ଟେକ୍ସାସ୍ ସ୍କୁଲ୍ରେ ଗୁଳିକାଣ୍ଡ ୧୭ ଜଣ ପିଲାଙ୍କ ସମେତ ୨୧ ମୃତ
ୟୁଭାଲ୍ଡି: ମେ ୨୫: ଆମେରିକାର ସ୍ଥିତ ଟେକ୍ସାସ୍ରେ ଥିବା ୟୁଭାଲ୍ଡି କାଉଣ୍ଟିଠାରେ ଏକ ଏଲିମେଣ୍ଟାରି ସ୍କୁଲ୍ରେ ଗୁଳକାଣ୍ଡ ଘଟିଛି । ଏଥିରେ ୧୮ ଜଣ ସ୍କୁଲ୍ ପିଲାଙ୍କ ସମେତ ୩ ଜଣ ବୟସ୍କଙ୍କ ମୃତୁ୍ୟ ହୋଇଥିବା ଖବର ଟେକ୍ସାସର ଗଭଣ୍ଣର୍ର୍ ଗ୍ରେଗ୍ ଆବୋଟ୍ ସୂଚନା ଦେଇଛନ୍ତି । ଗୁଳି ଚଳାଇଥିବା ସନ୍ଦିU ଓ ପୋଲିସଙ୍କ ମଧ୍ୟରେ ଗିଳିବିନିୟମ ହୋଇଥିଲା । ଏଥିରେ ଦୁଇ ଜଣ ପୋଲିସ ଆହତ ହୋଇଛନ୍ତି ଓ ଗୁଳି ଲାଗି ସନ୍ଦିUର ମୃତୁ୍ୟ ହୋଇଛି […]
ୟୁଭାଲ୍ଡି: ମେ ୨୫: ଆମେରିକାର ସ୍ଥିତ ଟେକ୍ସାସ୍ରେ ଥିବା ୟୁଭାଲ୍ଡି କାଉଣ୍ଟିଠାରେ ଏକ ଏଲିମେଣ୍ଟାରି ସ୍କୁଲ୍ରେ ଗୁଳକାଣ୍ଡ ଘଟିଛି । ଏଥିରେ ୧୮ ଜଣ ସ୍କୁଲ୍ ପିଲାଙ୍କ ସମେତ ୩ ଜଣ ବୟସ୍କଙ୍କ ମୃତୁ୍ୟ ହୋଇଥିବା ଖବର ଟେକ୍ସାସର ଗଭଣ୍ଣର୍ର୍ ଗ୍ରେଗ୍ ଆବୋଟ୍ ସୂଚନା ଦେଇଛନ୍ତି । ଗୁଳି ଚଳାଇଥିବା ସନ୍ଦିU ଓ ପୋଲିସଙ୍କ ମଧ୍ୟରେ ଗିଳିବିନିୟମ ହୋଇଥିଲା । ଏଥିରେ ଦୁଇ ଜଣ ପୋଲିସ ଆହତ ହୋଇଛନ୍ତି ଓ ଗୁଳି ଲାଗି ସନ୍ଦିUର ମୃତୁ୍ୟ ହୋଇଛି । ତେବେ ଏହି ଘଟଣାରେ ବହୁ ଲୋକ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ଅବସ୍ଥା ଦେଖି ମୃତୁ୍ୟ ବଢ଼ିପାରେ ବୋଲି ଗଭର୍ଣ୍ଣର ଆବୋଟ୍ କହିଛନ୍ତି ।

ଅନ୍ୟ ଏକ ସୂଚନା ଅନୁସାରେ, ଗୁଳିକାଣ୍ଡ ଆରମ୍ଭ ହେବା ସମୟରେ ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଜଣେ ‘ବଡର୍ର୍ ପାଟ୍ରୋଲ୍ ଏଜେଣ୍ଟ୍’ ବା ସୀମା ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ଅଧିକାରୀ ସନ୍ଦିUକୁ ଗିଳି କରି ହତ୍ୟା କରିଥିଲେ ।

ସୂଚନା ଅନୁସାରେ, ନୀରିହ ପିଲାମାନଙ୍କ ଉପରେ ଗୁଳି ଚଳାଇବା ଥିବା ସନ୍ଦିU ହେଉଛି ଜଣେ ୧୮ ବର୍ଷ ବୟସ୍କ ବାଳକ । ସେହି ସନ୍ଦିUର ନାମ-ସାଲ୍ଭାଡର୍ ରାମୋସ୍ । ମୃତ ସାଲ୍ଭାଡର୍ ପାଖରୁ ଗୋଟାଏ ରିଭର୍ବଲ୍ ଏବଂ ଗୋଟାଏ ରାଇଫଲ୍ ଗବତ ହୋଇଛି । ସ୍ଥାନୀୟ ସୂଚନା ଅନୁସାରେ, ମଧ୍ୟାହ୍ନ ବେଳକୁ ରବ୍ ଏଲିମେଣ୍ଟାରି ସ୍କୁଲ୍ ଅଭିମୁଖେ ଆସିବା ପୂର୍ବରୁ ସାଲ୍ଭାଡର ପ୍ରଥମେ ନିଜ ଜେଜଙ୍କୁ ଗୁଳିମାରି ହତ୍ୟା କରିଥିଲେ । ପରେ ଗାଡ଼ି ବାହାରେ ରଖି ଗୋଟାଏ ରିଭର୍ବଲ୍ ଏବଂ ରାଇଫଲ୍ ଧରି ସେ ସ୍କୁଲ୍ ମଧ୍ୟକୁ ପ୍ରବେଶ କରି ଆଖିବୁଜା ଗୁଳି ଚାଳନା କରିଥିଲା ।

ଘଟଣା ସମ୍ପର୍କରେ ଜାଣିବା ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଗଭିର ଦୁଃଖ ପ୍ରକାଶ କରିଛନ୍ତି । ଶୋକ ପାଳନପୂର୍ବକ ମେ ୨୮ ତାରିଖ ପର୍ଯ୍ୟନ୍ତ ଜାତୀୟ ପତାକା ଅର୍ଦ୍ଧ-ନମିତ ରଖିବା ଲାଗି ରାଷ୍ଟ୍ରପତି ଆଦେଶ ଦେଇଛନ୍ତି ।




