ଅବଦୁଲ୍‌ ରେହମନ୍‌ ମାକିଙ୍କୁ ବୈଶ୍ୱିକ ଆତଙ୍କବାଦୀ ଘୋଷଣା କିରବାକୁ ମନାକରିଦେଲା ଚୀନ୍‌

ଜାତିସଂଘ: ଜୁନ ୧୭: ପାକିସ୍ତାନୀ ଆତଙ୍କବାଦୀ ଅବଦୁଲ୍‌ ରେହମନ୍‌ ମାକିଙ୍କୁ ବୈଶ୍ୱିକ ଆତଙ୍କବାଦୀ ଘୋଷଣା କରିବା ଲାଗି ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ମିଳିତ ପ୍ରସ୍ତାବକୁ ଚୀନ୍‌ ଅଟକାଇ ଦେଇଛି । ଜାତିସଂଘ ନିରାପତ୍ତା ପରିଷଦର ଆଇଏସ୍‌ଆଇଏସ୍‌ ଏବଂ ଅଲ୍‌ କାଏଦା ସାଙ୍କସନ କମିଟି ବ୍ୟବସ୍ଥା ଅନୁସାରେ ଭାରତ ଓ ଆମେରିକା ଉପରୋକ୍ତ ପ୍ରସ୍ତାବ ଆଗତ କରିଥିଲେ । ଯୁକ୍ତରାଷ୍ଟ୍ର ଆମେରିକା ଆତଙ୍କବାଦୀ ଆଖ୍ୟା ଦେଇଥିବା ମାକିି ହେଉଛନ୍ତି ଲଶPର୍‌-ଏ-ତେବାର ମୁଖ୍ୟ ତଥା ୨୬/୧୧ର ମାଷ୍ଟର୍ମାଇଣ୍ଡ୍‌ ହଫିଜ୍‌ […]

Samaya Live Picture
Published On

ଜାତିସଂଘ: ଜୁନ ୧୭: ପାକିସ୍ତାନୀ ଆତଙ୍କବାଦୀ ଅବଦୁଲ୍‌ ରେହମନ୍‌ ମାକିଙ୍କୁ ବୈଶ୍ୱିକ ଆତଙ୍କବାଦୀ ଘୋଷଣା କରିବା ଲାଗି ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ମିଳିତ ପ୍ରସ୍ତାବକୁ ଚୀନ୍‌ ଅଟକାଇ ଦେଇଛି । ଜାତିସଂଘ ନିରାପତ୍ତା ପରିଷଦର ଆଇଏସ୍‌ଆଇଏସ୍‌ ଏବଂ ଅଲ୍‌ କାଏଦା ସାଙ୍କସନ କମିଟି ବ୍ୟବସ୍ଥା ଅନୁସାରେ ଭାରତ ଓ ଆମେରିକା ଉପରୋକ୍ତ ପ୍ରସ୍ତାବ ଆଗତ କରିଥିଲେ । ଯୁକ୍ତରାଷ୍ଟ୍ର ଆମେରିକା ଆତଙ୍କବାଦୀ ଆଖ୍ୟା ଦେଇଥିବା ମାକିି ହେଉଛନ୍ତି ଲଶPର୍‌-ଏ-ତେବାର ମୁଖ୍ୟ ତଥା ୨୬/୧୧ର ମାଷ୍ଟର୍ମାଇଣ୍ଡ୍‌ ହଫିଜ୍‌ ସୟିଦ୍‌ଙ୍କ ଶାଳକ । ମାକିଙ୍କ ସମ୍ପର୍କରେ ସୂଚନା ଦେଲେ ୨ ନିୟୁତ ଡଲାର୍‌ ପର୍ଯ୍ୟନ୍ତ ପୁରସ୍କାର ମିଳିବ ବୋଲି ୟୁଏସ୍‌ ଡିପାର୍ଟମେଣ୍ଟ୍‌ ଅଫ୍‌ ଷ୍ଟେସ୍‌ ରିୱାର୍ଡ ଫର୍‌ ଜଷ୍ଟିସ୍‌ ପ୍ରୋଗ୍ରାମ୍‌ ଘୋଷଣା କରିଛି । ଲଶPର-ଏ-ତେବାରେ ମାକି ବିଭିନ୍ନ ପଦବୀରେ ଅବସ୍ଥାନ କରିଥିଲେ । ଏଲ୍‌ଇଟି ଅଭିଯାନ ନିମନ୍ତେ ପାଣ୍ଠି ଯୋଗାଡ଼ କରିବାରେ ମଧ୍ୟ ତାଙ୍କର ଭୂମିକା ଥିଲା । ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଇଥିବାରୁ ୨୦୨୦ରେ ପାକିସ୍ତାନର ଆଣ୍ଟି-ଟେରରିଜମ୍‌ କୋର୍ଟ ମାକିଙ୍କୁ ଦୋଷୀ ସାବ୍ୟସ୍ତ କରି କାରାଦଣ୍ଡା ଦେଇଥିଲେ । କି;ୁ, ଅତୀତରେ ପାକିସ୍ତାନୀ ଆଇନ ବ୍ୟବସ୍ଥା ଦୋଷୀ ସାବ୍ୟସ୍ତ ହୋଇଥିବା ଏଲ୍‌ଇଟି ନେତା ଏବଂ କର୍ମୀମାନଙ୍କୁ ମୁକ୍ତ କରିଥିବାରୁ ଯୁକ୍ତରାଷ୍ଟ୍ର ଆମେରିକା ମାକିଙ୍କ ସମ୍ପର୍କରେ ସୂଚନା ଯୋଗାଡ଼ ଅବ୍ୟାହତ ରଖିଥିଲା ବୋଲି ରିୱାର୍ଡସ୍‌ ଫର୍‌ ଜଷ୍ଟିସ୍‌ େୱବସାଇଟରୁ ଜଣାପଡ଼ିଛି । ପାକିସ୍ତାନୀ ଆତଙ୍କବାଦୀମାନଙ୍କୁ ବୈଶ୍ୱିକ ଆତଙ୍କବାଦୀ ଭାବେ ତାଲିକାଭୁକ୍ତ କରିବା ପାଇଁ ଭାରତ ଏବଂ ତାର ମିତ୍ର ରାଷ୍ଟ୍ରମାନେ ଆଗତ କରିଥିବା ପ୍ରସ୍ତାବ ଉପରେ ପୂର୍ବରୁ ମଧ୍ୟ ଚୀନ୍‌ ବାଧା ଦେଇଛି । ୨୦୧୯ ମେରେ ଜାତିସଂଘ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଜୈଶ୍‌-ଏ-ଅହମଦ୍‌ର ମୁଖ୍ୟ ମାସୁଦ୍‌ ଆଝାଙ୍ର୍କୁ ବୈଶ୍ୱିକ ଆତଙ୍କବାଦୀ ଘୋଷଣା କରିବା ପରେ ଭାରତର ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ବିଜୟ ହୋଇଥିଲା ।