କଙ୍ଗୋରେ ୨ ଭାରତୀୟ ସୈନିକ ସହିଦ
ନୂଆଦିଲ୍ଲୀ : ଆଫ୍ରିକୀୟ ଦେଶ କଙ୍ଗୋରେ ହିଂସର ଜନତାଙ୍କ ଆକ୍ରମଣରେ ୩ ଜଣ ଜାତିସଂଘ ଶାନ୍ତିସୈନ୍ୟ ସହିଦ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨ ଜଣ ଭାରତୀୟ ସୈନ୍ୟ ଥିବା ଜଣାପଡ଼ିଛି । ପୂର୍ବ କଙ୍ଗୋରେ ଥିବା ଜାତିସଂଘ ଅଫିସ ଉପରେ ଜାତିସଂଘକୁ ବିରୋଧ କରୁଥିବା ଏକ ହିଂସର ଭିଡ଼ ଆକ୍ରମଣ କରିବାରୁ ମୋଟ ୧୫ ଜଣ ବ୍ୟକ୍ତି ନିହତ ହୋଇଛନ୍ତି ଓ ୫୦ରୁ ଅଧିକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨ ଭାରତୀୟଙ୍କ ସମେତ […]
ନୂଆଦିଲ୍ଲୀ : ଆଫ୍ରିକୀୟ ଦେଶ କଙ୍ଗୋରେ ହିଂସର ଜନତାଙ୍କ ଆକ୍ରମଣରେ ୩ ଜଣ ଜାତିସଂଘ ଶାନ୍ତିସୈନ୍ୟ ସହିଦ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨ ଜଣ ଭାରତୀୟ ସୈନ୍ୟ ଥିବା ଜଣାପଡ଼ିଛି । ପୂର୍ବ କଙ୍ଗୋରେ ଥିବା ଜାତିସଂଘ ଅଫିସ ଉପରେ ଜାତିସଂଘକୁ ବିରୋଧ କରୁଥିବା ଏକ ହିଂସର ଭିଡ଼ ଆକ୍ରମଣ କରିବାରୁ ମୋଟ ୧୫ ଜଣ ବ୍ୟକ୍ତି ନିହତ ହୋଇଛନ୍ତି ଓ ୫୦ରୁ ଅଧିକ ଆହତ ହୋଇଛନ୍ତି ।

ମୃତକଙ୍କ ମଧ୍ୟରେ ୨ ଭାରତୀୟଙ୍କ ସମେତ ୩ ଶାନ୍ତିସୈନ୍ୟ ଅଛନ୍ତି । ସହିଦ ଭାରତୀୟ ସୈନିକମାନେ ବିଏସଏଫ ଯବାନ ବୋଲି ଜଣାପଡ଼ିଛି । ସହିଦ ଯବାନ ଦ୍ୱୟଙ୍କ ନାମ ଶିଶୁପାଳ ସିଂ ଏବଂ ସାୱଲା ରାମ ବିଷ୍ଣୋଇ ଓ ସେମାନଙ୍କ ଘର ରାଜସ୍ଥାନରେ ବୋଲି ସୂଚନା ମିଳିଛି ।

ଦୁଇଦିନ ପୂର୍ବେ ମଧ୍ୟ ଜାତିସଂଘ କାର୍ଯ୍ୟାଳୟ ଓ ହସପିଟାଲ ଉପରେ ଏକ ଆକ୍ରମଣ ହୋଇଥିଲା । ଏକ ସଶସ୍ତ୍ର ଗୋଷ୍ଠୀ ଶାନ୍ତି ସେନାର ଶିବିର, କେତେକ ଜାତିସଂଘ ଅଫିସ ଓ ସେନା ପକ୍ଷରୁ ସ୍ଥାପିତ ଲେବଲ-୩ ହସପିଟାଲ ଉପରେ ଆକ୍ରମଣ କରି ଲୁଟ ଉଦ୍ୟମ କରାଯାଇଥିଲା । କି;ୁ ଭାରତୀୟ ସେନାର ସତର୍କ ଦୃଷ୍ଟିରୁ ସେମାନେ ବର୍ତ୍ତି ପାରିନଥିଲେ ।

ଭାରତୀୟ ସେନା ଜାତିସଂଘ ଆଇନକୁ ପାଳନ କରିବା ସହ ସେମାନଙ୍କୁ ଘଉଡ଼େଇ ଦେଇଥିଲା । ଗତ ମେ ୨୨ରେ କେତେକ ସଶସ୍ତ୍ର ବିଦ୍ରୋହୀ ଗୋଷ୍ଠୀ କଙ୍ଗୋ ସେନା ଶିବିର ଉପରେ ଆକ୍ରମଣ କରିଥିଲା । କି;ୁ ଜାତିସଂଘ ଶାନ୍ତି ସେନା ଏହି ଆକ୍ରମଣ ଉଦ୍ୟମକୁ ପଣ୍ଡ କରିଦେଇଥିଲା ।




