ଗିରଫ ହେଲା ବାଗଦାଦୀର ଭଉଣୀ

ସମୟ ଲାଇଭ,୫/୧୧:  ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ଦୁର୍ଦ୍ଦୁଶଃ ଆତଙ୍କବାଦୀ ଅବୁ-ବକର ଅଲ ବାଗଦାଦୀ ଆମେରିକା ସେନା ଦ୍ୱାରା ନିହତ ହେବା ପରେ ଏବେ ଗିର ହୋଇଛି ତାର ଭୁଉଣୀ। ବାଗଦାଦୀର ଭଉଣୀକୁ ଗିରଫ କରିଛି ତୁର୍କୀ ପୋଲିସ। ଏହା ସହିତ ବାଗଦାଦୀ ଭଉଣୀର ସ୍ୱାମୀ ଏବଂ ବନ୍ଧୁ ବାନ୍ଧବଙ୍କୁ ମଧ୍ୟ ଗିରଫ କରି ପଚରାଚଚୁରା କରୁଛି ପୋଲିସ। ତୁର୍କୀ ପକ୍ଷରୁ ରଏଟର୍ସକୁ ଦିଆଯାଇଥିବା ସୂଚନା ଅନୁସାରେ, ବାଗଦାଦୀର ଭଉଣୀ ନାଁ ହେଉଛି ରସମିୟା ଆବାଦ। […]

Samaya Live Picture
Published On

ସମୟ ଲାଇଭ,୫/୧୧:  ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ଦୁର୍ଦ୍ଦୁଶଃ ଆତଙ୍କବାଦୀ ଅବୁ-ବକର ଅଲ ବାଗଦାଦୀ ଆମେରିକା ସେନା ଦ୍ୱାରା ନିହତ ହେବା ପରେ ଏବେ ଗିର ହୋଇଛି ତାର ଭୁଉଣୀ। ବାଗଦାଦୀର ଭଉଣୀକୁ ଗିରଫ କରିଛି ତୁର୍କୀ ପୋଲିସ। ଏହା ସହିତ ବାଗଦାଦୀ ଭଉଣୀର ସ୍ୱାମୀ ଏବଂ ବନ୍ଧୁ ବାନ୍ଧବଙ୍କୁ ମଧ୍ୟ ଗିରଫ କରି ପଚରାଚଚୁରା କରୁଛି ପୋଲିସ। ତୁର୍କୀ ପକ୍ଷରୁ ରଏଟର୍ସକୁ ଦିଆଯାଇଥିବା ସୂଚନା ଅନୁସାରେ, ବାଗଦାଦୀର ଭଉଣୀ ନାଁ ହେଉଛି ରସମିୟା ଆବାଦ। ତା’ର ୬୫ ବର୍ଷ। ଅଜାଜ ସହରରେ ଚଢ଼ାଉ ବେଳେ ତାକୁ ଗିରଫ କରାଯାଉଛି। ଗିରଫ ସମୟରେ ତା’ ସାଥୀରେ ତା’ର ୫ ସନ୍ତାନ ମଧ୍ୟ ଥିଲେ। ଆଇଏସର ଆଭ୍ୟନ୍ତରୀଣ କାର୍ୟ୍ୟ ସମ୍ପର୍କରେ ବାଗଦାଦୀର ଭଉଣୀ ନିକଟରେ ଗୁପ୍ତ ସୂଚନା ରହିଥିବା ଆଶଙ୍କା କରାଯାଉଛି। ତେଣୁ ପଚରାଉଚରା କରାଯାଇ ସେ ବିଷୟରେ ତଥ୍ୟ ହାସଲ କରାଯାଇପାରିବ ବୋଲି ତୁର୍କୀ ପକ୍ଷରୁ କୁହାଯାଇଛି। ନ୍ୟୁୟର୍କ ଟାଇମ୍ସ ଅନୁସାରେ, ରସମିୟା ବି ଆଇଏସ ସହିତ ଜଡ଼ିତ ଥିଲା। ସେ ଆଇଏସକୁ ଗୁପ୍ତ ତଥ୍ୟ ପ୍ରଦାନ କରୁଥିଲା। ଅନ୍ୟପଟେ ବାଗଦାଦୀର ଭଉଣୀ ସମ୍ପର୍କରେ ବିଶେଷ ତଥ୍ୟ ନ ଥିବା ରଏଟର୍ସ କହିଛି। ତେଣୁ ଧରାପଡ଼ିଥିବା ମହିଳା ରସମିୟା ଅବାଦ ବାଗଦାଦୀର ଭଉଣୀ କି ନାହିଁ ତାହା ବି ସ୍ପଷ୍ଟ ହୋଇନାହିଁ।

Tags: