ତାଲିବାନ ବଢ଼ାଇଲା ୨୦ଗୁଣ ଶିଶୁଶ୍ରମିକ

ଆଫଗାନିସ୍ତାନରେ ତାଲିବାନ ସରକାର କ୍ଷମତାକୁ ଆସିବା ପରେ ପଡ଼ୋଶୀ ଦେଶ ଇରାନରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ୨୦ ଗୁଣ ବୃଦ୍ଧି ପାଇଛି । ଆଫଗାନିସ୍ତାନରେ ଧୀରେଧୀରେ ସବୁ ଜିନିଷ ମହଙ୍ଗା ହେବାରେ ଲାଗିଛି । ଏହି କାରଣରୁ ପିଲାମାନଙ୍କୁ କାମ କରିବାକୁ ପଡ଼ୁଛି । ସ୍ଥିତି ଏତେ ସଙ୍ଗାନ ହେଉଛି ଯେ ଯେତେବେଳେ ସେମାନେ ନିଜ ଦେଶରେ କାମ ପାଇ ପାରୁନାହାନ୍ତି, ସେତେବେଳେ ପଡୋଶୀ ଦେଶ ଇରାନକୁ ଯାଉଛନ୍ତି । ଇରାନର ଏକ ରିସର୍ଚ୍ଚ ଅନୁଯାୟୀ, ୨୦୨୧ […]

Samaya Live Picture
Published On

ଆଫଗାନିସ୍ତାନରେ ତାଲିବାନ ସରକାର କ୍ଷମତାକୁ ଆସିବା ପରେ ପଡ଼ୋଶୀ ଦେଶ ଇରାନରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ୨୦ ଗୁଣ ବୃଦ୍ଧି ପାଇଛି । ଆଫଗାନିସ୍ତାନରେ ଧୀରେଧୀରେ ସବୁ ଜିନିଷ ମହଙ୍ଗା ହେବାରେ ଲାଗିଛି । ଏହି କାରଣରୁ ପିଲାମାନଙ୍କୁ କାମ କରିବାକୁ ପଡ଼ୁଛି । ସ୍ଥିତି ଏତେ ସଙ୍ଗାନ ହେଉଛି ଯେ ଯେତେବେଳେ ସେମାନେ ନିଜ ଦେଶରେ କାମ ପାଇ ପାରୁନାହାନ୍ତି, ସେତେବେଳେ ପଡୋଶୀ ଦେଶ ଇରାନକୁ ଯାଉଛନ୍ତି ।

 ତାଲିବାନ ବଢ଼ାଇଲା ୨୦ଗୁଣ ଶିଶୁଶ୍ରମିକ

ଇରାନର ଏକ ରିସର୍ଚ୍ଚ ଅନୁଯାୟୀ, ୨୦୨୧ ମସିହା ଅଗଷ୍ଟ ୧୫ରେ ତାଲିବାନ କ୍ଷମତାକୁ ଫେରିବା ପରେ ଇରାନରେ ଆଫଗାନିସ୍ତାନ ଶିଶୁ ଶ୍ରମିକଙ୍କ ସଂଖ୍ୟା ୨୦ ଗୁଣ ବୃଦ୍ଧି ପାଇଛି । ଇରାନର ଡେପୁଟି ଜଷ୍ଟିସ ତଥା ମାନବାଧିକାର ମନ୍ତ୍ରୀ ଫଟାହ ଅହମଦା ଏ ସମ୍ପର୍କରେ ଚିନ୍ତା ପ୍ରକାଶ କରିଛନ୍ତି । ଏଥିସହିତ ତାଲିବାନର ଭୟ ଏବଂ ବଢୁଥିବା ଶିଶୁ ଶ୍ରମକୁ ମଧ୍ୟ ବିରୋଧ କରିଛନ୍ତି । ସେ କହିଛନ୍ତି ଯେ ତାଲିବାନ ଯୋଗୁୁଁ ଅନେକ ଆଫଗାନିସ୍ତାନ ପରିବାର ଭୂମିହୀନ ହୋଇ ଇରାନକୁ ଆସିଥିଲେ, ଏଠାକୁ ଆସିବା ପରେ ସେମାନେ ଶ୍ରମିକ ଭାବରେ କାର୍ଯ୍ୟ କରୁଛନ୍ତି । ମାନବିକତା କାରଣରୁ ଏହି ଲୋକମାନଙ୍କୁ ଇରାନରେ ପ୍ରବେଶକୁ ମଧ୍ୟ ମନା କରାଯାଇପାରିବ ନାହିଁ ।

