ଚୀନ ଦ୍ୱାରା ବନ୍ଦୀ ଶିବିରରେ ଦଶ ଲକ୍ଷରୁ ଅଧିକ ମୁସଲମାନଙ୍କୁ ରଖିବା ପ୍ରସଙ୍ଗ, ଟ୍ରମ୍ପଙ୍କ ସମାଲୋଚନା

ସମୟ ଲାଇଭ୍‍,୨୫/୧୧: ଚୀନ ଦ୍ୱାରା ବନ୍ଦୀ ଶିବିରରେ ଦଶ ଲକ୍ଷରୁ ଅଧିକ ମୁସଲମାନଙ୍କୁ ରଖିବା ପ୍ରସଙ୍ଗରେ ବିଶ୍ୱ ଚୁପ ରହିବାକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମାଲୋଚନା କରିଛନ୍ତି । ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ରବର୍ଟ ଓବ୍ରାୟନ ଏହା ବି ପ୍ରଶ୍ନ କରିଛନ୍ତି ଯେ ଯଦି ଚୀନ ହଂକଂରେ ଲୋକତନ୍ତ୍ର ସମର୍ଥକ ପ୍ରଦର୍ଶକାରୀଙ୍କ ଉପରେ ଥିୟାନମେନ ଚୌକ ପରି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରେ ତେବେ କଣ ଅନ୍ତରାଷ୍ଟ୍ରୀୟ ନେତା ତାଙ୍କ ସହ ଠିଆ ହେବେ । ଚୀନରେ […]

Samaya Live Picture
Published On

ସମୟ ଲାଇଭ୍‍,୨୫/୧୧: ଚୀନ ଦ୍ୱାରା ବନ୍ଦୀ ଶିବିରରେ ଦଶ ଲକ୍ଷରୁ ଅଧିକ ମୁସଲମାନଙ୍କୁ ରଖିବା ପ୍ରସଙ୍ଗରେ ବିଶ୍ୱ ଚୁପ ରହିବାକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମାଲୋଚନା କରିଛନ୍ତି । ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ରବର୍ଟ ଓବ୍ରାୟନ ଏହା ବି ପ୍ରଶ୍ନ କରିଛନ୍ତି ଯେ ଯଦି ଚୀନ ହଂକଂରେ ଲୋକତନ୍ତ୍ର ସମର୍ଥକ ପ୍ରଦର୍ଶକାରୀଙ୍କ ଉପରେ ଥିୟାନମେନ ଚୌକ ପରି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରେ ତେବେ କଣ ଅନ୍ତରାଷ୍ଟ୍ରୀୟ ନେତା ତାଙ୍କ ସହ ଠିଆ ହେବେ । ଚୀନରେ ଉଇଗର ମୁସଲମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ବିଭିନ୍ନ ସମୟରେ ଚର୍ଚ୍ଚା ହେଉଛି ।
ଉଲ୍ଲେଖଯୋଗ୍ୟ ଯେ କିଛି ଦିନ ପୂର୍ବେ କିଛି ଦସ୍ତାବିଜ ଲିକ ହୋଇଥିଲା । ଏଥିରୁ ଜଣା ପଡିଥିଲା ଯେ ଉଇଗର ମୁସଲିମଙ୍କୁ କେଉଁ ପ୍ରକାର ଉତ୍ପୀଡନର ସାମ୍ନା କରିବକୁ ପଡୁଛି । ଲିକ ହୋଇଥିବା ଡକ୍ୟୁମେଣ୍ଟ ଅନୁସାରେ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ ନିଜେ ନିର୍ଦ୍ଦେଶ ଜାରି କରି କହିଥିଲା ଯେ ଚରମପନ୍ଥୀ ଏବଂ ବିଚ୍ଛିନ୍ନତାବାଦୀ ଉପରେ କୌଣସି ପ୍ରକାର ଦୟା ଦେଖାଯିବନି ।

Tags: