ୟୁକ୍ରେନ୍‌କୁ ଦୂରଗାମୀ ରକେଟ୍‌ ଦେବ ଆମେରିକା

ୱାସିଂଟନ୍‌: ଜୁନ୍‌ ୦୧: ଋଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧର ବିଭିଷିକାରେ ବହୁ ରାଷ୍ଟ୍ର ୟୁକ୍ରେନ୍‌କୁ ସମର୍ଥନ କରୁଛନ୍ତି । ଏହାସହିତ ୟìକ୍ରେନ୍‌କୁ ସାହାଯ୍ୟ ମଧ୍ୟ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆମେରିକା ମଧ୍ୟ ୟୁକ୍ରେନ୍‌କୁ ସାହାଯ୍ୟ କରି ଦ୍ରୁତଗାମୀ ରକେଟ୍‌ ଦେବ ବୋଲି ଖବର ମିଳିଛି । ଏନେଇ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଘୋଷଣା କରିଛନ୍ତି । ଏହା ହେଉଛି ୟୁକ୍ରେନ୍‌କୁ ୭୦୦ ନିୟୁତ ଡଲାର ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ଆମେରିକା […]

Samaya Live Picture
Published On

ୱାସିଂଟନ୍‌: ଜୁନ୍‌ ୦୧: ଋଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧର ବିଭିଷିକାରେ ବହୁ ରାଷ୍ଟ୍ର ୟୁକ୍ରେନ୍‌କୁ ସମର୍ଥନ କରୁଛନ୍ତି । ଏହାସହିତ ୟìକ୍ରେନ୍‌କୁ ସାହାଯ୍ୟ ମଧ୍ୟ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆମେରିକା ମଧ୍ୟ ୟୁକ୍ରେନ୍‌କୁ ସାହାଯ୍ୟ କରି ଦ୍ରୁତଗାମୀ ରକେଟ୍‌ ଦେବ ବୋଲି ଖବର ମିଳିଛି । ଏନେଇ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଘୋଷଣା କରିଛନ୍ତି । ଏହା ହେଉଛି ୟୁକ୍ରେନ୍‌କୁ ୭୦୦ ନିୟୁତ ଡଲାର ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ଆମେରିକା ଦେଇଥିବା ପ୍ରତିଶ୍ରୁତିର ଅଂଶବିଶେଷ ।

ୟୁକ୍ରେନ୍‌କୁ ଦୂରଗାମୀ ରକେଟ୍‌ ଦେବ ଆମେରିକା

ବାଇଡେନ୍‌ ନିଜ ପ୍ରୋଫାଇଲ୍‌ରେ ଲେଖିଛନ୍ତି: ୟୁକ୍ରେନ୍‌କୁ ଯୁଦ୍ଧକ୍ଷେତ୍ରରେ ଠିକଣା ଭାବେ ଶତ୍ରୁର ଲକ୍ଷ୍ୟଭେଦ କରିବା ନିମନ୍ତେ ଅଧିକ ଉନ୍ନତ ରକେଟ୍‌ ସିଷ୍ଟମ୍‌ ଯୋଗାଇ ଦେବା ଲାଗି ଆମେ ସ୍ଥିର କରିଛୁ ।

ଏହାସହିତ ଏନେଇ ବାଇଡେନ୍‌ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେଥିରେ ସେ କହିଛନ୍ତି ଯେ, ଋଷ୍‌ ଆକ୍ରମଣ କରିବା ଲାଗି ଆମେ ୟୁକ୍ରେନ୍‌କୁ ରକେଟ୍‌ ସିଷ୍ଟମ୍‌ ପଠାଇବୁ ନାହିଁ ।

ୟୁକ୍ରେନ୍‌କୁ ଦୂରଗାମୀ ରକେଟ୍‌ ଦେବ ଆମେରିକା

ଜଣେ ଅଧିକାରୀ କହିଛନ୍ତି, ରୁଷ୍‌ ମଧ୍ୟକୁ ନିକ୍ଷେପ କରିବ ନାହିଁ ବୋଲି ୟୁକ୍ରେନ୍‌ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେବା ପରେ ପ୍ରାୟ ୮୦ କିଲୋମିଟର୍‌ ଦୂରରେ ଥିବା ଲକ୍ଷ୍ୟ ଭେଦ କରି ଉନ୍ନତ ଧରଣର ‘ଆଟିଲେରି ରକେଟ୍‌ ସିଷ୍ଟମ୍‌’ ଦେବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ରାଜି ହୋଇଛି ।