ସପ୍ତାହକୁ ୪ ଦିନ କାମ
ବ୍ରିଟେନ୍ : କରୋନା ପରେ ଅଫିସଗୁଡିକରେ କାର୍ଯ୍ୟକରିବାର ଶୈଳୀ ବଦଳିଛି । ଅଫିସଗୁଡିକରେ କର୍ମଚାରୀଙ୍କୁ ନେଇ ବିଭିନ୍ନ ପ୍ରକାରର ପରୀକ୍ଷା ନିରୀକ୍ଷା କରାଯାଉଛି । ଯେଉଁ ଅଧୀନରେ ସେମାନଙ୍କୁ ବିଭିନ୍ନ ପ୍ରକାରର ସୁବିଧା ମିଳୁଛି । ଯାହାଫଳରେ କର୍ମଚାରୀଙ୍କର କାମ କରିବାର କ୍ଷମତା ବଢୁଛି ବୋଲି କମ୍ପାନୀର ମାଲିକମାନେ ମତ ପୋଷଣ କରିଛନ୍ତି । ସେହିଭଳି ଏକ ଘଟଣା ନିକଟରେ ଦେଖିବାକୁ ମିଳିଛି ବ୍ରିଟେନ୍ରେ । ଏକ ବ୍ରିଟିଶ ବ୍ୟାଙ୍କ ତା’ର କର୍ମଚାରୀଙ୍କୁ ସପ୍ତାହକରେ ମାତ୍ର ୪ଦିନ […]
ବ୍ରିଟେନ୍ : କରୋନା ପରେ ଅଫିସଗୁଡିକରେ କାର୍ଯ୍ୟକରିବାର ଶୈଳୀ ବଦଳିଛି । ଅଫିସଗୁଡିକରେ କର୍ମଚାରୀଙ୍କୁ ନେଇ ବିଭିନ୍ନ ପ୍ରକାରର ପରୀକ୍ଷା ନିରୀକ୍ଷା କରାଯାଉଛି । ଯେଉଁ ଅଧୀନରେ ସେମାନଙ୍କୁ ବିଭିନ୍ନ ପ୍ରକାରର ସୁବିଧା ମିଳୁଛି । ଯାହାଫଳରେ କର୍ମଚାରୀଙ୍କର କାମ କରିବାର କ୍ଷମତା ବଢୁଛି ବୋଲି କମ୍ପାନୀର ମାଲିକମାନେ ମତ ପୋଷଣ କରିଛନ୍ତି । ସେହିଭଳି ଏକ ଘଟଣା ନିକଟରେ ଦେଖିବାକୁ ମିଳିଛି ବ୍ରିଟେନ୍ରେ । ଏକ ବ୍ରିଟିଶ ବ୍ୟାଙ୍କ ତା’ର କର୍ମଚାରୀଙ୍କୁ ସପ୍ତାହକରେ ମାତ୍ର ୪ଦିନ କାମ କରିବାକୁ ନିର୍ଦ୍ଦେଶ ଦେଇଛି ।
ଜାରି ହୋଇଥିବା ନୂଆ ଗାଇଡ ଲାଇନ୍ ହିସାବରେ ବ୍ୟାଙ୍କର କର୍ମଚାରୀମାନେ ସପ୍ତାହକ ମଧ୍ୟରେ କେବଳ ଚାରି ଦିନ କାମ କରିବେ । ବର୍ତ୍ତମାନ ସୁଦ୍ଧା ବ୍ୟାଙ୍କର ୪୩୦ଜଣ କର୍ମଚାରୀ ଏହି ନୂଆ ନିୟମ ଅନୁସାରେ କାମ କରିବା ଆରମ୍ଭ କରିଛନ୍ତି । ତେବେ କର୍ମଚାରୀଙ୍କୁ ଲୋକଙ୍କ ସେବା ପ୍ରତି ମଧ୍ୟ ଧ୍ୟାନ ଦେବାକୁ କୁହାଯାଇଛି । ସେମାନଙ୍କ ଛୁଟି କାରଣରୁ ଯେପରି କୌଣସି ଗ୍ରାହକ ଅସୁବିଧାରେ ନପଡନ୍ତି ସେ ନେଇ ଧ୍ୟାନ ରଖିବାକୁ ସେମାନଙ୍କୁ କୁହାଯାଇଛି । ତେବେ ଏହି ଅଧିକା ଛୁଟିର ଦରମା ମଧ୍ୟ ସେମାନଙ୍କୁ ଦିଆଯିବ ବୋଲି ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେବେ ଏଭଳି ନିଷ୍ପତ୍ତି ସମସ୍ତ କମ୍ପାନୀ ନିଜନିଜର ସୁବିଧା ହିସାବରେ ନେବା ପାଇଁ ବ୍ୟାଙ୍କର କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି ।




