ଇମ୍ରାନ ଖାନଙ୍କୁ ଗୁଳିମାଡ଼ ପରେ ପାକିସ୍ତାନ ରେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଓ ଲକଡାଉନ୍ ଘୋଷଣା
ଇସଲାମାବାଦ : ଗତକାଲି ପାକିସ୍ତାନ ର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ଅଧ୍ୟକ୍ଷ ଇମରାନ ଖାନଙ୍କ ଉପରେ ହୋଇଥିଲା ଗୁଳିମାଡ଼ I ଏହି ଘଟଣାରେ ଆଜି ଇମ୍ରାନଙ୍କ ସମର୍ଥକ ମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ରାସ୍ତାରେ ଟାୟର ଜାଳି ଲୋକେ ଜୋର ଦାର ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସ୍ଥିତି ଅଣାୟତ ହୋଇପଡ଼ିଥିବା ବେଳେ,ସଲାମାବାଦରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଇସଲାମାବାଦରେ ତାଲା ପକାଇବ ବୋଲି […]
ଇସଲାମାବାଦ : ଗତକାଲି ପାକିସ୍ତାନ ର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ଅଧ୍ୟକ୍ଷ ଇମରାନ ଖାନଙ୍କ ଉପରେ ହୋଇଥିଲା ଗୁଳିମାଡ଼ I ଏହି ଘଟଣାରେ ଆଜି ଇମ୍ରାନଙ୍କ ସମର୍ଥକ ମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ରାସ୍ତାରେ ଟାୟର ଜାଳି ଲୋକେ ଜୋର ଦାର ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସ୍ଥିତି ଅଣାୟତ ହୋଇପଡ଼ିଥିବା ବେଳେ,ସଲାମାବାଦରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଇସଲାମାବାଦରେ ତାଲା ପକାଇବ ବୋଲି ଶେହବାଜ ସରିଫ ସରକାର ନିର୍ଦ୍ଦେଶ ଦେଇଛନ୍ତି। ତେବେ ଇସଲାମାବାଦରେ ତାଲା ପକାଇବା ସମୟରେ ଅତ୍ୟାବଶ୍ୟକ ସେବା ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ଜଳ ଯୋଗାଣ, ରାସନ ଯୋଗାଣ ଏବଂ ଚିକିତ୍ସା ସେବା ଇତ୍ୟାଦି ଜାରି ରହିବ। ଏପରିକି ମଦ୍ରାସା, ସ୍କୁଲ ଓ କଲେଜଗୁଡ଼ିକ ବନ୍ଦ କରିଦେଇଛି ପ୍ରଶାସନ । ସମର୍ଥକଙ୍କ ବିରୋଧ ପ୍ରଦର୍ଶନକୁ ଦେଖି ଏପରି ପଦକ୍ଷେପ ନିଆଯାଇଛି ବୋଲି ଇସଲାମାବାଦର ଡେପୁଟି କମିସନର ଜାରି କରିଥିବା ଏକ ବିଜ୍ଞପ୍ତିରୁ ଜଣାପଡିଛି।
ସରକାରରରେ ଥିବା ଶାହବାଜ ଶରିଫଙ୍କୁ ଶାସନରୁ ହଟାଇବା ପାଇଁ ଇମ୍ରାନ୍ ଆଜାଦୀ ଯାତ୍ରା କରୁଥିଲେ। ଏହାରି ମଧ୍ୟରେ ଇମ୍ରାନ୍ ଖାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଆକ୍ରମଣକାରୀ ଏକେ-୪୭ରେ ଇମ୍ରାନ୍ ଙ୍କ ଉପରେ ୪ ରାଉଣ୍ଡ ଗୁଳି ଚଳାଇଥିଲେ । ତେବେ ଇମ୍ରାନଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ସେ ଏବେ ଲାହୋର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ବର୍ତ୍ତମାନ ଇମ୍ରାନ ବିପଦମୁକ୍ତ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି ।
ଅନ୍ୟପକ୍ଷରେ ଏହି ଆକ୍ରମଣରେ ଇମ୍ରାନଙ୍କ ଜଣେ ସହଯୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୨ ଜଣ ସହଯୋଗୀ ଆହତ ହୋଇଛନ୍ତି। ପାକିସ୍ତାନର ପଞ୍ଜାବ ପ୍ରଦେଶର ୱାଜିରାବାଦରେ ଏକ ରାଲି ବେଳେ ଇମ୍ରାନଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ଗୁଳି ଚଳାଇଥିବା ବ୍ୟକ୍ତିକୁ ଗିରଫ କରାଯାଇଛି। ଗୁଳିକାଣ୍ଡ ପରେ ରାଜନୀତି ତେଜିଛି। ଏହି ଗୁଳିମାଡ଼ ପଛରେ ତିନି ଜଣ ଥିବା ଇମ୍ରାନଙ୍କ ଦଳ ପାକିସ୍ତାନ ତେହେରିକ୍-ଇ-ଇନସାଫ, ପିଟିଆଇ ପକ୍ଷରୁ କୁହାଯାଇଛି।
ସୂଚନାନୁସାରେ ଇମ୍ରାନ ଖାନଙ୍କ ନେତୃତ୍ୱରେ ୱାଜିରାବାଦରେ ପ୍ରକୃତ ସ୍ୱାଧୀନତା ନାଁରେ ବିଶାଳ ରାଲିର ଆୟୋଜନ କରାଯାଇଥିଲା। ଏହି ସମୟରେ ଇମ୍ରାନ ଓ ରାଲି ଉପରକୁ ଗୁଳିମାଡ଼ ହୋଇଥିଲା। ଗୁଳି ଇମ୍ରାନ ଖାନଙ୍କ ଗୋଡ଼ରେ ବାଜିବାରୁ ସେ ଆହତ ହୋଇଛନ୍ତି।ଇମ୍ରାନ ଖାନଙ୍କୁ ଗୁଳି କରିଥିବା ଅଭିଯୁକ୍ତ ଗିରଫ ହୋଇଛି I ଆକ୍ରମଣକାରୀ ନାଁ ମହମ୍ମଦ ନାଭେଦ । ସେ ଗୁଳି କରିଥିବା କଥାକୁ ସ୍ୱୀକାର କରିଛି I ଅପରାଧ ସ୍ୱୀକାର କରିବା ସହ କେବଳ ଇମ୍ରାନଙ୍କୁ ହତ୍ୟା କରିବାକୁ ଚାହୁଁଥିବା ବୋଲି କହିଛି । ସେ କହିଛି, ଇମ୍ରାନ୍ ମିଛ କହି ଲୋକଙ୍କୁ ଲଗାତାର ବିଭ୍ରାନ୍ତ କରି ଚାଲୁଥିଲେ । ଏଥିପାଇଁ ମୁଁ ତାଙ୍କୁ ଗୁଳିମାଡ଼ କରିଛି। ମୁଁ ତାଙ୍କୁ ମାରିବା ପାଇଁ ବହୁତ ଚେଷ୍ଟା କରିଥିଲି। କେବଳ ତାଙ୍କ ଛଡ଼ା ଆଉ କାହାକୁ ବି ମୁଁ କ୍ଷତି ପହଞ୍ଚାଇବା ପାଇଁ ଚାହୁଁ ନଥିଲି।”




