ବଳଙ୍ଗା ଥାନା ଏଏସଆଇ ନିଲମ୍ବିତ

ସମୟ ଲାଇଭ,୩/୧: ପୁରୀ ଜିଲ୍ଲା ବଳଙ୍ଗା ଏଏସଆଇ ଚିତ୍ତରଞ୍ଜନ ଦାସଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଘଟଣା। ଏହି ଦୁଷ୍କର୍ମ ମାମଲାରେ ତାଙ୍କୁ ଶୁକ୍ରବାର ଗିରଫ କରାଯାଇଥିଲା। ପୂର୍ବରୁ ତାଙ୍କୁ ଫସାଇବା ସହ ବ୍ଲାକମେଲ କରାଯାଉଥିବା ଅଭିଯୋଗ ସେ କରିଥିଲେ। ମାତ୍ର ତାଙ୍କୁ ଗିରଫ କରିବା ପରେ ମାମଲାର ପିପିଲି ଏସଡ଼ିପିଓ ତଦନ୍ତ ଜାରି ରଖିଥିଲେ। ଶନିବାର ତାଙ୍କୁ ଚାକିରିରୁ ପୁରୀ ଏସପି ନିଲମ୍ବନ କରିଥିବା ପୁରୀ ଆଡ଼ସିନାଲ ଏସପି ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, ଶୁକ୍ରବାର ବଳଙ୍ଗା […]

Samaya Live Picture
Published On

ସମୟ ଲାଇଭ,୩/୧: ପୁରୀ ଜିଲ୍ଲା ବଳଙ୍ଗା ଏଏସଆଇ ଚିତ୍ତରଞ୍ଜନ ଦାସଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଘଟଣା। ଏହି ଦୁଷ୍କର୍ମ ମାମଲାରେ ତାଙ୍କୁ ଶୁକ୍ରବାର ଗିରଫ କରାଯାଇଥିଲା। ପୂର୍ବରୁ ତାଙ୍କୁ ଫସାଇବା ସହ ବ୍ଲାକମେଲ କରାଯାଉଥିବା ଅଭିଯୋଗ ସେ କରିଥିଲେ। ମାତ୍ର ତାଙ୍କୁ ଗିରଫ କରିବା ପରେ ମାମଲାର ପିପିଲି ଏସଡ଼ିପିଓ ତଦନ୍ତ ଜାରି ରଖିଥିଲେ। ଶନିବାର ତାଙ୍କୁ ଚାକିରିରୁ ପୁରୀ ଏସପି ନିଲମ୍ବନ କରିଥିବା ପୁରୀ ଆଡ଼ସିନାଲ ଏସପି ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, ଶୁକ୍ରବାର ବଳଙ୍ଗା ଥାନା ଏଏସଆଇଙ୍କ ବିରୋଧରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ପରେ ତାଙ୍କୁ ପିପିଲି ଏସଡ଼ିପିଓ ଅଟକ ରଖି ପଚରାଉଚରା କରୁଥିଲେ। ତେବେ ପାରିବାରିକ କଳହ ସମାଧାନ କରାଇଦେବାକୁ କହି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ମହିଳାଙ୍କୁ ନିଜ ବାସଭବନକୁ ନେଇ ଦୁଷ୍କର୍ମ କରିଥିବା ପୀଡ଼ିତା ଜଣକ ଅଭିଯୋଗ କରିଥିଲେ।