ଅଷ୍ଟ୍ରେଲିଆରେ ନିଷିଦ୍ଧ ହେବ ସ୍ୱସ୍ତିକ ଚିହ୍ନ
ସିଡନୀ : ଅଷ୍ଟ୍ରେଲିଆରେ ସ୍ୱସ୍ତିକ ଚିହ୍ନ ପ୍ରଦର୍ଶନ କରିବା, ପତାକା ଉଡ଼ାଇବା ସଂପୂର୍ଣ୍ଣ ନିଷିଦ୍ଧ ହେବ । ଏହାକୁ ହିଟଲରଙ୍କ ନାଜି ପ୍ରତୀକ ସହ ଯୋଡ଼ା ଯାଉଥିବାରୁ ଅଷ୍ଟ୍ରେଲିଆର ବିଭିନ୍ନ ରାଜ୍ୟରେ ଏହା ନିଷିଦ୍ଧ ହେବାକୁ ଯାଉଛି । ମଙ୍ଗଳବାର ଅଷ୍ଟ୍ରେଲିଆର ନ୍ୟୁ ସାଉଥ େୱଲସ ପାର୍ଲିଆମେଣ୍ଟର ନିମ୍ନ ସଦନରେ ନାଜି ପ୍ରତୀକ ପ୍ରଦର୍ଶନକୁ ଅପରାଧ ମାନ୍ୟତା ଦେଉଥିବା ଏକ ବିଲ୍ ଗୃହୀତ ହୋଇଛି । ତେବେ ଆଇନରେ ପରିଣତ ହେବା ପୂର୍ବରୁ ଏହାକୁ ଉଚ୍ଚ ସଦନରେ […]
ସିଡନୀ : ଅଷ୍ଟ୍ରେଲିଆରେ ସ୍ୱସ୍ତିକ ଚିହ୍ନ ପ୍ରଦର୍ଶନ କରିବା, ପତାକା ଉଡ଼ାଇବା ସଂପୂର୍ଣ୍ଣ ନିଷିଦ୍ଧ ହେବ । ଏହାକୁ ହିଟଲରଙ୍କ ନାଜି ପ୍ରତୀକ ସହ ଯୋଡ଼ା ଯାଉଥିବାରୁ ଅଷ୍ଟ୍ରେଲିଆର ବିଭିନ୍ନ ରାଜ୍ୟରେ ଏହା ନିଷିଦ୍ଧ ହେବାକୁ ଯାଉଛି ।
ମଙ୍ଗଳବାର ଅଷ୍ଟ୍ରେଲିଆର ନ୍ୟୁ ସାଉଥ େୱଲସ ପାର୍ଲିଆମେଣ୍ଟର ନିମ୍ନ ସଦନରେ ନାଜି ପ୍ରତୀକ ପ୍ରଦର୍ଶନକୁ ଅପରାଧ ମାନ୍ୟତା ଦେଉଥିବା ଏକ ବିଲ୍ ଗୃହୀତ ହୋଇଛି । ତେବେ ଆଇନରେ ପରିଣତ ହେବା ପୂର୍ବରୁ ଏହାକୁ ଉଚ୍ଚ ସଦନରେ ଆଗତ କରାଯିବ । ଗତ ଜୁନ ମାସରେ, ଅଷ୍ଟ୍ରେଲିଆର ୨ୟ ବୃହତ୍ତମ ଜନବହୁଳ ରାଜ୍ୟ ଭିକେଫାରିଆରେ ଏ ସଂପର୍କିତ ଏକ ଆଇନ ଗୃହୀତ ହୋଇଥିଲା ।

ପୂର୍ବରୁ କ୍ୱିନ୍ସଲାଣ୍ଡ ଓ ଟାସମାନିଆରେ ମଧ୍ୟ ସମାନ ପ୍ରକାରର ଆଇନ ପ୍ରଣୟନ ହୋଇଥିଲା । ଫଳରେ ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆର ୮ ରାଜ୍ୟ ମଧ୍ୟରୁ ୪ଟିରେ ଏହି ଆଇନ ପ୍ରଣୟନ ହୋଇସାରିଛି ଅଥବା ପ୍ରଣୟନ ହେବାକୁ ଯାଉଛି । ଏହି ଆଇନ ଅନୁସାରେ ସର୍ବସାଧାରଣରେ ସ୍ୱସ୍ତିକ ଚିହ୍ନ ପ୍ରଦର୍ଶନ କରିବା, ପକାତା ଉଡ଼ାଇବା ସଂପୂର୍ଣ୍ଣ ନିଷିଦ୍ଧ ହେବ । ଏହି ଆଇନର ଉଲ୍ଲଙ୍ଘନ କଲେ ୧୨ ମାସ ଜେଲ କିମ୍ବା ୧୧ ହଜାର ଅଷ୍ଟ୍ରେଲୀୟ ଡଲାର ଜରିମାନା ଆଦାୟ ହେବ । ତେବେ ଏହି ଆଇନରେ କେତେକ ସଂପ୍ରଦାୟ ପାଇଁ କିଛିଟା କୋହଳ କରାଯାଇଛି । ହିନ୍ଦୁ, ଜୈନ ଓ ବୁଦ୍ଧ ଧର୍ମରେ ସ୍ୱସ୍ତିକକୁ ପବିତ୍ର ମନେ କରାଯାଉଥିବାରୁ ଏହି ଧର୍ମର ଲୋକେ ଧାର୍ମିକ ଓ ଶିକ୍ଷାଗତ କାରଣ ପାଇଁ ଏହାକୁ ବ୍ୟବହାର କରିବାକୁ ଏହି ଆଇନରେ ଅନୁମତି ରହିଛି ।




