କାନାଡ଼ାରେ ୫ଟି ସ୍ଥାନରେ ଗୁଳିମାଡ଼: ୨ ମୃତ
ଭ୍ୟାଙ୍କୋଭର୍ : କାନାଡ଼ାର ଭ୍ୟାଙ୍କୋଭରଠାରେ ଭୟଙ୍କର ଗୁଳିକାଣ୍ଡ ହୋଇଛି । ଏହି ଘଟଣାରେ ୨ ଜଣଙ୍କ ମୃତୁ୍ୟ ଘଟିଛି । ଏହି ଘଟଣା ଘଟାଇଥିବା ଦୁର୍ବୃତ୍ତ ପୋଲିସ ଗୁଳିରେ ନିହତ ହୋଇଥିବା ଜଣାଯାଇଛି । କୁହାଯାଉଛି ଯେ ଲେଂଗଲୀ ଓ ଲେଂଗଲୀ ଟାଉନ୍ସିପ୍ରେ ୫ଟି ସ୍ଥାନରେ ଫାୟାରିଂ ହୋଇଛି । ସମସ୍ତ ସ୍ଥାନରେ ଗୋଟିଏ ବ୍ୟକ୍ତି ହିଁ ଫାୟାରିଂ କରିଛି । ଏହି ଗୁଳିମାଡ଼ରେ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ୨ ଜଣ ହସ୍ପିଟାଲରେ ଭର୍ତ୍ତି […]
ଭ୍ୟାଙ୍କୋଭର୍ : କାନାଡ଼ାର ଭ୍ୟାଙ୍କୋଭରଠାରେ ଭୟଙ୍କର ଗୁଳିକାଣ୍ଡ ହୋଇଛି । ଏହି ଘଟଣାରେ ୨ ଜଣଙ୍କ ମୃତୁ୍ୟ ଘଟିଛି । ଏହି ଘଟଣା ଘଟାଇଥିବା ଦୁର୍ବୃତ୍ତ ପୋଲିସ ଗୁଳିରେ ନିହତ ହୋଇଥିବା ଜଣାଯାଇଛି । କୁହାଯାଉଛି ଯେ ଲେଂଗଲୀ ଓ ଲେଂଗଲୀ ଟାଉନ୍ସିପ୍ରେ ୫ଟି ସ୍ଥାନରେ ଫାୟାରିଂ ହୋଇଛି । ସମସ୍ତ ସ୍ଥାନରେ ଗୋଟିଏ ବ୍ୟକ୍ତି ହିଁ ଫାୟାରିଂ କରିଛି । ଏହି ଗୁଳିମାଡ଼ରେ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ୨ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ପ୍ରଥମେ କୁହାଯାଉଥିଲା ଯେ ଏହି ଆକ୍ରମଣକାରୀ ଘର ନଥିବା ଲୋକଙ୍କୁ ଟାର୍ଗେଟ୍ କରିଥିଲେ । କି;ୁ ପୋଲିସ ଏ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇ ନାହିଁ । ଲେଂଗଲୀର ପୋଲିସ ପ୍ରମୁଖ ଗାଲିବ ଭୟାନୀ ଏକ ପ୍ରେସ୍ କନ®ରେନ୍ସରେ କହିଛନ୍ତି, ଏହି ଘଟଣାରେ ୪ ଜଣଙ୍କୁ ଗୁଳି ମାଡ଼ ହୋଇଛି । ସେଥିରୁ ୨ ଜଣଙ୍କ ମୃତୁ୍ୟ ଘଟିଛି ଓ ଜଣେ ମହିଳାଙ୍କ ଅବସ୍ଥା ଗୁରୁତର ରହିଛି । ଆହତଙ୍କ ମଧ୍ୟରୁ ଜଣଙ୍କ ଗୋଡ଼ରେ ଗୁଳି ବାଜିଛି । ପୋଲିସ ଏବେ ଆହତ ଓ ଅଭିଯୁକ୍ତର ପରିଚୟ ଖୋଜୁଛି ।

ଏମାନଙ୍କ ଭିତରେ ସମ୍ପର୍କ ଥିଲା କି ନାହିଁ ସେ ନେଇ ତଦନ୍ତ ଆରମ୍ଭ କରି ପୋଲିସ । ରୟାଲ କାନାଡିୟାନ୍ ମାଉଣ୍ଟେନ୍ ପୋଲିସର ମୁଖପାତ୍ର ସର୍ଜେଣ୍ଟ ରେବେକା ପାର୍ସଲୋ ବ୍ରିଟିଶ କଲମ୍ବିଆର ଲେଗସୀ ସହରରେ ହୋଇଥିବା ହିଂସାକୁ ନେଇ କହିଛନ୍ତି, ଏହି ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି । ସେହିପରି ୨ ଜଣଙ୍କର ଜୀବନ ବି ଯାଇଛି । ଅନ୍ୟପଟେ ଏହି ମାମଲାର ତଦନ୍ତ କରୁଥିବା ଡାଭିଡ୍ ଲି କହିଛନ୍ତି, ଏବେ ଏହି ଗୁଳିମାଡ଼ର ତଦନ୍ତ ଚାଲିଛି ଯେ କିଏ ଓ କାହିଁକି ଏହି ଅନ୍ଧାଧୂନ ଗୁଳି ଚଳାଇଛି । ତଦନ୍ତ ପରେ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି ।




