ସୁଗନ୍ଧା ନଦୀରେ ଥିବା ଲଞ୍ଚରେ ଲାଗିଲା ନିଆଁ: ୩୬ ମୃତ, ୨୦୦ରୁ ଅଧିକ ଆହତ

ଢାକା: ଡିସେମ୍ବର ୨୪: ଆଜି ବାଂଲାଦେଶର ସୁଗନ୍ଧା ନଦୀରେ ଏକ ଲଞ୍ଚରେ ନିଆଁ ଲାଗି ଯିବାରୁ ୩୬ ଜଣ ଯାତ୍ରୀଙ୍କ ମୃତୁ୍ୟ ହୋଇଛି । ଏଥିରେ ୨୦୦ରୁ ଅଧିକ ଆହତ ଥିବା ସୂଚନା ରହିଛି । ସ୍ଥାନୀୟ ସମୟ ୩ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା । ସୂଚନା ଅନୁସାରେ, ଢ଼ାକା ରାଜଧାନୀଠାରୁ ୨୫୦ କିଲୋମିଟର ଦୂର ଦକ୍ଷିଣରେ ଥିବା ଜାଲକାଠୀ ନିକଟସ୍ଥ ସୁଗନ୍ଧା ନଦୀରେ ଏହି ଘଟଣା ଘଟିଛି । ଲଞ୍ଚର ନାମ ବରଗୁଣା-ଏମ୍‌ଭି ଅଭିଯାନ-୧୦ […]

Samaya Live Picture
Published On

ଢାକା: ଡିସେମ୍ବର ୨୪: ଆଜି ବାଂଲାଦେଶର ସୁଗନ୍ଧା ନଦୀରେ ଏକ ଲଞ୍ଚରେ ନିଆଁ ଲାଗି ଯିବାରୁ ୩୬ ଜଣ ଯାତ୍ରୀଙ୍କ ମୃତୁ୍ୟ ହୋଇଛି । ଏଥିରେ ୨୦୦ରୁ ଅଧିକ ଆହତ ଥିବା ସୂଚନା ରହିଛି । ସ୍ଥାନୀୟ ସମୟ ୩ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା ।
ସୁଗନ୍ଧା ନଦୀରେ ଥିବା ଲଞ୍ଚରେ ଲାଗିଲା ନିଆଁ: ୩୬ ମୃତ, ୨୦୦ରୁ ଅଧିକ ଆହତ

ସୂଚନା ଅନୁସାରେ, ଢ଼ାକା ରାଜଧାନୀଠାରୁ ୨୫୦ କିଲୋମିଟର ଦୂର ଦକ୍ଷିଣରେ ଥିବା ଜାଲକାଠୀ ନିକଟସ୍ଥ ସୁଗନ୍ଧା ନଦୀରେ ଏହି ଘଟଣା ଘଟିଛି । ଲଞ୍ଚର ନାମ ବରଗୁଣା-ଏମ୍‌ଭି ଅଭିଯାନ-୧୦ । ଲଞ୍ଚର ଇଞ୍ଜିନ୍‌ ରୁମ୍‌ରେ ପ୍ରଥମେ ନିଆଁ ଲାଗିଥିଲା । ପରେ ନିଆଁ ସମ୍ପୂର୍ଣ୍ଣ ଲଞ୍ଚକୁ ବ୍ୟାପିଥିବା ସୂଚନା ମିଳିଛି । ଏଥିରେ ପ୍ରାୟ ୫୦୦ ଜଣ ଯାତ୍ରୀ ରହିଥିଲେ । ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି ।
ସୁଗନ୍ଧା ନଦୀରେ ଥିବା ଲଞ୍ଚରେ ଲାଗିଲା ନିଆଁ: ୩୬ ମୃତ, ୨୦୦ରୁ ଅଧିକ ଆହତ

ତେଣୁ ମୃତୁ୍ୟ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଅଗ୍ନିକାଣ୍ଡ ପରେ କିଛି ଲୋକ ନିଖୋଜ ଥିବା ମଧ୍ୟ ରହିଛନ୍ତି । ଲଞ୍ଚରେ କେମିତି ନିଆଁ ଲାଗିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି ।