ହେଲିକପ୍‌ଟର ଦୁର୍ଘଟଣାରେ ୨ ପାକ୍‌ ମେଜରଙ୍କ ସହ ୬ ମୃତ

ଇସ୍‌ଲାମାବାଦ : ପାକିସ୍ତାନ ଅଧୀନରେ ଥିବା ବାଲୋଚିସ୍ତାନରେ ଏକ ଭୟଙ୍କର ହେଲିକପ୍‌ଟର ଦୁର୍ଘଟଣା ଘଟିଛି । ପାକିସ୍ତାନ ସେନାର ଗୋଟିଏ ହେଲିକପ୍‌ଟର କ୍ରାସ୍‌ କରିଯିବାରୁ ୨ ମେଜେରଙ୍କ ସମେତ ମୋଟ ୬ ଜଣ ପ୍ରାଣ ହରାଇଛନ୍ତି । ଏ ସମ୍ପର୍କରେ ଆଇଏସଇଆର ପକ୍ଷରୁ ସୂଚନା ଦିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ହରନାଇ ଜିଲ୍ଲାର ଖୋଷ୍ଟ ସହରରେ ଗୋଟିଏ ଉଡ଼ାଣ ମିଶନରେ ହେଲିକପ୍‌ଟରଟି ବାହାରିଥିଲା । ତେବେ ଉଡ଼ାଣର କିଛି ସମୟ ମଧ୍ୟରେ ଏହା କ୍ରାସ୍‌ କରି […]

Samaya Live Picture
Published On

ଇସ୍‌ଲାମାବାଦ : ପାକିସ୍ତାନ ଅଧୀନରେ ଥିବା ବାଲୋଚିସ୍ତାନରେ ଏକ ଭୟଙ୍କର ହେଲିକପ୍‌ଟର ଦୁର୍ଘଟଣା ଘଟିଛି । ପାକିସ୍ତାନ ସେନାର ଗୋଟିଏ ହେଲିକପ୍‌ଟର କ୍ରାସ୍‌ କରିଯିବାରୁ ୨ ମେଜେରଙ୍କ ସମେତ ମୋଟ ୬ ଜଣ ପ୍ରାଣ ହରାଇଛନ୍ତି । ଏ ସମ୍ପର୍କରେ ଆଇଏସଇଆର ପକ୍ଷରୁ ସୂଚନା ଦିଆଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ହରନାଇ ଜିଲ୍ଲାର ଖୋଷ୍ଟ ସହରରେ ଗୋଟିଏ ଉଡ଼ାଣ ମିଶନରେ ହେଲିକପ୍‌ଟରଟି ବାହାରିଥିଲା । ତେବେ ଉଡ଼ାଣର କିଛି ସମୟ ମଧ୍ୟରେ ଏହା କ୍ରାସ୍‌ କରି ଯାଇଥିଲା । ୬ ମୃତକଙ୍କ ମଧ୍ୟରେ ହେଲିକପ୍‌ଟରର ଦୁଇ ପାଇଲଟ ମଧ୍ୟ ରହିଛନ୍ତି ।

ହେଲିକପ୍‌ଟର ଦୁର୍ଘଟଣାରେ ୨ ପାକ୍‌ ମେଜରଙ୍କ ସହ ୬ ମୃତ

ପ୍ରାଣ ହରାଥିବା ବ୍ୟକ୍ତିମାନେ ହେଲେ ମେଜର ଖୁରାମ ଶାହଜାଦ, ମେଜର ମହମ୍ମଦ ମୁନୀବ ଅଫଜଲ, ସୁବେଦାର ଅବଦୁଲ ୱାହିଦ, ସିପାହୀ ମହମ୍ମଦ ଇମରାନ, ନାଏକ ଜାଲିଲ ଓ ସିପାହୀ ସୋହେବ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ହେଲିକପ୍‌ଟରଟି ସଂପୂର୍ଣ୍ଣ ଭାବେ ଜଳି ଯାଇଛି । ସେହିପରି ଘଟଣାସ୍ଥଳରେ ହିଁ ୬ ସେନା କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା । ଅଗଷ୍ଟ ମାସରେ ମଧ୍ୟରେ ପାକିସ୍ତାନର ଗୋଟିଏ ସେନା ହେଲିକପ୍‌ଟର ନିଖୋଜ ହୋଇଯାଇଥିଲା । ଏହାର ଦିନକ ପରେ ପାହାଡ଼ିଆ ଅଞ୍ଚଳରେ ହେଲିକପ୍‌ଟରଟି କ୍ରାସ୍‌ ହୋଇଯାଇଥିବା ଜଣାପଡ଼ିଛି । ଏଥିରେ ମଧ୍ୟ ୬ ଜଣ ସେନା କର୍ମଚାରୀ ପ୍ରାଣ ହରାଇଥିଲେ ।