ସପ୍ତାହକୁ ଗୋଟେ ରେକର୍ଡ କରନ୍ତି ଡାଭିଡ୍
ଆମେରିକା: ଗିନିଜ୍ ରେକର୍ଡରେ ସ୍ଥାନ ପାଇବା ପାଇଁ ସମସ୍ତେ ଅନେକ ପରିଶ୍ରମ କରନ୍ତି । ତେବେ ପରିଶ୍ରମ ସହିତ ଏଥିପାଇଁ ସମୟ ମଧ୍ୟ ଲାଗିଥାଏ । ହେଲେ ଆମେରିକାର ଜଣେ ବ୍ୟକ୍ତି ନିଜର ରେକର୍ଡ ପାଇଁ ସମସ୍ତଙ୍କୁ ଚକିତ କରିଛନ୍ତି । ସେ ୫୨ ସପ୍ତାହ ମଧ୍ୟରେ ୫୨ଟି ରେକର୍ଡ କରିବାରେ ସଫଳ ହୋଇଛନ୍ତି । ଆମେରିକାର ଡାଭିଡ୍ ରସ୍ଙ୍କ ନାମରେ ରହିଛି ୨୦୦ରୁ ଅଧିକା ଟାଇଟେଲ୍ । ତେବେ ସେ ଆବେଦନ କରିଥିବା ୫୨ଟି ରେକର୍ଡ […]
ଆମେରିକା: ଗିନିଜ୍ ରେକର୍ଡରେ ସ୍ଥାନ ପାଇବା ପାଇଁ ସମସ୍ତେ ଅନେକ ପରିଶ୍ରମ କରନ୍ତି । ତେବେ ପରିଶ୍ରମ ସହିତ ଏଥିପାଇଁ ସମୟ ମଧ୍ୟ ଲାଗିଥାଏ । ହେଲେ ଆମେରିକାର ଜଣେ ବ୍ୟକ୍ତି ନିଜର ରେକର୍ଡ ପାଇଁ ସମସ୍ତଙ୍କୁ ଚକିତ କରିଛନ୍ତି । ସେ ୫୨ ସପ୍ତାହ ମଧ୍ୟରେ ୫୨ଟି ରେକର୍ଡ କରିବାରେ ସଫଳ ହୋଇଛନ୍ତି ।

ଆମେରିକାର ଡାଭିଡ୍ ରସ୍ଙ୍କ ନାମରେ ରହିଛି ୨୦୦ରୁ ଅଧିକା ଟାଇଟେଲ୍ । ତେବେ ସେ ଆବେଦନ କରିଥିବା ୫୨ଟି ରେକର୍ଡ ମଧ୍ୟରୁ ଏ ପର୍ଯ୍ୟନ୍ତ ୪୩ଟିକୁ ଗିନିଜ୍ ରେକର୍ଡ ଅଧିକାରୀମାନେ ମଞ୍ଜୁର କରିଛନ୍ତି । ସେ ନିଜର ଏକ ୟୁଟୁ୍ୟବ୍ ଚ୍ୟାନେଲ୍ ଜରିଆରେ ସମସ୍ତ ରେକର୍ଡକୁ ଭିଡିଓ କରି ପ୍ରସାରଣ ମଧ୍ୟ କରୁଛନ୍ତି । ନିକଟରେ ସେ ଏକ ଏକ୍ସରସାଇଜ୍ ବଲ୍ ଉପରେ ଠିଆ ହୋଇ ଖଣ୍ଡା ସାହାଯ୍ୟରେ କିୱି ଫଳ କାଟିବାରେ ରେକର୍ଡ କରିଛନ୍ତି ।

ସେ ଏକ ମିନିଟ୍ରେ ସର୍ବାଧିକ ଫଳ କାଟିବାରେ ସକ୍ଷମ ହୋଇଛନ୍ତି । ଏଭଳି ଅନେକ ନିଆରା ରେକର୍ଡ ନିଜ ନାମରେ କରିଛନ୍ତି ଡାଭିଡ୍ । ତିନୋଟି ସାମଗ୍ରୀକୁ ନେଇ ଜଗଲିଂ କରିବା ସମୟରେ ଅଙ୍ଗୁର କୋଳି କ୍ୟାଚ ଧରିବା,

ଅଧିକ ସମୟ ଧରି ତିନୋଟି ସାମଗ୍ରୀର ଜଗଲିଂ କରିବା, ୩୦ ସେକେଣ୍ଡରେ ଅଧିକା ଟି ସାର୍ଟ ପିନ୍ଧିବା, ଖୁବ୍ କମ ସମୟରେ ଚେସ୍ ବୋର୍ଡ ସଜାଡିବା ଭଳି ଅନେକ ରେକର୍ଡ ତାଙ୍କ ତାଲିକାରେ ରହିଛି ।




