ବସ୍ ଦୁର୍ଘଟଣା ନେଲା ୩୫ ଜୀବନ
ସମୟ ଲାଇଭ୍,୧୭/୧୦: ସାଉଦିଆରବରେ ଏକ ବସ୍ ଦୁର୍ଘଟଣା ୩୫ ଜଣ ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣାରେ ଅନେକ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଜାଣିବା ପରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣହରାଇଥିବା ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସୂଚନା ଥାଉ କି, ମଦୀନା କ୍ଷେତ୍ରର ଅଲ୍ ଅଖଲ୍ ଅଞ୍ଚଳରେ ଏହି […]
ସମୟ ଲାଇଭ୍,୧୭/୧୦: ସାଉଦିଆରବରେ ଏକ ବସ୍ ଦୁର୍ଘଟଣା ୩୫ ଜଣ ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣାରେ ଅନେକ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଜାଣିବା ପରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣହରାଇଥିବା ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ସୂଚନା ଥାଉ କି, ମଦୀନା କ୍ଷେତ୍ରର ଅଲ୍ ଅଖଲ୍ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। କେବଳ ସାଉଦି ଆରବ ନାଗରିକ ନୁହଁନ୍ତି ବରଂ ଅନ୍ୟ ଏସୀୟ ଦେଶର ନାଗରିକ ମଧ୍ୟ ଏହି ଦୁର୍ଘଟଣାଗ୍ରସ୍ତ ବସ୍ରେ ଯାତ୍ରା କରୁଥିବା ପୋଲିସ୍ ଅଧିକାରୀ ସୂଚନା ଦେଇଛନ୍ତି।
Tags: Bus Accident




