ଜି-୨୦ ଶିଖର ସମ୍ମିଳନୀ ରେ ପ୍ରଧାନମନ୍ତ୍ରୀ ମୋଦୀ,ବିଶ୍ୱଶାନ୍ତି ପାଇଁ ଦେଲେ ଆହ୍ୱାନ
ଇଣ୍ଡୋନେସିଆ : ଆଜିଠାରୁ ଇଣ୍ଡୋନେସିଆର ବାଲିରେ ଆରମ୍ଭ ହେଲା ଜି-୨୦ ଶିଖର ସମ୍ମିଳନୀ I ଗତକାଲିଠାରୁ ଇଣ୍ଡୋନେସିଆ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ମୋଦୀ ଏଥିରେ ଯୋଗ ଦେଇଛନ୍ତି I ସେ ସେଠାରେ ନିଜର ଉଦ୍ବୋଧନ ଦେଇ ଜି-୨୦ର ନେତୃତ୍ବ ନେଇଥିବା ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି। ପ୍ରଥମଦିନ ବିଶ୍ବବାସୀଙ୍କୁ ସମ୍ବୋଦ୍ଧିତ କରି ମୋଦି କହିଛନ୍ତି, ବିଶ୍ବ ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛି । ୟୁକ୍ରେନ-ଋଷ୍ ଯୁଦ୍ଧ ବିଶ୍ବର ଅର୍ଥନୀତି […]
ଇଣ୍ଡୋନେସିଆ : ଆଜିଠାରୁ ଇଣ୍ଡୋନେସିଆର ବାଲିରେ ଆରମ୍ଭ ହେଲା ଜି-୨୦ ଶିଖର ସମ୍ମିଳନୀ I ଗତକାଲିଠାରୁ ଇଣ୍ଡୋନେସିଆ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ମୋଦୀ ଏଥିରେ ଯୋଗ ଦେଇଛନ୍ତି I ସେ ସେଠାରେ ନିଜର ଉଦ୍ବୋଧନ ଦେଇ ଜି-୨୦ର ନେତୃତ୍ବ ନେଇଥିବା ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି।
ପ୍ରଥମଦିନ ବିଶ୍ବବାସୀଙ୍କୁ ସମ୍ବୋଦ୍ଧିତ କରି ମୋଦି କହିଛନ୍ତି, ବିଶ୍ବ ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛି । ୟୁକ୍ରେନ-ଋଷ୍ ଯୁଦ୍ଧ ବିଶ୍ବର ଅର୍ଥନୀତି ଉପରେ ପ୍ରଭାବ ପକାଇଛି । ସେହିପରି ମହାମାରୀ କୋଭିଡ୍ ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ମଧ୍ୟ ଅର୍ଥନୀତିକୁ ପ୍ରଭାବିତ ହୋଇଛି । ଏହି ଯୁଦ୍ଧ ଉପରେ ବିରାମ ଲଗାଇବା ପାଇଁ ବାଟ ଖୋଜିବାକୁ ହେବ। ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ବିଶ୍ୱରେ ଅର୍ଥନୈତିକ ସଂକଟ ମାଡ଼ିଆସିଥିଲା। ଏହି ସମୟରେ ଅଧିକାଂଶ ଦେଶର ମୁଖ୍ୟମାନେ ଶାନ୍ତି ପଥକୁ ଆପଣାଇଥିଲେ। ଏବେ ସମୟ ଆସିଛି ଆମମାନଙ୍କୁ ମଧ୍ୟ ସେହି ଶାନ୍ତିପଥକୁ ବାଛିବାକୁ ପଡ଼ିବ ବୋଲି ମୋଦି କହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ରୁଷ ୟୁକ୍ରେନ ଯୁଦ୍ଧକୁ ନେଇ ଚିନ୍ତା ପ୍ରକଟ କରିବା ସହିତ ବିଶ୍ୱଶାନ୍ତି ପାଇଁ ଜି-୨୦ ନେତା ସମୁହଙ୍କୁ ଆହ୍ୱାନ ଦେଇଛନ୍ତି I
