୭.୭ ତୀବ୍ରତାରେ ଥରିଲା ଇଣ୍ଡୋନେସିଆ
ଇଣ୍ଡୋନେସିଆ : ମଙ୍ଗଳବାର ଇଣ୍ଡୋନେସିଆର ତାନିମବର ଅଞ୍ଚଳରେ ଭୂମିକମ୍ପ ର ଝଟକା ଅନୁଭୂତ ହୋଇଛି ଇ ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ଥିଲା ୭ .୭ Iଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର (EMSC) ଏମ୍ସସି କହିଛି ଯେ ଏହି ଭୂକମ୍ପ ପୃଥିବୀ ପୃଷ୍ଠରୁ ୯୭ କିଲୋମିଟର (୬୦ .୨୭ ମାଇଲ) ତଳେ ଥିଲା। ଭୂମିକମ୍ପ ଉତ୍ତର ମୁଲୁକ ଦ୍ୱୀପରେ ଅନୁଭୂତ ହୋଇଛି I ଏହାର କେନ୍ଦ୍ର ୧୪୫ କିମି ବୋଲି କୁହାଯାଉଛି। ତେବେ ଏ ନେଇ ଇଣ୍ଡୋନେସିଆର ପାଣିପାଗ […]
ଇଣ୍ଡୋନେସିଆ : ମଙ୍ଗଳବାର ଇଣ୍ଡୋନେସିଆର ତାନିମବର ଅଞ୍ଚଳରେ ଭୂମିକମ୍ପ ର ଝଟକା ଅନୁଭୂତ ହୋଇଛି ଇ ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ଥିଲା ୭ .୭ Iଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର (EMSC) ଏମ୍ସସି କହିଛି ଯେ ଏହି ଭୂକମ୍ପ ପୃଥିବୀ ପୃଷ୍ଠରୁ ୯୭ କିଲୋମିଟର (୬୦ .୨୭ ମାଇଲ) ତଳେ ଥିଲା। ଭୂମିକମ୍ପ ଉତ୍ତର ମୁଲୁକ ଦ୍ୱୀପରେ ଅନୁଭୂତ ହୋଇଛି I ଏହାର କେନ୍ଦ୍ର ୧୪୫ କିମି ବୋଲି କୁହାଯାଉଛି। ତେବେ ଏ ନେଇ ଇଣ୍ଡୋନେସିଆର ପାଣିପାଗ ବିଭାଗ ଏବଂ ଜିଓଫିଜିକ୍ସ ଏଜେନ୍ସି ପକ୍ଷରୁ କୌଣସି ସୁନାମି ଚେତାବନୀ ଦେଇନାହାଁନ୍ତି।
ସ୍ଥାନୀୟ ସମୟ ଅନୁସାରେ ସକାଳ ପ୍ରାୟ ୪ଟା ସମୟରେ ଭୂକମ୍ପର କେନ୍ଦ୍ର ୩୭ କିଲୋମିଟର ରହିଥିଲା । ଇଣ୍ଡୋନେସିଆରେ ପ୍ରାୟ ୧୭ ହଜାରରୁ ଅଧିକ ଟାପୁ ରହିଛି । ଏହା ପୂର୍ବରୁ ୧୦ ଜାନୁଆରୀରେ ଭୂକମ୍ପ ହୋଇଥିଲା। ସେତେବେଳେ ଭୂକମ୍ପର ତ୍ରୀବତା ଥିଲା ୭.୭।
ଏହାପୂର୍ବରୁ ବୁଧବାର ସକାଳେ ପୂର୍ବ ଇଣ୍ଡୋନେସିଆରେ ମଧ୍ୟ ଭୂକମ୍ପ ହୋଇଥିଲା। ଇଣ୍ଡୋନେସିଆର ପୂର୍ବ ଭାଗରେ ଘଟିଥିବା ଏହି ଭୂକମ୍ପର ତୀବ୍ରତା ୬ .୧ ରହିଥିଲା । ଆମେରିକାର ଭୂତତ୍ୱ ସର୍ବେକ୍ଷଣ ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଗୋରୋଣ୍ଟାଲୋର ୬୫ କିଲୋମିଟର ଦକ୍ଷିଣ-ପୂର୍ବରେ ସମୁଦ୍ର ତଳେ ୧୪୭ କିଲୋମିଟର ଥିଲା। ଗୋରୋଣ୍ଟାଲୋ, ଉତ୍ତର ସୁଲାୱେସି, ଉତ୍ତର ମାଲୁକୁ ଏବଂ କେନ୍ଦ୍ରୀୟ ସୁଲାୱେସି ପ୍ରଦେଶରେ ଏହି ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା। ଏହାପୂର୍ବରୁ ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପ ଉପକୂଳରେ ସୋମବାର ସକାଳେ ୬ .୧ ମ୍ୟାଗ୍ନିଚ୍ୟୁଡର ଏକ ଶକ୍ତିଶାଳୀ ଭୂକମ୍ପ ଘଟିଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଆସେ ପ୍ରଦେଶର ସିଙ୍ଗକିଲ ସହରର ୪୮ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ ଥିଲା।