 ତାଲିବାନ ବଢ଼ାଇଲା ୨୦ଗୁଣ ଶିଶୁଶ୍ରମିକ

ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ଇରାନରେ ୩୦ ଲକ୍ଷରୁ ଅଧିକ ଆଫଗାନିସ୍ତାନ ଶରଣାର୍ଥୀ ବାସ କରୁଛନ୍ତି । ଏହି ଶରଣାର୍ଥୀଙ୍କ ମଧ୍ୟରୁ ୭୦% ଆବଶ୍ୟକୀୟ ଦସ୍ତାବିଜ ମଧ୍ୟ ନାହିଁ । ଡକୁ୍ୟମେଣ୍ଟ ନଥିବାରୁ ଏହି ଲୋକମାନେ ଦିନ ମଜୁରୀ ଭାବେ କାମ କରୁଛନ୍ତି ଏବଂ ସେମାନେ ସେମାନଙ୍କର ପିଲାମାନଙ୍କୁ ମଧ୍ୟ କାମ କରିବାକୁ ବାଧ୍ୟ କରୁଛନ୍ତି । ପର୍ଯ୍ୟାପ୍ତ ଶିଳ୍ପ, ସରକାରୀ ଏବଂ ବେସରକାରୀ କମ୍ପାନୀ ଆଫଗାନିସ୍ତାନରେ ନଥିବାରୁ ବେକାରୀ ଏବଂ ଦାରିଦ୍ର୍ୟ ବହୁ ମାତ୍ରାରେ ବୃଦ୍ଧି ପାଇଛି । ଅନ୍ତର୍ଜାତୀୟ ଶ୍ରମ ସଂଗଠନର ତଥ୍ୟ ଅନୁଯାୟୀ, ୨୦୨୧ ମସିହାରେ ତାଲିବାନ ଶାସନ ଲାଗୁ ହେବା ପରେ ୫ ଲକ୍ଷରୁ ଅଧିକ ଲୋକ ବେକାର ହୋଇଯାଇଥିଲେ ।

 ତାଲିବାନ ବଢ଼ାଇଲା ୨୦ଗୁଣ ଶିଶୁଶ୍ରମିକ

ମାର୍ଚ୍ଚ ୨୦୨୨ ସୁଦ୍ଧା, ଏହି ସଂଖ୍ୟା ୯ ଲକ୍ଷ ଅତିକ୍ରମ କରିଛି । ସେହିପରି ଆମେରିକାର ଅନୁସନ୍ଧାନରୁ ଜଣାପଡିଛି ଯେ ଆଫଗାନିସ୍ତାନରେ ନିଯୁକ୍ତି ୨୧% ହ ୍ରାସ ପାଇଛି । ଅନେକ ଅଞ୍ଚଳରେ ପିଲାମାନେ କାମ ପାଇଁ ବିଦ୍ୟାଳୟ ଛାଡିବାକୁ ବାଧ୍ୟ ହେଉଛନ୍ତି । ଦେଶର ସବୁଠାରୁ ଗରିବ ଅଞ୍ଚଳ ବାଗଲାନରେ ରାସ୍ତାରେ କାମ କରୁଥିବା ପିଲାମାନଙ୍କର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ତେବେ ଇରାନରେ ଉଠାଯାଇଥିବା ଏହି ପ୍ରସଙ୍ଗ ଉପରେତାଲିବାନ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହିଁ ।