ବିନା ସୁରକ୍ଷାରେ ୪୮ ମହଲା ଚଢ଼ିଲେ ୬୦ ବର୍ଷିୟ ବୟସ୍କ

ବୟସ ୬୦ ଛୁଇଁଲେ ପ୍ରାୟତଃ ଲୋକମାନେ ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ଅନୁଭବ କରିଥାନ୍ତି । ହେଲେ ପ୍ୟାରିସ୍‌ର ଜଣେ ୬୦ ବର୍ଷ ବୟସ୍କ ନିଜ ଫିଟ୍‌କୁ ପରୀକ୍ଷା କରିବା ପାଇଁ ବିନା ସୁରକ୍ଷାରେ ସୁଦୀର୍ଘ ମହଲ ଚଢ଼ିଛନ୍ତି । ଏଲେନ୍‌ ରବର୍ଟ ନାମକ ଏହି ବ୍ୟକ୍ତି ନିଜର ୬୦ ତମ ଜନ୍ମଦିନ ମନାଇବା ପାଇଁ ୪୮ ମହଲା ବିଶିଷ୍ଟ କୋଠା ଉପରେ ବିନା କୌଣସି ସୁରକ୍ଷାରେ ଚଢି ଯାଇଛନ୍ତି । ୬୦ ବର୍ଷ ବୟସରେ ତାଙ୍କ ଫିଟନେସ୍‌ […]

Samaya Live Picture
Published On

ବୟସ ୬୦ ଛୁଇଁଲେ ପ୍ରାୟତଃ ଲୋକମାନେ ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ଅନୁଭବ କରିଥାନ୍ତି । ହେଲେ ପ୍ୟାରିସ୍‌ର ଜଣେ ୬୦ ବର୍ଷ ବୟସ୍କ ନିଜ ଫିଟ୍‌କୁ ପରୀକ୍ଷା କରିବା ପାଇଁ ବିନା ସୁରକ୍ଷାରେ ସୁଦୀର୍ଘ ମହଲ ଚଢ଼ିଛନ୍ତି ।
ଏଲେନ୍‌ ରବର୍ଟ ନାମକ ଏହି ବ୍ୟକ୍ତି ନିଜର ୬୦ ତମ ଜନ୍ମଦିନ ମନାଇବା ପାଇଁ ୪୮ ମହଲା ବିଶିଷ୍ଟ କୋଠା ଉପରେ ବିନା କୌଣସି ସୁରକ୍ଷାରେ ଚଢି ଯାଇଛନ୍ତି । ୬୦ ବର୍ଷ ବୟସରେ ତାଙ୍କ ଫିଟନେସ୍‌ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ‘ଫ୍ରେଞ୍ଚ ସ୍ପାଇଡ୍‌ମ୍ୟାନ’ ଭାବରେ ପ୍ରସିଦ୍ଧ ଏଲେନ୍‌ ରୋବର୍ଟ ଜନ୍ମଦିନରେ ନିଜକୁ ଅଜବ ଟ୍ରିଟ୍‌ ଦେଇଛନ୍ତି ।

ବିନା ସୁରକ୍ଷାରେ ୪୮ ମହଲା ଚଢ଼ିଲେ ୬୦ ବର୍ଷିୟ ବୟସ୍କ

ଯେଉଁଠି ଲୋକମାନେ ଜନ୍ମଦିନରେ ପାର୍ଟି ମନାଇଥାନ୍ତି ସେଠି ଏଲେନ୍‌ ଏପରି ଏକ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରି ଦେଖାଇଛନ୍ତି । ପ୍ୟାରିସ୍‌ରେ ଥିବା ଏକ ବିଲïିଂ ଉପରେ ସେ ବିନା କୌଣସି ସହାୟତାରେ ଚଢି ଯାଇଛନ୍ତି । ସ୍ପାଇଡର୍‌ ମ୍ୟାନ ପରି ଲାଲ ଡ୍ରେସ୍‌, ଆବଶ୍ୟକୀୟ ଜୋତା ଓ ଚକ୍‌ ବ୍ୟାଗ ନେଇ ସେ ଚଢିବା ଆରମ୍ଭ କରିଛନ୍ତି ।

ବିନା ସୁରକ୍ଷାରେ ୪୮ ମହଲା ଚଢ଼ିଲେ ୬୦ ବର୍ଷିୟ ବୟସ୍କ

୧୮୭ ମିଟର ଉଚ୍ଚତା ବିଶିଷ୍ଟ ଏହି ବିଲïିଂ ଉପରେ ଚଢି ସେ ହାତ ହଲାଇ ନିଜର ବିଜୟ ସେଲିବ୍ରେଟ୍‌ କରୁଛନ୍ତି । ତେବେ ଏପରି କରିବା ପଛରେ ତାଙ୍କର ଏକ ମହତ୍ତ୍ୱର ଲକ୍ଷ୍ୟ ରହିଛି । ସେ ଏହା ମାଧ୍ୟମରେ କ୍ଲାଇମେଟ୍‌ ଚେଞ୍ଜ ପ୍ରତି ଲୋକଙ୍କୁ ସଚେତନ କରାଇବାକୁ ଚାହୁଁଛନ୍ତି । ୧୯୭୫ରେ ସେ ପ୍ରଥମେ ବିନା ଦୌଡିରେ ଚଢିବା ଆରମ୍ଭ କରିଥିଲେ । ଡେଲି ଷ୍ଟାର ରିପୋର୍ଟ ଅନୁଯାୟୀ ସେ ବିଶ୍ୱର ସବୁଠାରୁ ଉଚ୍ଚ ୧୫୦ କୋଠା ଚଢି ସାରିଛନ୍ତି ଯେଉଁଥିରେ ଆଇଫିଲ୍‌ ଟାୱାର, ଗୋଲେïନ ଗେଟ୍‌ ବ୍ରିଜ୍‌, ବୁର୍ଜ ଖଲିଫା ସାମିଲ ରହିଛି ।

ବିନା ସୁରକ୍ଷାରେ ୪୮ ମହଲା ଚଢ଼ିଲେ ୬୦ ବର୍ଷିୟ ବୟସ୍କ