ପ୍ରଧାନମନ୍ତ୍ରୀ ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନ, କୋଭିଡ ମହାମାରୀ, ୟୁକ୍ରେନର ବିକାଶ ଏବଂ ଆନୁସଙ୍ଗିକ ବିଶ୍ୱ ସ୍ତରିୟ ସମସ୍ୟା ଉପରେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଏହି ସବୁ ସମସ୍ୟା ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ଯାହାଫଳରେ ବିଶ୍ୱର ଯୋଗାଣ ଶୃଙ୍ଖଳା ଭୁଶୁଡି ପଡିଛି । ସମଗ୍ର ବିଶ୍ୱରେ ଜୀବନ ପାଇଁ ଅତ୍ୟାବଶ୍ୟକ ଜିନିଷ ଯୋଗାଣର ସଙ୍କଟ ଦେଖାଦେଇଛି । ପ୍ରତ୍ୟେକ ଦେଶର ଗରିବ ନାଗରିକଙ୍କ ପାଇଁ ଏହି ଆହ୍ୱାନ ଅଧିକ ଗମ୍ଭୀର ଅଟେ । ସେହିପରି ସମ୍ମିଳନୀରେ ସେ ଏହା ମଧ୍ୟ କହିଛନ୍ତି,ମିଳିତ ଜାତିସଂଘ ପରି ବହୁପକ୍ଷୀୟ ଅନୁଷ୍ଠାନ ମଧ୍ୟ ଏହି ପ୍ରସଙ୍ଗରେ ପ୍ରଭାବହୀନ ଏବଂ ଆମେ ସମସ୍ତେ ସେଥିରେ ଆବଶ୍ୟକ ସଂସ୍କାର ଆଣିବାରେ ବିଫଳ ହୋଇଛୁ । ଯାହାକୁ ସ୍ୱୀକାର କରିବାକୁ କେହି କୁଣ୍ଠାବୋଧ କରିବା ଉଚିତ୍ ନୁହେଁ । ତେଣୁ ଆଜିର ଜି -୨୦ ସମ୍ମିଳନୀରୁ ବିଶ୍ୱକୁ ବହୁତ କିଛି ଆଶା ଅଛି ।
କେବଳ ସେତିକି ନୁହେଁ ଜି-୨୦ ଶିଖର ସମ୍ମିଳନୀରେ ଜାତିସଂଘକୁ ମଧ୍ୟ ସିଧାସଳଖ ଟାର୍ଗେଟ୍ କରିଛନ୍ତି ମୋଦି। ସେ କହିଛନ୍ତି, ଜାତିସଂଘ ଭଳି ସଂସ୍ଥା ଏହି ଅର୍ଥନୈତିକ ପରିସ୍ଥିତିରେ ସୁଧାର ଆଣିବାରେ ଅସଫଳ ହୋଇଛି। ବିଭିନ୍ନ ଦେଶ ମଧ୍ୟ ଏଥିରେ ବିଫଳ ହୋଇଛନ୍ତି। ତେଣୁ ଏହି ସମ୍ମିଳନୀ ଜରିଆରେ ଏହାର ସମାଧାର ବାଟ ଖୋଜିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି I
ଅନ୍ୟପକ୍ଷେ ଏହି ସମ୍ମଳନୀରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ପରସ୍ପରକୁ ସାକ୍ଷାତ କରିଛନ୍ତି । ଏଥିସହିତ ତାଇୱାନ୍ ପ୍ରସଙ୍ଗରେ ଦୁଇ ଦେଶର ରାଷ୍ଟ୍ରପତି ମୁହାଁମୁହିଁ ହୋଇଛନ୍ତି । ଚୀନ ରାଷ୍ଟ୍ରପତି ଜିନପିଙ୍ଗ୍ କହିଛନ୍ତି, ତାଇୱାନ୍ ହେଉଛି ଏକ ଚରମ ରେଖା । ତେଣୁ ଆମେରିକା ଏହାକୁ ଅତିକ୍ରମ କରିବା ଉଚିତ ନୁହେଁ । ସେହିପରି ତାଇୱାନକୁ ଆମେରିକା ସୁରକ୍ଷା ପ୍ରଦାନ କରିବ ବୋଲି ବାଇଡେନ୍ କହିଛନ୍ତି ।
ସୂଚନାନୁସାରେ ଆସନ୍ତା ଡିସେମ୍ବର ୧ରୁ ଭାରତ ଏହି ଜି-୨୦ ସମୂହର ନେତୃତ୍ୱ ନେବ । ଯାହାଫଳରେ ପରବର୍ତ୍ତୀ ଶିଖର ସମ୍ମିଳନୀ ଭାରତରେ ଅନୁଷ୍ଠିତ ହେବ । ତେଣୁ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ନିକଟରୁ ପ୍ରଧାନମନ୍ତ୍ରୀ ମୋଦି ଜି-୨୦ର ଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ କରିବେ ।




