ଘୁଙ୍ଗୁଡି ମାରିଲେ ମିଳୁଛି ପଇସା

ୟୁକେ: ଶୋଇଲାବେଳେ ଙ୍ଘୁଙ୍ଗୁଡି ମାରିବା କେତେଜଣଙ୍କର ଅଭ୍ୟାସ ହୋଇଥାଏ । ତେବେ ଏଥିପାଇଁ ଅନେକ ଲୋକ ବେଳେବେଳେ ଲଜ୍ୟାକର ପରିସ୍ଥିତିର ସମ୍ମୁଖୀନ ମଧ୍ୟ ହୋଇଥାଆନ୍ତି । ହେଲେ ଏହା ଏକପ୍ରକାରର ଶାରୀରିକ ସମସ୍ୟା ହୋଇଥାଏ । ତେବେ ଅନେକ ସମୟରେ ଲୋକ ଏହାର କାରଣ ନବୁଝିପାରି ଘୁଙ୍ଗୁଡିମାରୁଥିବା ଲୋକଙ୍କୁ ସମାଲୋଚନା କରନ୍ତି । କିନ୍ତୁ ୟୁକେରେ ଏଭଳି ହୋଇନଥାଏ । ଏକ ରିପୋର୍ଟ ଅନୁସାରେ ୟୁକେ ସରକାରଙ୍କ ପକ୍ଷରୁ ଘୁଙ୍ଗୁଡି ମାରୁଥିବା ଲୋକଙ୍କୁ ସାପ୍ତାହିକ ହିସାବରେ ୧୫ […]

Samaya Live Picture
Published On

ୟୁକେ: ଶୋଇଲାବେଳେ ଙ୍ଘୁଙ୍ଗୁଡି ମାରିବା କେତେଜଣଙ୍କର ଅଭ୍ୟାସ ହୋଇଥାଏ । ତେବେ ଏଥିପାଇଁ ଅନେକ ଲୋକ ବେଳେବେଳେ ଲଜ୍ୟାକର ପରିସ୍ଥିତିର ସମ୍ମୁଖୀନ ମଧ୍ୟ ହୋଇଥାଆନ୍ତି । ହେଲେ ଏହା ଏକପ୍ରକାରର ଶାରୀରିକ ସମସ୍ୟା ହୋଇଥାଏ । ତେବେ ଅନେକ ସମୟରେ ଲୋକ ଏହାର କାରଣ ନବୁଝିପାରି ଘୁଙ୍ଗୁଡିମାରୁଥିବା ଲୋକଙ୍କୁ ସମାଲୋଚନା କରନ୍ତି । କିନ୍ତୁ ୟୁକେରେ ଏଭଳି ହୋଇନଥାଏ ।

ଘୁଙ୍ଗୁଡି ମାରିଲେ ମିଳୁଛି ପଇସା

ଏକ ରିପୋର୍ଟ ଅନୁସାରେ ୟୁକେ ସରକାରଙ୍କ ପକ୍ଷରୁ ଘୁଙ୍ଗୁଡି ମାରୁଥିବା ଲୋକଙ୍କୁ ସାପ୍ତାହିକ ହିସାବରେ ୧୫ ହଜାର ଟଙ୍କା ପ୍ରଦାନ କରାଯାଉଛି । ସେମାନଙ୍କୁ ଏହା ମାନସିକ ସ୍ତରରେ ସାହାଯ୍ୟ ପାଇଁ ପ୍ରଦାନ କରାଯାଇଥାଏ । ଏଠାରେ ଘୁଙ୍ଗୁଡିକୁ ନେଇ ସରକାର ବେଶ୍‌ ସଚେତନ । କାରଣ ଘୁଙ୍ଗୁଡି ସ୍ଲିପ୍‌ ଆପେନା ରୋଗର ଏକ ଲକ୍ଷଣ ହୋଇପାରେ, ଯେଉଁ ରୋଗର ଲକ୍ଷଣ ଚିହ୍ନିବା କଷ୍ଟ ହୋଇଥାଏ । ଏହି ରୋଗ ବିଶେଷ କ୍ଷତିକାରୀ ହୋଇଥିବାରୁ ରୋଗୀଙ୍କୁ ସହାଯ୍ୟ କରିବା ଉଦ୍ଦେଶ୍ୟରେ ଏହି ଅର୍ଥ ପ୍ରଦାନ କରାଯାଇଥାଏ ।

ଘୁଙ୍ଗୁଡି ମାରିଲେ ମିଳୁଛି ପଇସା

ତେବେ ଏହି ସୁବିଧା ପାଇବାକୁ ହେଲେ ବ୍ୟକ୍ତିଙ୍କୁ ଇଂଲଣ୍ଡ, ସ୍କଟଲାଣ୍ଡ କିମ୍ବା େୱଲସ୍‌ର ବାସିନ୍ଦା ହେବା ଦରକାର । ସେହିଭଳି ଆପଣଙ୍କୁ ଜଣେ ଡାକ୍ତରଙ୍କ ନିରୀକ୍ଷଣରେ ପାଖାପାଖି ୩ମାସ ଚିକିତ୍ସିତ ହେଇଥିବା ମଧ୍ୟ ଦରକାର । ଏ ସମସ୍ତ ଦିଗକୁ ନିରୀକ୍ଷଣ କରିବା ପରେ ଏହି ଅର୍ଥ ପ୍ରଦାନ କରାଯିବ ।