ଦ୍ୱାର କବାଟ ରଙ୍ଗୀନ୍ କରିବାରୁ ଜୋରିମାନା
ସମସ୍ତଙ୍କର ଅଧିକାର ରହିଛି ନିଜ ଇଚ୍ଛାନୁଯାୟୀ ଘର ତିଆରି କରିବାକୁ । ଘରକୁ କେଉଁ ରଙ୍ଗ ଦେବେ, କିପରି ଡିଜାଇନ୍ କରିବେ ଏଥିପାଇଁ କାହାର ଅନୁମତି ନେବାର ଆବଶ୍ୟକତା ନାହିଁ । କିନ୍ତୁ ଜଣେ ମହିଳା ନିଜ ଇଚ୍ଛାନୁଯାୟୀ କବାଟକୁ ଗୋଲାପୀ ରଙ୍ଗ ଦେଇ ଏବେ ମୋଟା ରକମର ଜୋରିମାନା ଗଣୁଛନ୍ତି । ମିରାଣ୍ଡା ଡିକସନ୍ ନାମକ ଏହି ମହିଳା ନିଜ ଘରର ବାହାର ପଟ ଦ୍ୱାରକୁ ନିଜ ପସନ୍ଦର ଗୋଲାପୀ ରଙ୍ଗରେ ରଙ୍ଗୀନ କରି ଦେଇଥିଲେ […]
ସମସ୍ତଙ୍କର ଅଧିକାର ରହିଛି ନିଜ ଇଚ୍ଛାନୁଯାୟୀ ଘର ତିଆରି କରିବାକୁ । ଘରକୁ କେଉଁ ରଙ୍ଗ ଦେବେ, କିପରି ଡିଜାଇନ୍ କରିବେ ଏଥିପାଇଁ କାହାର ଅନୁମତି ନେବାର ଆବଶ୍ୟକତା ନାହିଁ । କିନ୍ତୁ ଜଣେ ମହିଳା ନିଜ ଇଚ୍ଛାନୁଯାୟୀ କବାଟକୁ ଗୋଲାପୀ ରଙ୍ଗ ଦେଇ ଏବେ ମୋଟା ରକମର ଜୋରିମାନା ଗଣୁଛନ୍ତି । ମିରାଣ୍ଡା ଡିକସନ୍ ନାମକ ଏହି ମହିଳା ନିଜ ଘରର ବାହାର ପଟ ଦ୍ୱାରକୁ ନିଜ ପସନ୍ଦର ଗୋଲାପୀ ରଙ୍ଗରେ ରଙ୍ଗୀନ କରି ଦେଇଥିଲେ । ଏପରି କରିଥିବାରୁ ଏବେ ତାଙ୍କୁ ୧୯ ଲକ୍ଷ ଟଙ୍କା ଜୋରିମାନା ଗଣିବାକୁ ପଡିଛି । ଏହି ଘଟଣାଟି ଆପଣଙ୍କୁ ବିଶ୍ୱାସଯୋଗ୍ୟ ମନେ ହେଉ ନ ଥିବ । କିନ୍ତୁ ଏହା ପଛରେ ଥିବା ପ୍ରକୃତ କାରଣଟିକୁ ଜାଣିଲେ ଆପଣ ଆହୁରି ଆଶ୍ଚର୍ଯ୍ୟ ହୋଇଯିବେ ।

ମିରାଣ୍ଡାଙ୍କୁ ଏହି ଘର ଉତ୍ତରାଧିକାରୀ ସୂତ୍ରରେ ନିଜ ପିତାମାତାଙ୍କ ଠାରୁ ମିଳିଥିଲା ଯାହାକୁ ରଙ୍ଗ ଦେଇ ସେ ନୂଆ ରୂପ ଦେଇଥିଲେ । ଏଡିନବୁରା ସିଟି କାଉନସିଲ୍ ପକ୍ଷରୁ ମିରାଣ୍ଡାଙ୍କ ଉପରେ ଏହି ଜୋରମାନା ଲଗାଯାଇଛି । ତାଙ୍କ ଉପରେ ଅଭିଯୋଗ ଲଗାଯାଇଥିଲା ଯେ, ଐତିହାସିକ ଜିନିଷର ସେ ଠିକ୍ ଭାବରେ ଦେଖାରଖା କରି ନାହାନ୍ତି । ମିରାଣ୍ଡା କିନ୍ତୁ କହିଛନ୍ତି ଜାଣିଶୁଣି ତାଙ୍କ ଉପରେ ଏପରି ଅଭିଯୋଗ ଅଣାଯାଇଛି । ଡୁଅର୍ରେ ଡିପ୍ କିମ୍ବା ମ୍ୟୁଟ୍ କଲର ଲଗାଇବାକୁ ଏବେ ମିରାଣ୍ଡାଙ୍କୁ କୁହାଯାଇଛି ।




