କାଲିଫର୍ଣ୍ଣିଆ ପହଞ୍ଚିବ ‘ମୋ ସ୍କୁଲ’ ଯୋଜନା

ସମୟ ଲାଇଭ୍‍,୧୩/୧୨: ଆମେରିକାରେ ରହୁଥିବା ଓଡ଼ିଆଙ୍କୁ ‘ମୋ ସ୍କୁଲ’ ଯୋଜନା ସଂପର୍କରେ ଜଣାଇବା ସହ ସେମାନଙ୍କଠୁ ସାହାଯ୍ୟ ପାଇବା ପାଇଁ ଡିସେମ୍ବର ୧୫ ତାରିଖିରେ ମୋ ସ୍କୁଲ’ ଯୋଜନାର ଅଧ୍ୟକ୍ଷା ସୁସ୍ମିତା ବାଗ୍‍ଚୀ ଆମେରିକା ଗସ୍ତ କରିବେ। ଆସନ୍ତା ୧୫ ତାରିଖରେ କାଲିଫର୍ଣ୍ଣିଆର ମିଲିପିଟାସଠାରେ ଏନେଇ ଏକ କାର୍ୟ୍ୟକ୍ରମର ଆୟୋଜନ ହୋଇଛି। ଭାରତୀୟ କନସଲ ଜେନେରାଲଙ୍କ କାର୍ୟ୍ୟାଳୟରୁ କାଲିଫର୍ଣ୍ଣିଆରେ ରହୁଥିବା ଓଡ଼ିଆଙ୍କୁ ନିକଟକୁ ନିମନ୍ତ୍ରଣ ପତ୍ର ପଠାଯାଇଛି ଅତିଥିମାନଙ୍କୁ ‘ମୋ ସ୍କୁଲ’ ଯୋଜନା ଉପରେ କ୍ଷୁଦ୍ର ଚଳଚ୍ଚିତ୍ର […]

Samaya Live Picture
Published On

ସମୟ ଲାଇଭ୍‍,୧୩/୧୨: ଆମେରିକାରେ ରହୁଥିବା ଓଡ଼ିଆଙ୍କୁ ‘ମୋ ସ୍କୁଲ’ ଯୋଜନା ସଂପର୍କରେ ଜଣାଇବା ସହ ସେମାନଙ୍କଠୁ ସାହାଯ୍ୟ ପାଇବା ପାଇଁ ଡିସେମ୍ବର ୧୫ ତାରିଖିରେ ମୋ ସ୍କୁଲ’ ଯୋଜନାର ଅଧ୍ୟକ୍ଷା ସୁସ୍ମିତା ବାଗ୍‍ଚୀ ଆମେରିକା ଗସ୍ତ କରିବେ। ଆସନ୍ତା ୧୫ ତାରିଖରେ କାଲିଫର୍ଣ୍ଣିଆର ମିଲିପିଟାସଠାରେ ଏନେଇ ଏକ କାର୍ୟ୍ୟକ୍ରମର ଆୟୋଜନ ହୋଇଛି। ଭାରତୀୟ କନସଲ ଜେନେରାଲଙ୍କ କାର୍ୟ୍ୟାଳୟରୁ କାଲିଫର୍ଣ୍ଣିଆରେ ରହୁଥିବା ଓଡ଼ିଆଙ୍କୁ ନିକଟକୁ ନିମନ୍ତ୍ରଣ ପତ୍ର ପଠାଯାଇଛି
ଅତିଥିମାନଙ୍କୁ ‘ମୋ ସ୍କୁଲ’ ଯୋଜନା ଉପରେ କ୍ଷୁଦ୍ର ଚଳଚ୍ଚିତ୍ର ଦେଖାଯିବ। ସୁସ୍ମିତା ବାଗ୍‌ଚୀ ଯୋଜନା ସଂକ୍ରାନ୍ତରେ ଜଣାଇବେ।
କାଲିଫର୍ଣ୍ଣିଆରେ ଥିବା ଓଡ଼ିଆମାନେ ଯେଭଳି ‘ମୋ ସ୍କୁଲ’ ଯୋଜନାକୁ ଆର୍ଥିକ ସହାୟତା ଯୋଗାଇଦେବେ, ସେ ସଂକ୍ରାନ୍ତରେ ସେମାନଙ୍କୁ ଅବଗତ କରାଯିବ।
୨୦୧୯ ଅକ୍ଟୋବର ୨୯ ସୁଦ୍ଧା ମୋ ସ୍କୁଲ ଯୋଜନାରେ ୧ ଲକ୍ଷ ୬୬ ହାଜର ୬୦୮ ପୁରାତନ ଛାତ୍ରଛାତ୍ରୀ, ସଂସ୍ଥା ଓ ଅନୁଷ୍ଠାନମାନେ ବିଦ୍ୟାଳୟଗୁଡିକୁ ୩୪ କୋଟି ୮୭ ଲକ୍ଷ ୭୬ ହଜାର ୪୩୫ ଟଙ୍କା ଦାନ କରିଛନ୍ତି। ଏହି ବାବଦରେ ସରକାର ୬୯ କୋଟି ୬୪ ଲକ୍ଷ ୪୫ ହଜାର ୮୭୧ ଟଙ୍କା ପ୍ରଦାନ କରିଛନ୍ତି । ଏହି ୨ ବର୍ଷ ମଧ୍ୟରେ ୯ ହଜାର ୯୮୫ ଟି ବିଦ୍ୟାଳୟ ମୋ ସ୍କୁଲ ଯୋଜନାରେ ସାମିଲ ହୋଇଛନ୍ତି। ଦୁଇ ବର୍ଷ ତଳେ ରାଜ୍ୟ ସରକାର ‘ମୋ ସ୍କୁଲ’ ଅଭିଯାନ ଆରମ୍ଭ କରିଥିଲେ। ଏହି ଅଭିଯାନ ମାଧ୍ୟମରେ ସ୍କୁଲର ଉନ୍ନତି ପାଇଁ ପୁରାତନ ଛାତ୍ରଛାତ୍ରୀମାନେ ନିଜ ନିଜର ସାମର୍ଥ୍ୟ ଅନୁସାରେ ଆର୍ଥିକ ସହଯୋଗ କରୁଛନ୍ତି।

Tags: