରେ ହେବାକୁ ଥିବା ରାଣୀଙ୍କ ‘ଲାଇଙ୍ଗ-ଇନ୍‌-ଷ୍ଟେଟ’ରେ ଯୋଗଦେବା ପାଇଁ ଚୀନ୍‌ ସରକାରୀ ପ୍ରତିନିଧି ଦଳକୁ ଅନୁମତି ଦେବା ପାଇଁ ହାଉସ୍‌ ଅଫ୍‌ କମନ୍ସ ବାଚସ୍ପତି ମନା କରିଦେଇଛନ୍ତି । ବେଜିଂ ଏହାର ଉଇଘୁର ମୁସଲମାନ ସଂଖ୍ୟାଲଘୁଙ୍କୁ ଅସଦାଚରଣ କରିଥିବା ଅଭିଯୋଗ କରିଥିବାରୁ ସଂସଦର ପାଞ୍ଚ ଜଣ ବ୍ରିଟିଶ ସଦସ୍ୟ ଏବଂ ଦୁଇ ସାଥୀଙ୍କ ବିରୋଧରେ ଚୀନ୍‌ […]

Samaya Live Picture
Published On

େୱଷ୍ଟମିନିଷ୍ଟର: ଲଣ୍ଡନର େୱଷ୍ଟମିନିଷ୍ଟର ଆବେରେ ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାର ପୂର୍ବରୁ ସୋମବାର ସଂସଦ କମ୍ପ୍ଲେକ୍ସ ମଧ୍ୟରେ େୱଷ୍ଟମିନିଷ୍ଟର ହଲରେ ହେବାକୁ ଥିବା ରାଣୀଙ୍କ ‘ଲାଇଙ୍ଗ-ଇନ୍‌-ଷ୍ଟେଟ’ରେ ଯୋଗଦେବା ପାଇଁ ଚୀନ୍‌ ସରକାରୀ ପ୍ରତିନିଧି ଦଳକୁ ଅନୁମତି ଦେବା ପାଇଁ ହାଉସ୍‌ ଅଫ୍‌ କମନ୍ସ ବାଚସ୍ପତି ମନା କରିଦେଇଛନ୍ତି ।

ବେଜିଂ ଏହାର ଉଇଘୁର ମୁସଲମାନ ସଂଖ୍ୟାଲଘୁଙ୍କୁ ଅସଦାଚରଣ କରିଥିବା ଅଭିଯୋଗ କରିଥିବାରୁ ସଂସଦର ପାଞ୍ଚ ଜଣ ବ୍ରିଟିଶ ସଦସ୍ୟ ଏବଂ ଦୁଇ ସାଥୀଙ୍କ ବିରୋଧରେ ଚୀନ୍‌ ପ୍ରତିବନ୍ଧକ ଲଗାଇଥିବା ହେତୁ ସାର୍‌ ଲିଣ୍ଡସେ ହୋଏଲ୍‌ େୱଷ୍ଟମିନିଷ୍ଟର ହáୁ ପ୍ରବେଶ ପାଇଁ ଚୀନରେ ଅନୁରୋଧକୁ ପ୍ରତ୍ୟାଖାନ କରିଦେଇଥିବା ବ୍ରିଟେନର ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି ।

ହାଉସ୍‌ ଅଫ୍‌ କମନ୍ସ ସୁରକ୍ଷା ପ୍ରସଙ୍ଗରେ କୌଣସି ମନ୍ତବ୍ୟ ଦେଇନାହିଁ ବୋଲି କହିଥିବାବେଳେ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ଅନ୍ତିମ ସଂସ୍କାରରେ ଚୀନର ଉପସ୍ଥିତି ରହିବ କି;ୁ ସଂସଦ ଭବନରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ । ଯେହେତୁ େୱଷ୍ଟମିନିଷ୍ଟର ହଲ୍‌ ସଂସଦୀୟ ସମ୍ପତ୍ତିର ଏକ ଅଂଶ, ଏହା କମନ୍ସ ଏବଂ ଲର୍ଡସ୍‌ ସ୍ପିକରଙ୍କ ନିୟନ୍ତ୍ରଣରେ ଅଛି ଏହି ପଦକ୍ଷେପ ବ୍ରିଟେନ-ଚୀନ୍‌ ସମ୍ପର୍କକୁ ଆହୁରି ଅଧିକ ଚାପପକାଇବାର ସମ୍ଭାବନା ରହିଛି ଯାହା ସାମ୍ପ୍ରତିକ ସମୟରେ କିଛି ଚାପରେ ରହିଛି ।

ରିପୋର୍ଟ ଅନୁଯାୟୀ, ବ୍ରିଟେନର ବୈଦେଶିକ, ରାଜ୍ୟଗୋଷ୍ଠୀ ଏବଂ ବିକାଶ କାର୍ଯ୍ୟାଳୟ (ଏଫସିଡିଓ) ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଏକ ଦେଶର ରାଷ୍ଟ୍ରମୁଖ୍ୟ ଭାବରେ ନିମନ୍ତ୍ରଣ କରିଛି ଯାହା ସହିତ ବ୍ରିଟେନର କୂଟନୈତିକ ସମ୍ପର୍କ ରହିଛି । ଏହି ଘଟଣା ପରେ ଚୀନ୍‌ ରାଷ୍ଟ୍ରପତିଙ୍କ ବଦଳରେ ଉପରାଷ୍ଟ୍ରପତି ୱାଙ୍ଗ କିଶାନଙ୍କୁ ଚୀନର ଏକ ପ୍ରତିନିଧି ଦଳ ସହିତ ଲଣ୍ଡନ ପଠାଇବା ପାଇଁ ଚୀନ୍‌ ଯୋଜନା କରୁଛି ।